Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଳନ କଲା ଜାତୀୟ କନ୍ୟା ସନ୍ତାନ ଦିବସ
ଆଜିର ଖବର

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଳନ କଲା ଜାତୀୟ କନ୍ୟା ସନ୍ତାନ ଦିବସ

January 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଳନ କଲା ଜାତୀୟ କନ୍ୟା ସନ୍ତାନ ଦିବସ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜାନୁଆରୀ ୨୪ ତାରିଖରେ ଦେଶବ୍ୟାପୀ କନ୍ୟା ସନ୍ତାନଙ୍କ ମହତ୍ୱ ଓ ଗୁରୁତ୍ୱ ସମ୍ପର୍କରେ ଅଧିକରୁ ଅଧିକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଆସୁଛି ।

ଲିଙ୍ଗଗତ ଭେଦଭାବ ଓ ଲିଙ୍ଗ ଚୟନ ଓଡ଼ିଶାର ଜନସଂଖ୍ୟା ଧାରାକୁ ପ୍ରଭାବିତ କରୁଛି ତେଣୁ ଏହା ଏକ ଚିନ୍ତାର ବିଷୟ । ଏହି ସମସ୍ୟାର ସମାଧାନ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିବିଧ ପଦକ୍ଷେପ ନିଆଯାଉଛି । ଜାତୀୟ ବାଳିକା ସପ୍ତାହ (ଜାନୁଆରୀ ୧୮ରୁ ୨୪) ପାଳନକୁ ସମଗ୍ର ରାଜ୍ୟରେ ପ୍ରୋତ୍ସାହିତ କରାଯାଉଛି ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ଚଳିତ ସପ୍ତାହରେ ସମାଜରେ ଏ ସମ୍ପର୍କିତ ସଚେତନତା ଓ ଜାଗରଣକୁ ବୃଦ୍ଧି କରିବା ପାଇଁ ଭୁବନେଶ୍ୱର କେନ୍ଦ୍ରରେ ମାର୍ମିକ ଆଲୋଚନାଚକ୍ର, ଜନ୍ମ ସମୟରେ ଲିଙ୍ଗ ଅନୁପାତ ବଜାୟ ରଖିବା ପାଇଁ ବ୍ଲକ ଓ ଜିଲ୍ଲାକୁ ସମ୍ବର୍ଦ୍ଧିତ କରିବା, କନ୍ୟା ଜନ୍ମଦାତ୍ରୀଙ୍କୁ ସ୍ୱୀକୃତି ଦେବା, ବିଷୟଗତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ ଏବଂ ଉତ୍ତମ କାର୍ଯ୍ୟର ଡକ୍ୟୁମେଣ୍ଟେସନ୍ ଆଦି ଅନ୍ତର୍ଭୁକ୍ତ ।

କନ୍ୟା ସନ୍ତାନମାନେ ହେଉଛନ୍ତି ସୃଷ୍ଟିକର୍ତ୍ତାଙ୍କ ଅନନ୍ୟ ସୃଷ୍ଟି । ଝିଅମାନଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀରେ ଏକ ପିଢ଼ିଗତ ପରିବର୍ତ୍ତନ ଆସିବା ଦରକାର, କାରଣ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ହେଉଛି, ଯାହା ଜନସଂଖ୍ୟା ସନ୍ତୁଳନରେ ଏକ ପ୍ରତିବନ୍ଧକରୂପେ ଉଭା ହୋଇପାରେ ବୋଲି ଅତିଥି ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ।

ଏହି ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପାଠ ପଢ଼ୁଥିବା ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଝିଅମାନଙ୍କୁ ସଶକ୍ତ କର’ ଶୀର୍ଷକରେ ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ଧଉଳି କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରେ କଳା ଓ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ (ଜନସ୍ୱାସ୍ଥ୍ୟ) ଡା ଜିତେନ୍ଦ୍ର ମୋହନ ବେବର୍ତ୍ତା ଭାରତର ମହିୟସୀ ମହିଳାରତ୍ନଙ୍କ ଅନେକ ପ୍ରେରଣାଦାୟୀ କାହାଣୀ କହିଥିଲେ ।

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଡା ସଂଯୁକ୍ତା ସାହୁ ଜିଲ୍ଲାଭିତ୍ତିକ ଲିଙ୍ଗ ଅନୁପାତ ଉପସ୍ଥାପନ କରିବା ସହ ଡିକୋଏ ଅପରେସନ ଏବଂ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସୂଚନାଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାଗୁଡ଼ିକୁ କହିଥିଲେ । କନ୍ୟା ସନ୍ତାନଙ୍କ ପ୍ରତି ସାମାଜିକ ଅବଲୋକନ ଏବଂ ଆଭିମୁଖ୍ୟରେ ଆଚରଣଗତ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କ ସାମଗ୍ରିକ ବିକାଶ ଦିଗରେ ଏକ ସାମୂହିକ ପ୍ରୟାସକୁ ପ୍ରେରଣା ଦେବା ପାଇଁ “ବେଟି ବଚାଓ ବେଟି ପଢ଼ାଓ” ଭଳି ସରକାରଙ୍କ କାର୍ଯ୍ୟକ୍ରମର ସେ ଉଚ୍ଚପ୍ରଶଂସା କରିଥିଲେ ।

ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳ ପ୍ରତିଭାକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯାଇଥିଲା । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଡା ସତ୍ୟବ୍ରତ ଛୋଟରାୟ, ଡା ମୁରଲୀଧର ପାଢ଼ୀ, ଡା ପ୍ରତିଭା ପ୍ରଧାନ, ଡା ତାପସ ପାତ୍ର, ଡା ଶ୍ରାବଣୀ ଦାସ, ରିତେଶ ସିସୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.