ବିଜେପି ଯଦି ଏକକ ପାର୍ଟି ରହିବ ତେବେ ଦେଶରେ ଲୋକତନ୍ତ୍ର ଦୁର୍ବଳ ହୋଇଯିବ : ସୁବ୍ରମଣ୍ୟମ୍‌ ସ୍ବାମୀ

Published: Jul 12, 2019, 12:51 pm IST

ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ ସ୍ୱାମୀ ନିଜ ଦଳର ନେତୃତ୍ୱକୁ ଟାର୍ଗେଟ୍‌ କରିଛନ୍ତି। ଟ୍ୱିଟ୍ କରି ଶ୍ରୀ ସ୍ୱାମୀ କହିଛନ୍ତି ଯଦି ଗୋଆ, କର୍ଣ୍ଣାଟକ ଭଳି ସମସ୍ତ ନେତା ବିଜେପିରେ ମିଶିଯିବେ ତାହେଲେ ଆଗାମୀ ଦିନରେ ଦେଶର ଲୋକତନ୍ତ୍ର ଦୁର୍ବଳ ହୋଇଯିବ। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଏନସିପି ନେତାଙ୍କୁ ଟ୍ୱିଟ୍ ଯୋଗେ ପରାମର୍ଶ  ଦେଇ ସେ କହିଛନ୍ତି, କଂଗ୍ରେସ ଓ ସେଥିରୁ ଉଦ୍ଭବ ତୃଣମୂଳ କଂଗ୍ରେସ ଓ ଜାତୀୟବାଦୀ କଂଗ୍ରେସ ପାର୍ଟି ( ଏନସିପି ) ଏକାଠି ହୋଇ ସୋନିଆ ଓ ରାହୁଲଙ୍କୁ ସେମାନଙ୍କ ପଦବୀରୁ ହଟାଇବା ଦରକାର। ଏହାପରେ ସେମାନେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ବୃହତ ଏବଂ ଶକ୍ତିଶାଳୀ କଂଗ୍ରେସ ଗଢ଼ିବା ଦରକାର। ଭାରତୀୟ ଜନତା ପାର୍ଟିର ନେତା ହୋଇଥିବା ସୁବ୍ରମଣ୍ୟମ୍‌ ସ୍ବାମୀ ନିଜ ବୟାନ ଜରିଆରେ ବିଜେପିର କାର୍ଯ୍ୟଶୈଳୀକୁ ସର୍ବଦା ସମାଲୋଚନା କରିଥା’ନ୍ତି। ଏପରିକି ବିଜେପିର କିଛି ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ସୁବ୍ରମଣ୍ୟମ୍‌ ଟାର୍ଗେଟ୍‌ କରିଥା’ନ୍ତି ।

Related posts