ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥରମାନ ଶନମୁଗାରତ୍ନମ୍ ଆସନ୍ତାକାଲି ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି। ସେ ୧୭ ତାରିଖରେ ଆସି ୧୮ ତାରିଖରେ ଫେରିଯିବେ। ଏହି ଗସ୍ତ ପାଇଁ କମିଶନରେଟ ପୋଲିସ ଦ୍ୱାରା ଉଚ୍ଚ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବନ୍ଦୋବସ୍ତ ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ପ୍ରଥମ ଦିନ କୁଆଡେ ଯିବେ
ସିଙ୍ଗାପୁର ରାଷ୍ଟ୍ରପତି ୧୭ ଜାନୁଆରୀ ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହୋଟେଲ ୱେଲକମକୁ ଯିବା ପରେ ଅପରାହ୍ନ ୪ ଟାରୁ ୫:୩୦ ପର୍ୟ୍ୟନ୍ତ ମଞ୍ଚେଶ୍ୱର ଥିବା ୱାର୍ଲଡ୍ ସ୍କିଲ୍ ସେଣ୍ଟରକୁ ପରିଦର୍ଶନ କରିବେ। ସନ୍ଧ୍ୟା ୭:୨୦ରେ ସେ କଳାଭୂମିକୁ ଯାଇ ସଂସ୍କୃତିକ କାର୍ୟ୍ୟକ୍ରମରେ ଭାଗ ନେବେ।
ଦ୍ବିତୀୟ ଦିନରେ କୁଆଡେ ଯିବେ
୧୮ ତାରିଖ ଅପରାହ୍ନ ୨:୩୦ରେ ସେ ଭୁବନେଶ୍ୱରରୁ ଭରତପୁରରେ ଥିବା ଭାରତ ବାୟୋଟେକକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପୋଲିସ ପକ୍ଷରୁ କାର୍କେଡ୍ ରିହଲସଲ ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି।