Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନୱାଇକେଏସ୍ ଓଡ଼ିଶା ପକ୍ଷରୁ ୧୬ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ
ଆଜିର ଖବର

ଏନୱାଇକେଏସ୍ ଓଡ଼ିଶା ପକ୍ଷରୁ ୧୬ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ

January 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡ଼ିଶା, ପକ୍ଷରୁ ୧୬ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ୨୫ ଜାନୁଆରି ୨୦୨୫ରୁ ୩୧ ଜାନୁଆରି ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ସହଯୋଗିତାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଏହି କାର୍ଯ୍ୟକ୍ରମରେ ସିଆରପିଏଫ୍ ଜିସି, ଭୁବନେଶ୍ୱରର ଡିଆଇଜିପି ଭାରତ ଭୂଷଣ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଯୁବଗୋଷ୍ଠୀଙ୍କ ଭୂମିକା ବିଷୟରେ କହିବା ସହ ଅଭିନବ ଚିନ୍ତାଧାରା ରଖିବାକୁ ସେ ଆହ୍ବାନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏନଓ୍ବାଇକେଏସ, ଓଡ଼ିଶାର ରାଜ୍ୟ ନିର୍ଦ୍ଦେଶକ ମୂରଲୀଧର ଖରାତ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସଡି ଶ୍ରୀ ବିଜୟ କୁମାର ରାଉତ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏନଓ୍ବାଇକେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ସ୍ୱାଗତ ଭାଷଣ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଯୁବ ଅଧିକାରୀ ବି. ରମେଶ ଧନ୍ୟବାଦ ଅର୍ପଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ସମୟରେ ଏନଓ୍ବାଇକେଏସ ଓଡ଼ିଶା ଓ ଏନଓ୍ବାଇକେ, ଖୋର୍ଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୦୦ ଆଦିବାସୀ ଯୁବକଙ୍କୁ ୭ଦିନ ପାଇଁ ଆତିଥେୟତା ପ୍ରଦାନ କରିବେ। ଏହାଛଡ଼ା ସେମାନେ ୨ ଦିନ ଧରି ବିଭିନ୍ନ ସ୍ଥାନକୁ ଗସ୍ତ କରିବେ। ପ୍ରଥମ ଦିନରେ ସେମାନେ ସ୍ଥାନୀୟ ଅଂଚଳରେ ବୁଲିବେ ଓ ଦ୍ବିତୀୟ ଦିନରେ ସେମାନେ ମାନ୍ୟବର ରାଜ୍ୟପାଳଙ୍କ  ନିମନ୍ତ୍ରଣ କ୍ରମେ ରାଜଭବନ ଯିବେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ଯୁବପିଢିଙ୍କୁ ଭାରତର ମହାନ ସାଂସ୍କୃତିକ ଐତିହ୍ୟ ସଂପର୍କରେ ସଚେତନ କରିବା, ବିବିଧତାରେ ଏକତାକୁ ପ୍ରସଂଶା କରିବାକୁ ସେମାନଙ୍କୁ ସୁଯୋଗ ଦେବା, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଶିଳ୍ପ ଅଭିବୃଦ୍ଧି ସଂପର୍କରେ ଅବଗତ କରାଇବା, ଦେଶରେ ଅନ୍ୟ ଯୁବଗୋଷ୍ଠୀଙ୍କ ସହ ସେମାନଙ୍କ ଭାବନାତ୍ମକ ସଂପର୍କକୁ ସୁଦୃଢ କରିବା ଓ ସେମାନଙ୍କ ଆତ୍ମସମ୍ମାନକୁ ବଢାଇବା। ନୂଆ କଥା ଜାଣିବା ଓ ନୂଆ ନୂଆ ଚିନ୍ତାଧାରା ଓ ଜୀବନଶୈଳୀକୁ ଶିଖିବା ଲାଗି ଏହା ସେମାନଙ୍କ ପାଇଁ ଏକ ଭଲ ସୁଯୋଗ।

ଏହି କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧା ପକ୍ଷରୁ ଏନଓ୍ବାଇକେଏସ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଆୟୋଜନ କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.