Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ୫ଜି ନେଟୱାର୍କ ସହ ଯୋଡି ହୋଇଛନ୍ତି ୧୭ କୋଟିରୁ ଅଧିକ ଗ୍ରାହକ
ଆଜିର ଖବର

ଜିଓ ୫ଜି ନେଟୱାର୍କ ସହ ଯୋଡି ହୋଇଛନ୍ତି ୧୭ କୋଟିରୁ ଅଧିକ ଗ୍ରାହକ

January 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ / ଭୁବନେଶ୍ୱର: ସାରା ଦେଶରେ ୧୭ କୋଟିରୁ ଅଧିକ ଗ୍ରାହକ ଜିଓର ୫ଜି ନେଟୱାର୍କ ବ୍ୟବହାର କରନ୍ତି। ଏହା ସହିତ ଜିଓ ଚୀନ୍ ବାହାରେ ବିଶ୍ୱର ସର୍ବବୃହତ ଷ୍ଟାଣ୍ଡାଲୋନ ୫ଜି ଅପରେଟର ହୋଇପାରିଛି। ୫ଜି ଗ୍ରାହକ ବର୍ତ୍ତମାନ ଜିଓରେ ମୋଟ ଡାଟା ବ୍ୟବହାରର ୪୦ ପ୍ରତିଶତ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଜିଓ ନେଟୱାର୍କରେ ୫ଜି ଗ୍ରାହକମାନେ ବୃଦ୍ଧି ପାଇବା ସହିତ ପ୍ରତି ମାସରେ ଗ୍ରାହକ ପିଛା ଡାଟା ବ୍ୟବହାର ମଧ୍ୟ ବୃଦ୍ଧି ପାଇ ଡିସେମ୍ବର ଶେଷ ସୁଦ୍ଧା ୩୨.୩ ଜିବି ଛୁଇଁଛି, ଯାହା ଶିଳ୍ପରେ ସର୍ବାଧିକ। ଏହି ବର୍ଷ ଜିଓ ନେଟୱାର୍କରେ ମୋଟ ଡାଟା ବ୍ୟବହାର ୪୬୫୧ କୋଟି ଜିବି ଥିଲା। ଗତ ବର୍ଷ ତୁଳନାରେ ଏହା ୨୨.୨ ପ୍ରତିଶତ ଅଧିକ ରହିଥିଲା  ରିଲାଏନ୍ସ ଏହାର ତ୍ରୈମାସିକ ଫଳାଫଳରେ ଏହା ପ୍ରକାଶ କରିଛି।

ଜିଓର ପ୍ରଦର୍ଶନ ଉପରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି, “ଡିଜିଟାଲ ସେବା ବ୍ୟବସାୟରେ ଦୃଢ ଅଭିବୃଦ୍ଧି ହେବାର କାରଣ ହେଉଛି ଗ୍ରାହକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି। ଉନ୍ନତ ଗ୍ରାହକ ମିଶ୍ରଣ ଏବଂ ୫ଜି ନେଟୱାର୍କକୁ ଅପଗ୍ରେଡ୍ କରୁଥିବା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ବଳରେ ଏହା ସମ୍ଭବ ହୋଇଛି। ହୋମ ବ୍ରଡବ୍ୟାଣ୍ଡ ସେବାରେ ଆକର୍ଷଣୀୟ ଅଫର ସହିତ ଜିଓ ବଜାରରେ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ମଜବୁତ କରିଛି। ”

ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି, “ଡିଜିଟାଲ୍ ଇଣ୍ଡିଆ ମିଶନକୁ ପୂରଣ କରିବା ପାଇଁ ଜିଓ ଗତ ଏକ ବର୍ଷ ମଧ୍ୟରେ ସାରା ଦେଶରେ ୫ଜି ବିସ୍ତାର କରିବା ଏବଂ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ସେବାକୁ ବଡ ସହରରୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଶକ୍ତି ବ୍ୟବହାର କରି ତଥା ଟେକ୍ନୋଲୋଜିରେ ନବସୃଜନକୁ ପ୍ରୋତ୍ସାହିତ କରି ଜିଓ ଏପରି ଏକ ସଂଯୁକ୍ତ ଭବିଷ୍ୟତର ମୂଳଦୁଆ ପକାଇଛି ଯାହାଦ୍ୱାରା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସମସ୍ତେ ଏଥିରୁ ଉପକୃତ ହେବେ।

୨୦୨୪ ବର୍ଷ ଶେଷ ସୁଦ୍ଧା ଦେଶରେ ଜିଓ ଗ୍ରାହକଙ୍କ ସଂଖ୍ୟା ୪୮ କୋଟି ୨୧ ଲକ୍ଷ ଅତିକ୍ରମ କରିଛି। ଜିଓ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୩୩ ଲକ୍ଷ ନେଟ ଗ୍ରାହକଙ୍କୁ ଯୋଡିଛି। ତୃତୀୟ ତ୍ରୈମାସିକରେ ଜିଓର ଆର୍ଥିକ ପ୍ରଦର୍ଶନ ମଧ୍ୟ ବେଶ ଉତ୍କୃଷ୍ଟ ରହିଥିଲା। ଜିଓ ପ୍ଲାଟଫର୍ମ ଲିମିଟେଡର ନେଟ୍ ଲାଭ ପୂର୍ବ ବର୍ଷ ସମାନ ତ୍ରୟମାସ ତୁଳନାରେ ୨୬ ପ୍ରତିଶତ ବୃଦ୍ଧି ହୋଇ, ୬୮୬୧ କୋଟି ଟଙ୍କାରେ ପହଞ୍ଚିଛି। ଉନ୍ନତ ଗ୍ରାହକ ମିଶ୍ରଣ ବଳରେ ଜିଓର ଗ୍ରାହକ ପିଛା ମାସିକ ରାଜସ୍ବ ୨୦୩.୩ ଟଙ୍କାକୁ ବୃଦ୍ଧି ପାଇଛି।

ଜିଓ ୫ଜି ନେଟୱାର୍କ
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.