ସରକାରଙ୍କୁ ଚିଟ୍‌ଫଣ୍ଡ କମିସନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ

Published: Jul 12, 2019, 6:50 pm IST

ସରକାରଙ୍କୁ ଚିଟ୍‌ଫଣ୍ଡ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି । ଜଷ୍ଟିସ୍‌ ଏମଏମ୍‌ ଦାଶ କମିଶନଙ୍କ ଶୁକ୍ରବାର ଏହି ରିପୋର୍ଟ ଦାଖଲ ହୋଇଛି । ରାଜ୍ୟ ଗୃହ ବିଭାଗରେ ରିପୋର୍ଟ ଦାଖଲ କରିଛନ୍ତି କମିଶନର ସଚିବ । ରିପୋର୍ଟରେ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ । ଏପର୍ଯ୍ୟନ୍ତ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଛନ୍ତି । ତଦନ୍ତ କମିଶନଙ୍କ ରିପୋର୍ଟ ଅନୁସାରେ, ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀଙ୍କ ମଧ୍ୟରୁ ୧୯୩୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। କେବଳ ଏତିକି ନୁହେଁ ୪୨୧ଟି ଚିଟଫଣ୍ଡ କମ୍ପାନୀକୁ  ଚିହ୍ନଟ କରାଯାଇଥିବା ଉଲ୍ଲେଖ କରାଯାଇଛି।  ଏହା ପୂର୍ବରୁ ତଦନ୍ତ କମିଶନ ଷଷ୍ଠ ରିପୋର୍ଟ  ଦାଖଲ କରି ସାରିଛନ୍ତି। ସେଥିରେ ସେ ଜମାକାରୀଙ୍କ ସୂଚନା ଦେଇ ଚାଲିଛନ୍ତି। ମାତ୍ର ଚିହ୍ନଟ ଜମାକାରୀଙ୍କୁ କେବେ ଅର୍ଥ ମିଳିବ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

Related posts