Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେହରୁ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ ହେବ ଷୋଡ଼ଶ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ
ଆଜିର ଖବର

ନେହରୁ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ ହେବ ଷୋଡ଼ଶ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ

January 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ନେହରୁ ଯୁବ କେନ୍ଦ୍ର ସଂଗଠନ, ଓଡିଶା ପକ୍ଷରୁ ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଶୋଡ଼ଷ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିବ । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜନ କରାଯିବ।

ଏହି କାର୍ଯ୍ୟକ୍ରମ ସମୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ଓଡିଶା ଏବଂ ଖୋର୍ଦ୍ଧା ଶାଖା ପକ୍ଷରୁ ୭ ଦିନ ପାଇଁ ଭାରତର ବିଭିନ୍ନ ପ୍ରାନ୍ତରୁ ୨୦୦ ଆଦିବାସୀ ଯୁବକଙ୍କୁ ସ୍ୱାଗତ କରାଯିବ। ଏହି ୭ ଦିନ ମଧ୍ୟରେ ସେମାନେ ଓଡିଶାରେ ଆଦିବାସୀ ଜୀବନର ସଂସ୍କୃତି, ପରମ୍ପରା ଏବଂ ଅନ୍ୟାନ୍ୟ ଦିଗ ଅନୁସନ୍ଧାନ କରିବେ ତଥା ଆଦିବାସୀ ସମ୍ପ୍ରଦାୟ ପାଇଁ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଅବଗତ ହେବେ। ସେମାନଙ୍କ ପାଇଁ ୨ ଦିନିଆ ଭ୍ରମଣ କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ଗୋଟିଏ ଦିନ ସେମାନେ ସ୍ଥାନୀୟ ଅଞ୍ଚଳ ବୁଲିବେ ଏବଂ ଦ୍ୱିତୀୟ ଦିନରେ ମାନ୍ୟବର ରାଜ୍ୟପାଳଙ୍କ ନିମନ୍ତ୍ରଣକ୍ରମେ ରାଜଭବନ ପରିଦର୍ଶନ କରିବେ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଆମର ଆଦିବାସୀ ଯୁବବର୍ଗଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ସଚେତନ କରିବା ଏବଂ ବିବିଧତାରେ ଏକତାକୁ ଗ୍ରହଣ କରିବା। ଏଥିସହିତ ବିକାଶ କାର୍ଯ୍ୟକଳାପ, ଶିଳ୍ପ ଉନ୍ନତି ସହିତ ଦେଶର ସାଥୀ ଜନସମୁଦାୟ ସହିତ ଭାବଗତ ସମ୍ପର୍କ ସ୍ଥାପନରେ ସାହାଯ୍ୟ କରିବା । ଆଦିବାସୀ ଯୁବବର୍ଗଙ୍କ ଆତ୍ମସମ୍ମାନକୁ ସୁଦୃଢ଼ କରିବା ସହିତ ନୂଆ ଜିନିଷ ଶିଖିବା, ନୂଆ ଚିନ୍ତାଧାରା ଏବଂ ଜୀବନ ଶୈଳୀର ଅନୁସନ୍ଧାନ କରିବା ଲାଗି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ହେବ।

ନେହରୁ ଯୁବ କେନ୍ଦ୍ର ସଂଗଠନ ଓଡିଶା ରାଜ୍ୟ କାର୍ଯ୍ୟାଳୟର ସହଯୋଗରେ ଖୋର୍ଦ୍ଧା ନେହରୁ ଯୁବ କେନ୍ଦ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ । ନେହରୁ ଯୁବା କେନ୍ଦ୍ର ସଂଗଠନ, ପୂର୍ବ କ୍ଷେତ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଶିବାଜୀ ମୁରଲୀଧର ଖରାତଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଯୁବ ଅଧିକାରୀ ବିପିନ୍ କୁମାର ଏବଂ ଆକାଉଣ୍ଟାଣ୍ଟ ସୁଭେନ୍ଦ୍ରନାଥ ସାହୁ ସଂଯୋଜନା କରିବେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ବିଭାଗ ଅଧିକାରୀ ରୋହିତ ନନ୍ଦେଶ୍ୱର ଶାମରାଓ ସହାୟତା କରିବେ ।

ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025

ମା ତାରିଣୀ ମନ୍ଦିର ବିକାଶ ପାଇଁ ୨୨୬ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଂଜୁରୀ, ଜାଣନ୍ତୁ କିଏ ନେଲା କାମ

September 29, 2025

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ ମଂଜୁରୀ, ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା

September 29, 2025
Latest News

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025

ମା ତାରିଣୀ ମନ୍ଦିର ବିକାଶ ପାଇଁ ୨୨୬ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଂଜୁରୀ, ଜାଣନ୍ତୁ କିଏ ନେଲା କାମ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.