Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୃଦ୍ଧି ପାଇଲା ଶସ୍ୟ ପରିବହନ ପାଇଁ ସର୍ବାଧିକ ମୂଲ୍ୟ, କ୍ୱିଣ୍ଟାଲ ପିଚ୍ଛା ୭୫ ଟଙ୍କାରୁ ହେଲା ୧୫୦ ଟଙ୍କା
ଆଜିର ଖବର

ବୃଦ୍ଧି ପାଇଲା ଶସ୍ୟ ପରିବହନ ପାଇଁ ସର୍ବାଧିକ ମୂଲ୍ୟ, କ୍ୱିଣ୍ଟାଲ ପିଚ୍ଛା ୭୫ ଟଙ୍କାରୁ ହେଲା ୧୫୦ ଟଙ୍କା

January 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବୃଦ୍ଧି ପାଇଲା ଶସ୍ୟ ପରିବହନ ପାଇଁ ସର୍ବାଧିକ ମୂଲ୍ୟ, କ୍ୱିଣ୍ଟାଲ ପିଚ୍ଛା ୭୫ ଟଙ୍କାରୁ ହେଲା ୧୫୦ ଟଙ୍କା

ଭୁବନେଶ୍ବର: ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ (Supplementary Nutrition Programme) ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ (Hot Cooked Meal) ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ। ଏହାସହିତ ଘରକୁ ରେସନ (Take Home Ration) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ ।

ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଥାଏ । ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନ ଥିଲା । ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟରେ ବୃଦ୍ଧି କରାଯାଇଛି ।

ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟ ମାନେ ଦାବୀ କରିପାରିବେ ନାହିଁ । କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟ ମାନଙ୍କ ପାଇଁ ଏହା ଲାଗୁ ହେବ ।

ପରିବହନ ପାଇଁ ଯେଉଁ ନୂଆ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବ, ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯିବ । ପରିବହନର ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026
Latest News

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.