Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି କୃଷ୍ଣସାର ମୃଗ ଗଣନା
ଆଜିର ଖବର

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି କୃଷ୍ଣସାର ମୃଗ ଗଣନା

January 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିରଳ କୃଷ୍ଣସାର ମୃଗବଂଶ ବୃଦ୍ଧି କୁ ନେଇ ଜିଲ୍ଲାବାସୀ ଓ ପରିବେଶବିତ୍‌ଙ୍କୁ ବେଶ୍ ଉତ୍ସାହିତ କରିଛି। ୨୦୨୩ ଗଣନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ୭୭୪୫ଟି କୃଷ୍ଣସାର ମୃଗ ରହିଥିଲେ। ସେମାନଙ୍କ ମଧ୍ୟରେ ୧୪୭୨ଟି ଅଣ୍ଡିରା, ୪୭୫୨ଟି ମାଈ ଏବଂ ୧୫୧୮ଟି ଶାବକ ଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡରେ ସର୍ବାଧିକ ୪୬୩୬ଟି କୃଷ୍ଣସାର ମୃଗ ରହିଥିବା ବେଳେ ବ୍ରହ୍ମପୁର ବନଖଣ୍ଡରେ ୨୭୫୭ ଏବଂ ଉତ୍ତର ଘୁମୁସର ବନଖଣ୍ଡରେ ୩୫୦ଟି କୃଷ୍ଣସାର ରହିଥିବା ଜଣାପଡ଼ିଥିଲା ଦକ୍ଷିଣ ଘୁମୁସର ବନଖଣ୍ଡରେ ଏମାନଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ୨୦୧୮ରୁ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି।

ଦକ୍ଷିଣ ଘୁମୁସର ଓ ଉତ୍ତର ଘୁମୁସର ବନଖଣ୍ଡରେ ଚଳିତବର୍ଷ ର ଆଜି ସକାଳ ଠାରୁ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି। ଏଥିପାଇଁ ଉଭୟ ବନଖଣ୍ଡରୁ ଲାଲିମ୍ ପ୍ରାପ୍ତ ୮୮ ଟି ଟିମ୍ ଗଠନ କରାଯାଇ ଗଣନାରେ ନିୟୋଜିତ କରାଯାଇଛି। ଏଥିରେ ପ୍ରାୟ ୪୦୦ରୁ ଅଧିକ କର୍ମଚାରୀ, କଲେଜ ଛାତ୍ରଛାତ୍ରୀ, ବନ୍ୟପ୍ରାଣୀ ବିଶେଷଜ୍ଞ ଓ କିଛି ପରିବେଶବିତ୍ ସାମିଲ ହୋଇଛନ୍ତି। ପୂର୍ବରୁ ଉଭୟ ବନଖଣ୍ଡର ୪ ଟି ବନାଞ୍ଚଳରେ ଗଣନା କରାଯାଉଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟାକୁ ବଢ଼ାଯାଇଛି। ଏଥର ୮ଟି ବନାଞ୍ଚଳରେ ଗଣନା ହେବ ବୋଲି ସୂଚନା ମିଳିଛି।

ଚଳିତବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡ ର ଆସିକା, ବୁଗୁଡ଼ା, ପୋଲସରା ଓ ବଡ଼ଗଡ଼ ବନାଞ୍ଚଳ ଏବଂ ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥପ୍ରସାଦ, ମୁଜାଗଡ଼, ତାରସିଂ ଓ କେନ୍ଦ୍ରୀୟ ବନାଞ୍ଚଳରେ ଗଣନା ହେବ। ଏହି ଗଣନା ନେଇ ଗଣନାକରୀଙ୍କୁ ଉପଯୁକ୍ତ ତାଲିମ ଦିଆଯାଇଥିବା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଠାରୁ ସୂଚନା ମିଳିଛି।

ଗଞ୍ଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025

ଆଜିଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ, ଜାଣନ୍ତୁ କଣ ହେବ

December 4, 2025

ମିଶନ ଶକ୍ତି ଏବଂ ଜାତୀୟ ସହରାଞ୍ଚଳ ଜୀବିକା ମିଶନର ସମନ୍ୱୟ ବୈଠକ, ନିଆଗଲା ଏହି ନିଷ୍ପତି

December 4, 2025
Latest News

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025

India Navy Day: ଆଜି ପାଳନ ହେଉଛି ନୌସେନା ଦିବସ, କେରଳରେ ବଡ ପ୍ରସ୍ତୁତି

December 4, 2025

India Russia Summit: ପୁଟିନ ଗସ୍ତରେ ସୁଦୃଢ ହେବ ଭାରତ ଋଷିଆ ବାଣିଜ୍ୟିକ ସଂପର୍କ

December 4, 2025

Putin’s India Visit: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ସୁରକ୍ଷା ବ୍ୟବସ୍ଥା କଡାକଡି

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.