ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଏହି ଆବେଦନ କରିପାରିବେ । ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଛି । ଅନଲାଇନ ଫି ପୈଠ କରିବାର ଶେଷ ସମୟ ୯ତାରିଖର ଅପରାହ୍ନ ୪ଟା ଯାଏଁ ଧାର୍ଯ୍ୟ କରାଯାଇଛି । ଏଥିରେ ପେପର ୧ ଓ ପେପର ୨ ପାଇଁ ଆଶାୟୀ ପରୀକ୍ଷାର୍ଥୀ ଅଲଗା ଅଲଗା ଆବେଦନ କରିପାରିବେ ।୨୦୧୮ ମସିହାରେ ଆବେଦନ କରିଥିବା ଆଶାୟୀ ମଧ୍ୟ ଏଥର ବିନା ମୂଲ୍ୟରେ ସାନି ଆବେଦନ କରିପାରିବେ । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଚଳିତ ଥରର ଓଟିଇଟି ପରୀକ୍ଷା କରିବାକୁ ବୋର୍ଡ଼ ଲକ୍ଷ୍ୟ ରଖିଥିବା ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ ପାଇଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା ।
Tags: