Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ସାଂସଦ ଏବଂ ଖଣ୍ଡପଡ଼ା ବିଧାୟକଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ
ଆଜିର ଖବର

କଟକ ସାଂସଦ ଏବଂ ଖଣ୍ଡପଡ଼ା ବିଧାୟକଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ

January 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କଟକ ଲୋକସଭା ସାଂସଦଙ୍କ ଦ୍ବାରା ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଏକାଧିକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେବା ସହିତ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ବିଜେପି ସରକାର କାମ କାମ କରୁଥିବା କହିଥିଲେ। ପ୍ରଥମେ ମହାନଦୀର ଦକ୍ଷିଣ ପାର୍ଶ୍ଵରେ ଥିବା ଗୁଡ଼ୁପଡା ଗ୍ରାମଠାରୁ ବଡ଼ବର ଗ୍ରାମ ପର୍ଯ୍ୟନ୍ତ ମହାନଦୀ ବନ୍ଧର ଉନ୍ନତୀକରଣ, ରାସ୍ତା ଓ ମହାନଦୀ ବନ୍ଧର ସୁରକ୍ଷା ପାଇଁ ବୁରୁଜ ନିର୍ମାଣପାଇଁ ୧୧ କୋଟି ୭୦ ଲକ୍ଷ ଟଙ୍କାରେ କାର୍ଯ୍ୟ ହେବାପାଇଁ ଅର୍ଥ ମଞ୍ଜୁର ହୋଇଛି। ଏହି କାର୍ଯ୍ୟ ପାଇଁ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବ ଓ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଶିଳାନ୍ୟାସ କରିଛନ୍ତି।

ସେହିଭଳି, ଧାନଚାଙ୍ଗଡ଼ା ଗ୍ରାମଠାରୁ କମେଇଁ ନଦୀ ପୋଲ ସଂଯୋଗ ୪୮ ନମ୍ବର ରାଜ୍ୟ ରାଜପଥକୁ ସଂଯୋଗ ରାସ୍ତା ପର୍ଯ୍ୟନ୍ତ କମେଇଁ ନଦୀର ବନ୍ଧର ଉନ୍ନତି ଓ ରାସ୍ତାର ଉନ୍ନତି ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କାର କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ। କଣ୍ଟିଲୋ ଶ୍ମଶାନଚଣ୍ଡୀ ଠାରୁ ଗୋପୀନାଥପୁର ବାଇପାସ ରାସ୍ତା ନିମନ୍ତେ ଶିଳାନ୍ୟାସ କରିଥିଲେ। ୩ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତାର ଉନ୍ନତୀକରଣ ନିମନ୍ତେ ଜଳସଂପଦ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥିସହ କଣ୍ଟିଲୋ ଗାନ୍ଧୀ ପାର୍କ ଉନ୍ନତୀକରଣ ନିମନ୍ତେ ୫୦ ଲକ୍ଷ, କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ନିକଟସ୍ଥ ଶ୍ମଶାନ ଚତୁଃପାର୍ଶ୍ଵ ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ୨୬ ଲକ୍ଷ, ମହାବିଦ୍ୟାଳୟ ପରିସରରେ ନୂତନ କ୍ୟାମ୍ପସ ନିମନ୍ତେ ୧ କୋଟି ୬୦ ଲକ୍ଷ, ବଡ଼ବାଣପୁର ଗ୍ରାମ ଉପକଣ୍ଠରୁ କଣ୍ଟିଲୋ କଲେଜ ପର୍ଯ୍ୟନ୍ତ ମହାନଦୀ ବନ୍ଧର ସୁରକ୍ଷା ନିମନ୍ତେ ସାଢେ ୮ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହୋଇଛି।

କଟକ ସାଂସଦ ଭର୍ତ୍ତୁହରି ମହତାବ ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.