Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ପ୍ରତି ଜିଲ୍ଲାରେ ହେବ ସମ୍ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ
ଆଜିର ଖବର

ଓଡ଼ିଶାର ପ୍ରତି ଜିଲ୍ଲାରେ ହେବ ସମ୍ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ

January 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍‌ଥ କେୟାର ସର୍ଭିସେସ୍ ପକ୍ଷରୁ ଏକ ବିସ୍ତୃତ ଯୋଜନା ହାତକୁ ନିଆଯାଇଛି। ତୃଣମୂଳ ସ୍ତରର ଲୋକଙ୍କୁ ସୁଲଭ ତଥା ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟ ସେବା ଦେବାକୁ ପ୍ରତି ଜିଲ୍ଲାରେ ଏହି ସଂସ୍ଥା ପକ୍ଷରୁ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ୍ ସ୍ଥାପନ କରାଯିବ। ଏହି ପରିପ୍ରେକ୍ଷୀରେ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଗୃହୀତ ହୋଇଛି ବୋଲି ବୁଧବାର ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି।

ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ସ୍ୱାସ୍ଥ୍ୟ ବିଭାଗର କମିସନର କମ୍ ସେକ୍ରେଟାରୀ ଏସ୍‌. ଅଶ୍ୱତିଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଥିଲା।

ଉଭୟ ପ୍ରାଇମେରୀ ଏବଂ ସେକେଣ୍ଡାରୀ ସ୍ୱାସ୍ଥ୍ୟ ସେବା ସହ ଏହି ହସ୍ପିଟାଲ୍ ଗୁଡ଼ିକରେ ଅତ୍ୟାଧୁନିକ ଡାଇଗ୍ନୋସିସ୍ ଲ୍ୟାବ୍‌, ବୟୋଜ୍ୟେଷ୍ଠଙ୍କ ଲାଗି ସ୍ୱତନ୍ତ୍ର ଯତ୍ନ, ଫାର୍ମାସୀ, ଟ୍ରମା କେୟାର, ଇମର୍ଜେନ୍ସି ଏବଂ ଫିଜିଓଥେରାପି ସୁବିଧା ପ୍ରଦାନ କରାଯିବ। ଏଥି ନିମନ୍ତେ ୧୦୦୦ କୋଟି ଟଙ୍କାର ନିବେଶ ହେବ ଓ ୯୦୦ ଲୋକଙ୍କ ଲାଗି ସିଧାସଳଖ ଓ ୬୦୦୦ ଲୋକଙ୍କ ନିମନ୍ତେ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସମ୍ ହେଲ୍‌ଥକେୟାରର ପ୍ରୋଜେକ୍ଟ ମ୍ୟାନେଜର ଅନୁରାଗ ନାୟକ ସୂଚନା ଦେଇଛନ୍ତି।

ଶ୍ରୀ ନାୟକ କହିଛନ୍ତି ଲୋକେ ସ୍ୱାସ୍ଥ୍ୟ ସେବା ଲାଗି ଭୁବନେଶ୍ୱର ଓ କଟକ ଭଳି ବଡ଼ ସହରଗୁଡ଼ିକ ଉପରେ ନିର୍ଭରଶୀଳ ହେଉଛନ୍ତି। ଲୋକଙ୍କ ନିକଟରେ ଉତମ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ଦିଗରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି।

ଓଡିଶା ଡକ୍ଟର ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ

November 20, 2025

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ପୋରଣ,କହିଲେ..

November 20, 2025

ବିହାରର ନୂତନ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 20, 2025

Jay MLA Oath: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, କେତେ ପାଇବେ ଟଙ୍କା?

November 20, 2025
Latest News

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ

November 20, 2025

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ପୋରଣ,କହିଲେ..

November 20, 2025

ବିହାରର ନୂତନ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 20, 2025

Jay MLA Oath: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, କେତେ ପାଇବେ ଟଙ୍କା?

November 20, 2025

Rising Star Asia Cup 2025: ସେମିଫାଇନାଲ ପାଇଁ ଚୂଡ଼ାନ୍ତ ହେଲା ଦଳ, ଜାଣନ୍ତୁ ଭାରତର କେବେ?

November 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.