ଭୁବନେଶ୍ଵର: ଦେଶର ବିକାଶ ତ୍ୱରାନ୍ୱିତ ହେବା ସଂଗେ ସଂଗେ ହାତୀ ଭଳି ଐତିହାସିକ ବନ୍ୟ ଜୀବ ଜୀବନ ବିପନ୍ନ ଆଡ଼କୁ ଠେଲି ହୋଇଯାଉଛି। ବିକାଶ ର ଅଗ୍ରଗତି ସହିତ ହାତୀ ଓ ମଣିଷର ସଂଘର୍ଷ ମଧ୍ୟ ଆନୁପତିକ ମଧ୍ୟ ରେ ବଢି ଚାଲିଛି। ଯାହାକୁ ନରି ସାରା ମାନବ ସମାଜ ଚିନ୍ତା ପ୍ରକଟ କରିଛନ୍ତି। ତେବେ ବିକାଶ ସହିତ ହାତୀ ର ଭୂମିକା କେତେ ଗୁରୁତ୍ୱ ବହନ କରେ ତାହାକୁ ପ୍ରତିପାଦିତ କରିବାପାଇଁ କେନ୍ଦୁଝର ବନଭିଭାଗ, କେଦ୍ରୀୟ ଜିଏସଟି ଓ WTI ବିଭାଗ ମିଳିତ ଉଦ୍ୟମରେ ଆଜି ଏକ ବିଶାଳ ମାରାଥନ ଅନୁଷ୍ଠିତ ହୋଇଛି। କେନ୍ଦୁଝର କାଲିପଡ଼ିଆ ୬୦୦ ରୁ ଉର୍ଦ୍ଧ୍ଵ ସ୍କୁଲ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡଟ. ବରିଷ୍ଠ ନାଗରିକଙ୍କ ଅନେକ ଶତାଧିକ ଜନସାଧରଣ ଏକ ମାରାଥନରେ ୫ କିମି ଯାଏ ସହର ପରିକ୍ରମା କରିଥିଲେ।
ତେବେ ୨୦୨୩ ମସିହାରୁ ରେ ହାତୀ ସୁରକ୍ଷା ନେଇ ଏଭଳି କାର୍ଯ୍ୟକ୍ରମ ଜାରି ରହିଛି। ଜନସାଧାରଣ , ଏନଜିଓ , ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବାପାଇଁ ଏହି ମାରାଥନ ଦୁଇ ଧରି କେନ୍ଦୁଝର ଜିଲ୍ଲାରେ ବୁଲିବ ବୋଲି କହିଛନ୍ତି ଡିଏଫଓ ଏଚଡି ଧନରଜ।