ସ୍ବିଜରଲ୍ୟାଣ୍ଡ ତାରକା ରୋଜର ଫେଡେରର ଦ୍ବାଦଶ ଥର ପାଇଁ ଓ୍ବିମ୍ବିଲଡନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁ୍ଷ୍ଠିତ ସେମିଫାଇନାଲରେ ସ୍ପେନ୍ର ରାଫେଲ ନାଦାଲଙ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି । ଆସନ୍ତା ମାସରେ 38 ବର୍ଷରେ ପଦାର୍ପଣ କରୁଥିବା ଫେଡେରର 7-6, 1-6,6-3 ଏବଂ 6-4 ସେଟ୍ରେ ନାଡାଲଙ୍କୁ ପରାସ୍ତ କରିଥିଲେ । ଶେଷଥର ପାଇଁ ଉଭୟ ଖେଳାଳି 2008 ଫାଇନାଲ୍ରେ ପରସ୍ପରର ମୁକାବିଲା କରିଥିଲେ ଯେଉଁଥିରେ ନାଦାଲ ବିଜୟୀ ହୋଇଥିଲେ । ଚଳିତ ବର୍ଷର ଫ୍ରେଞ୍ଚ ଓପନ ବିଜେତା ନାଦାଲ ଦୀର୍ଘ 4 ସେଟ୍ର ସଂଘର୍ଷ କରିଥିଲେ ମଧ୍ୟ ଫେଡେରରଙ୍କ ନିକଟରୁ ପରାଜିତ ହୋଇଥିଲେ । ଫାଇନାଲ୍ରେ 8 ଥର ଟାଇଟଲ ବିଜେତା ଫେଡେରର 4 ଥର ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ୍ ନୋଭାକ୍ ଜୋକୋଭିକ୍ଙ୍କ ମୁକାବିଲା କରିବେ । ଏହି ମ୍ୟାଚ୍ରେ ପରାଜିତ ହୋଇଥିଲେ ମଧ୍ୟ ଉଭୟ ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ମୁକାବିଲାରେ ନାଦାଲ 24-16ରେ ଆଗୁଆ ଅଛନ୍ତି ।
Tags: