Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଭାରତ ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ, ଜିଓସାଉଣ୍ଡପେ ସେବା ଶୁଭାରମ୍ଭ
ଆଜିର ଖବର

ଜିଓ ଭାରତ ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ, ଜିଓସାଉଣ୍ଡପେ ସେବା ଶୁଭାରମ୍ଭ

January 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଗଣତନ୍ତ୍ର ଦିବସରେ ଜିଓ ପକ୍ଷରୁ ଜିଓସାଉଣ୍ଡପେ (JioSoundPay) ଶୁଭାରମ୍ଭ କରାଯିବ। ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣାରେ ଉପଲବ୍ଧ ହେବ। ଜିଓସାଉଣ୍ଡପେ ରୁ ବିନା କୌଣସି ସାଉଣ୍ଡ ବକ୍ସ ରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଭାରତର ଯେକୌଣସି ମୋବାଇଲ୍ ଫୋନରେ ଏହା ଏହିଭଳି ପ୍ରଥମ ବୈଶିଷ୍ଟ୍ୟ ବା ଫିଚର। ଦେଶର ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ।

କମ୍ପାନୀର ସୂଚନା ଅନୁସାରେ, ଜିଓସାଉଣ୍ଡପେ ଏକ ଅଭୂତପୂର୍ବ ନବସୃଜନ ବା ଇନୋଭେସନ। ଯାହା ପ୍ରତ୍ୟେକ ୟୁପିଆଇ ଦେୟର ତତକ୍ଷଣାତ୍, ବହୁଭାଷୀ ଅଡିଓ ଆଲର୍ଟ ବାର୍ତ୍ତା ଦେବ। ଏହା ଛୋଟରୁ ଛୋଟ ଗ୍ରସେରୀ ଓ ଖାଦ୍ୟସାମଗ୍ରୀ ଦୋକାନ, ପନିପରିବା ବିକ୍ରେତା ଏବଂ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଖାଦ୍ୟ ଓ ପାନୀୟ ବିକ୍ରେତାମାନଙ୍କ ପାଇଁ ବ୍ୟବସାୟ କରିବା ଅଧିକ ସହଜ କରିବ। ବର୍ତ୍ତମାନ କ୍ଷୁଦ୍ର ଏବଂ ଅତିକ୍ଷୁଦ୍ର ବ୍ୟବସାୟୀମାନେ ସାଉଣ୍ଡ ବକ୍ସ ପାଇଁ ମାସକୁ ପ୍ରାୟ ୧୨୫ ଟଙ୍କା ଦେଉଛନ୍ତି। ଏହି ସେବା ଏବେ ଜିଓସାଉଣ୍ଡପେ ରେ ମାଗଣାରେ ଉପଲବ୍ଧ ହେବା ସହିତ, ଜିଓ ଭାରତ ଫୋନ୍ ବ୍ୟବହାରକାରୀମାନେ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।

ଜିଓ ଭାରତ ଫୋନ୍ ପ୍ରାୟ ଏକ ବର୍ଷ ପୂର୍ବେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହା ଦୁନିଆର ସବୁଠାରୁ ସୁଲଭ ୪ଜି ଫୋନ୍ ଭାବରେ ପରିଗଣିତ, ଯାହାର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିଛ। ଏହିପରି ଭାବରେ ଏକ ନୂତନ ଜିଓ ଭାରତ ଫୋନ୍ କିଣୁଥିବା ଯେକୌଣସି ବ୍ୟବସାୟୀ ମାତ୍ର ୬ ମାସ ମଧ୍ୟରେ ଫୋନର ସମ୍ପୂର୍ଣ୍ଣ ମୂଲ୍ୟ ଅନୁରୂପ ସଞ୍ଚୟ କରିପାରିବେ। ଭାରତର ଗଣତନ୍ତ୍ରର ୭୫ ବର୍ଷ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ, ଜିଓ ପକ୍ଷରୁ ଜିଓସାଉଣ୍ଡପେରେ ଆଧୁନିକ ସଙ୍ଗୀତରେ ବନ୍ଦେ ମାତରମ ସଙ୍ଗୀତର ଧୁନ ପ୍ରସ୍ତୁତ କରାଯାଇଛି।

ଜିଓର ସଭାପତି ସୁନୀଲ ଦତ୍ତ କହିଛନ୍ତି, “ଜିଓ ପ୍ରତ୍ୟେକ ଭାରତୀୟଙ୍କୁ ସଶକ୍ତ କରିବା ପାଇଁ ଟେକ୍ନୋଲୋଜି ଉପଯୋଗ କରିବାରେ ବିଶ୍ୱାସ କରେ। ଜିଓ ଭାରତ ଫୋନରେ ମାଗଣା ଜିଓସାଉଣ୍ଡପେ ଫିଚର ଏବଂ ବନ୍ଦେ ମାତରମ ସଙ୍ଗୀତର ଭାବପୂର୍ଣ୍ଣ ପ୍ରସ୍ତୁତି ସହିତ ଆମେ ଭାରତର ଭାବନାର ଉତ୍ସବ ପାଳନ କରୁଛୁ ଏବଂ ଏକ ବାସ୍ତବ ଡିଜିଟାଲ ଭାରତ ନିର୍ମାଣ ଦିଗରେ ଆମର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛୁ।”

ଗଣତନ୍ତ୍ର ଦିବସ ୟୁପିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.