Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତୁ ଚାଷ କରି ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଛନ୍ତି ସଫଳ ଛତୁ ବ୍ୟବସାୟୀ
ଆଜିର ଖବର

ଛତୁ ଚାଷ କରି ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଛନ୍ତି ସଫଳ ଛତୁ ବ୍ୟବସାୟୀ

January 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଢେଙ୍କାନାଳ: ଢେଙ୍କାନାଳ ଜ଼ିଲ୍ଲାର ସଦର ବ୍ଲକର ଲମ୍ବୋଦରପୁର ଗ୍ରାମର ବିଜୟ କୁମାର ସାହୁ ହେଉଛନ୍ତି ଜଣେ ସଫଳ ଛତୁ ବ୍ୟବସାୟୀ। ବିଜୟ କୁମାର ସାହୁ ତାଙ୍କ ଫାର୍ମରେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରି 10 ରୁ 12 ଜଣ ଲୋକଙ୍କୁ ନିଯୁକ୍ତିର ସୁଯୋଗ ଦେଇଛନ୍ତି।

ସେହିପରି ମଧ୍ୟ 50 ରୁ 60 ଜଣ ବ୍ୟବସାୟୀ ତାଙ୍କ ଠୁ ଛତୁ ଆଣି ବଜାରରେ ବିକ୍ରି କରି ରୋଜଗାର କରି ପରିବାର ଚଲାଇ ପାରୁଛନ୍ତି। ବିଜୟଙ୍କ ମା ପ୍ରଥମେ ଛତୁ ଚାଷ କରିଥିଲେ ଯେତେବେଳେ ବିଜୟ କଲେଜରେ ପଢୁଥିଲେ। ତାଙ୍କ ମା ଙ୍କ ଠାରୁ ପ୍ରେରଣା ପାଇଥିଲେ ବୋଲି କୁହନ୍ତି ବିଜୟ। ବିଜୟଙ୍କୁ ଜାତୀୟ ଉଦ୍ୟାନ କୃଷିକେନ୍ଦ୍ର ମିଶନ ତରଫରୁ ଜାତୀୟ ବ୍ୟାଙ୍କ ରୁ 20 ଲକ୍ଷ 44ହଜାର ଲୋନ ମିଳିଥିଲା। ସେଥିରୁ ସେ 9 ଲକ୍ଷ ଟଙ୍କା ସବସିଡି ପାଇଥିଲେ। ପରିଶ୍ରମ କରି ଲଭାନ୍ୱିତ ହୋଇଛନ୍ତି।

ପ୍ରତି ବେଡ ପିଛା ସେ 60 ଟଙ୍କା ଖର୍ଚ୍ଚ କରନ୍ତି ଏବଂ ବେଡ଼ ପିଛା 1 ରୁ 2 କେଜି ପଯ୍ୟନ୍ତ ଛତୁ ହୁଏ ବୋଲି କହିଛନ୍ତି। ସେ କେଜି ପିଛା 260 ଟଙ୍କା ବିକ୍ରି କରନ୍ତି। ପ୍ରତିଦିନ 20ରୁ 25 କେଜି ଛତୁ ତାଙ୍କ ଫାର୍ମରୁ ବାହାରେ ବୋଲି ସେ କହିଛନ୍ତି।

ଗ୍ରାମାଞ୍ଚଳର ଉନ୍ନତି ସହ ବେକାର ଯୁବକମାନଙ୍କୁ ନିଯୁକ୍ତି ଦେବା ବିଜୟଙ୍କ ଲକ୍ଷ୍ୟ। ଢେଙ୍କାନାଳ ଜ଼ିଲ୍ଲା Horticulture ଉପନିର୍ଦ୍ଦେଶକ ଗୀତା ଶ୍ରୀ ପାଢ଼ୀ କୁହନ୍ତି ଯେ, ବିଜୟ କୁମାର ସାହୁ ଜଣେ ସଫଳ ଛତୁ ଚାଷୀ, ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ତାଲିମ ଦେବା ପାଇଁ ନିମନ୍ତ୍ରିତ କରାଯାଏ। ବିଜୟ ଛତୁ ଚାଷ ସହ ମଞ୍ଜି ଉତ୍ପାଦନ ମଧ୍ୟ କରୁଛନ୍ତି ଏବଂ ସେ ଯୁବ ଗୋଷ୍ଠି ମାନଙ୍କ ପାଇଁ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ବୋଲି କହିଛନ୍ତି।

ଛତୁ ଚାଷ ଢେଙ୍କାନାଳ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱର ଷଷ୍ଠ ସମାବର୍ତ୍ତନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

July 18, 2026

ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

July 18, 2026

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

July 18, 2026

୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବେ ସରକାର: ଜାଣନ୍ତୁ ଏହାର ଖର୍ଚ୍ଚ କେତେ?

July 18, 2026
Latest News

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ଏମ୍ସ ଭୁବନେଶ୍ୱର ଷଷ୍ଠ ସମାବର୍ତ୍ତନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

July 18, 2026

ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

July 18, 2026

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

July 18, 2026

ମୌସୁମୀ ଅଧିବେଶନରେ କିପରି ବିଲ ପାସ କରିବେ ମୋଦୀ ସରକାର: ଜାଣନ୍ତୁ ସଂଖ୍ୟା ଗଣିତ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.