Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିନା ପାରିଶ୍ରମିକରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀଙ୍କୁ ଅନୁଦାନ ଓ ପେନ୍‌ସନ୍ ପ୍ରଦାନ ପ୍ରମୁଖ ଦାବି: ସମନ୍ୱୟ ସମିତି
ଆଜିର ଖବର

ବିନା ପାରିଶ୍ରମିକରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀଙ୍କୁ ଅନୁଦାନ ଓ ପେନ୍‌ସନ୍ ପ୍ରଦାନ ପ୍ରମୁଖ ଦାବି: ସମନ୍ୱୟ ସମିତି

January 25, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘଦିନ ଧରି ନିଜର ନାର୍ଯ୍ୟ ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ସରକାରଙ୍କ ଦ୍ୱାରସ୍ଥ ହେଲା ପରେ ବି ବିଗତ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ସୁଫଳ ପାଇ ନଥିଲେ। ଚବିଶ ବର୍ଷ ପରେ ନୂତନ ସରକାର କ୍ଷମତାକୁ ଆସିବାପରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

ସୂଚନାଥାଉକି, ଏ ସମ୍ପର୍କରେ ଗତ ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବି ଦିବସରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର କର୍ମକର୍ତ୍ତାମାନଙ୍କ ଦ୍ୱାରା ବିଭିନ୍ନ ମନ୍ତ୍ରୀ ଓ ଅନେକ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟରେ ନବଗଠିତ ସରକାରଙ୍କୁ ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ବାରମ୍ବାର ସାକ୍ଷାତ ଆଲୋଚନା କରି ସମସ୍ୟାକୁ ସମାଧାନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଡିସେମ୍ବର ୧୦ ତାରିଖରେ ମାନ୍ୟବର ପିପିଲି ବିଧାୟକ ଆଶ୍ରିତ୍ ପଟ୍ଟନାୟକ ଏବଂ ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ ଶିକ୍ଷକ କର୍ମଚାରୀମାନଙ୍କର ଆନ୍ଦୋଳନ ସ୍ଥଳକୁ ଆସି ଉଦ୍‌ବୋଧନ ଦେବା ସହ ଦାବିପତ୍ର ଗ୍ରହଣ କରିଥିଲେ। ନିକଟରେ ସମନ୍ୱୟ ସମିତିର କର୍ମକର୍ତ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦୁଇଜଣ ବିଧାୟକ ଯଥା- ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ ଏବଂ ଭଟ୍‌ଲି ବିଧାୟକ ଇରାସିଶ ଆଚାର୍ଯ୍ୟ ଓ ଗୋଲକ ମହାପାତ୍ରଙ୍କ ଉପସ୍ଥିତିରେ ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ରାଜ୍ୟର ସବୁବର୍ଗର ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟାର ଏକ ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଆମ ସରକାର ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ହେବାକଥା ଚାହୁଁଛନ୍ତି ଓ ଶିକ୍ଷକମାନଙ୍କର ସମସ୍ୟା କିପରି ସମାଧାନ ହୋଇପାରିବ ସେ ଦିଗରେ ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରିବା କଥା ପ୍ରକାଶ କରିଛନ୍ତି। ବିଗତ ସରକାର ୦୧.୦୧.୨୦୦୪ରେ ୧୯୯୪ ଅନୁଦାନ ଆଇନକୁ ବାତିଲ କରି ବ୍ଲକ୍‌ଗ୍ରାଣ୍ଟ ବ୍ୟବସ୍ଥା ପ୍ରଚଳନ ପୂର୍ବକ ୧୫୭୯ଟି ମାଧ୍ୟମିକ ବିଦ୍ୟାଳୟ ଓ ୯୧୬ଟି ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ବ୍ଲକ୍‌ଗ୍ରାଣ୍ଟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଯଥାକ୍ରମେ ୨୨.୦୯.୨୦୦୭, ୦୧.୦୪.୨୦୦୮, ୦୧.୦୧.୨୦୧୩ ଓ ୦୧.୦୧.୨୦୧୫ ରେ ଏହିପରି ୨୬୦୮ଟି ବିଦ୍ୟାଳୟ ନୂତନ ଅନୁଦାନ ପରିସରଭୁକ୍ତ ହୋଇଥିଲା। ଏମାନଙ୍କ ମଧ୍ୟରେ କିଛି ସଂସ୍କୃତ ଟୋଲ୍‌, ମଦ୍ରାଶା ବିଦ୍ୟାଳୟ ମଧ୍ୟ ସାମିଲ ହୋଇଥିଲେ। ବିଗତ ସରକାର ୨୦୧୭ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଷଷ୍ଠ ବେତନ ପ୍ରଦାନ କରିଥିଲେ ଓ ୦୧.୦୧.୨୦୧୮ରେ ସପ୍ତମ ବେତନ ଲାଗୁ କରିଥିଲେ, ଯେଉଁଥିରେ ଚାକିରି ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧା ସୁଯୋଗ ନଥିଲା।

