ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳ ଭୂମିକା ନିଭାଇଛି। ତେବେ ବିରୋଧୀ ଦଳ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ଦଳ ଭିତରେ ବିରୋଧୀ ନେତା ହେବାକୁ ନେଇ ଥିବା ବିବାଦ ଏବେ ସାମ୍ନାକୁ ଆସିଛି। ବର୍ତ୍ତମାନ ବିରୋଧୀ ଦଳର ନେତା ପ୍ରଦୀପ୍ତ ମହାନ୍ତି ଥିବାବେଳେ ଜୟନାରାୟଣ ମିଶ୍ର ନିଜର ଅସନ୍ତୋଷ ଜାହିର୍ କରିଛନ୍ତି। ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସବୁ ବିଧାୟକ ତାଙ୍କ ନାଁ କହିଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟଜଣଙ୍କୁ ବିରୋଧୀ ଦଳ ନେତା ଚୟନ କରାଯାଇଥିଲା। ତେବେ ଏପରି ପରିବର୍ତ୍ତନ କ’ଣ ପାଇଁ ହେଲା ତାହା ଜାଣିନାହାନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ଏହାର ଉତ୍ତର କେନ୍ଦ୍ରୀୟ ନେତୃତ୍ବ ହିଁ ଦେଇପାରିବେ।