ତା୦୧.୦୧.୨୦୧୫ରିଖରେ ୨୦୦୦ ମସିହା ପୂର୍ବରୁ ଖୋଲାଯାଇଥିବା ଓ ଅନୁଦାନ ପରିସରଭୁକ୍ତ ହୋଇନଥିବା ୫୬୭ଟି ବିଦ୍ୟାଳୟ ମଧ୍ୟରୁ ପ୍ରାକ୍ତନ ସରକାର ୩୯୯ଟି ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିଥିଲେ ଏବଂ ୧୯୪ଟି ବିଦ୍ୟାଳୟ ଏଥିରୁ ବଞ୍ଚିତ ହୋଇ ଅଦ୍ୟାବଧି ଅନୁଦାନ ନପାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେହିପରି ୪୧ଟି ସଂସ୍କୃତ ଟୋଲ୍ ଏବଂ ୩୧ଟି ଏମ୍‌.ଇ. ସ୍କୁଲ ମଧ୍ୟ ଅନୁଦାନ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଷାକପତ୍ର, ସାଇକେଲ ଓ ପାଠ୍ୟପୁସ୍ତକ ଇତ୍ୟାଦି କୌଣସି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଓ ଶିକ୍ଷକମାନେ ଟଙ୍କାଟିଏ ଅନୁଦାନ ନପାଇ ଅବସର ନେବା ସହ ମୃତ୍ୟୁବରଣ ମଧ୍ୟ କରୁଛନ୍ତି।

ତା୦୧.୦୧.୨୦୦୪ରିଖ ରୁ ଅଦ୍ୟାବଧି ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ବିନା ପାରିଶ୍ରମିକରେ ୩୦ ବର୍ଷ କାର୍ଯ୍ୟକରି ଅନୁଦାନ ନପାଇ ଶୂନ୍ୟ ହସ୍ତରେ ଅବସର ଗ୍ରହଣ ଓ ମୃତ୍ୟୁବରଣ କରିବା ବିଡ଼ମ୍ବନାର ବିଷୟ। ପ୍ରତି ମାସରେ ଏକାଧିକ ଶିକ୍ଷକ କର୍ମଚାରୀ ମୃତ୍ୟୁବରଣ କରିବା ପରେ ତାଙ୍କ ଅସହାୟ ପରିବାର ଘୋର ଦୁଃଖ ଏବଂ ନୈରାଶ୍ୟରେ କାଳାତିପାତ କରୁଛନ୍ତି। ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ପ୍ରମୁଖ ଦାବି ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ପ୍ରଦାନ ଅନ୍ତର୍ଭୁକ୍ତ।

ଅନ୍ୟାନ୍ୟ ଦାବି ମଧ୍ୟରେ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରୀକରଣ ଓ ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ ସହିତ ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ଇତ୍ୟାଦି। ସେହିପରି ପୂର୍ବରୁ ସରକାରୀ କର୍ମଚାରୀମାନଙ୍କର ଅବସର ବୟସ ସୀମା ୫୮ ବର୍ଷ ଥିବା ବେଳେ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ୬୦ ବର୍ଷ ରହିଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ଦ୍ୱାରା ଅବସର ବୟସ ସୀମା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ୬୦ ବର୍ଷକୁ ବୃଦ୍ଧି କରାଯାଇଥିବା ସ୍ଥଳେ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ୬୨ ବର୍ଷକୁ ବୃଦ୍ଧି କରାଯାଇ ନାହିଁ। ରାଜ୍ୟରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ କରାଗଲେ ସମସ୍ତ ସମସ୍ୟା ସୁଧୁରିପାରନ୍ତା ବୋଲି ମିଳିତମଞ୍ଚ ପକ୍ଷରୁ କୁହାଯାଇଛି।

ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ ତଥା ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ନୂତନ ସରକାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମସ୍ୟା ତୁରନ୍ତ ସମାଧାନ କରି ଅନୁଦାନ ଓ ପେନସନ୍ ପ୍ରଦାନ କରନ୍ତୁ ବୋଲି ସମନ୍ୱୟ ସମିତିର ନେତୃମଣ୍ଡଳୀ ସର୍ବଶ୍ରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଅନୁଦାନ ଓ ପେନ୍‌ସନ୍ କାର୍ଯ୍ୟରତ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.