Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟାର୍ଟଅପ୍ ଓଡ଼ିଶାର ଏକ୍ସ୍‌ପିରିୟନ୍ସ୍ ଜୋନ୍‌: ଛାତ୍ରଛାତ୍ରୀଙ୍କୁ ବେଶ୍ ପସନ୍ଦ ଆସୁଛି ଏହି ପ୍ରଦର୍ଶିନୀ
ଆଜିର ଖବର

ଷ୍ଟାର୍ଟଅପ୍ ଓଡ଼ିଶାର ଏକ୍ସ୍‌ପିରିୟନ୍ସ୍ ଜୋନ୍‌: ଛାତ୍ରଛାତ୍ରୀଙ୍କୁ ବେଶ୍ ପସନ୍ଦ ଆସୁଛି ଏହି ପ୍ରଦର୍ଶିନୀ

January 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା ୨୦୨୫ରେ ଷ୍ଟାର୍ଟଅପ୍ ଓଡ଼ିଶାର ଏକ୍ସ୍‌ପିରିୟନ୍ସ୍ ଜୋନ୍ ଏକ ପ୍ରମୁଖ ଆକର୍ଷଣ ସାଜିଛି। ଏହା ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ ସାଧାରଣ ଜନତାଙ୍କୁ ନବସୃଜନରର ଅଭିଜ୍ଞତା ନେବା ପାଇଁ ଆକର୍ଷିତ କରୁଛି। ଦୃଷ୍ଟି ଆକାଶ ଡୋମ୍‌, ସତ୍ୟ ଦୃଷ୍ଟି, ଷ୍ଟାର୍ଟଅପ୍ ଶସ୍ତ୍ର ଏବଂ ଷ୍ଟାର୍ଟଅପ୍ ଦ୍ୱାର ଭଳି ଅତ୍ୟାଧୁନିକ ପ୍ରଦର୍ଶନୀ ଏଠାରେ ପ୍ରଦର୍ଶିତ ହୋଇଛି।

ଦୃଷ୍ଟି ଆକାଶ ଡୋମ୍ ଉପସ୍ଥିତ ପ୍ରଦର୍ଶକଙ୍କୁ ଏକ ମନୋରମ ଯାତ୍ରାର ଅନୁଭୁତି କରାଇବା ସଂଙ୍ଗେସଂଙ୍ଗେ ମହାକାଶ ଅନୁସନ୍ଧାନରୁ ଷ୍ଟାର୍ଟଅପ୍ ଦୁନିଆ ପର୍ଯ୍ୟନ୍ତ ବିବର୍ତ୍ତନକୁ ପ୍ରଦର୍ଶିତ କରିଲା। ସତ୍ୟ ଦୃଷ୍ଟି, ମହାତ୍ମା ଗାନ୍ଧୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଆଦର୍ଶକୁ ଶ୍ରଦ୍ଧାଞ୍ଜଳୀ ଦେଇ, ତାଙ୍କ ନୀତି କିପରି ଆଧୁନିକ ଉଦ୍ୟୋଗୀତାକୁ ପ୍ରେରଣା ଦେଇ ଚାଲିଛି ତାହା ଉପରେ ଦର୍ଶାଇଥିଲା। ଷ୍ଟାର୍ଟଅପ୍ ଶସ୍ତ୍ର, ଏକ ଅତ୍ୟାଧୁନିକ ଅଭିଜ୍ଞତା ଯେଉଁଥିରେ ପରିଦର୍ଶକମାନେ ଭିଆର୍ ରେ ଗେମ୍ସ୍ ଖେଳିପାରିବେ। ଷ୍ଟାର୍ଟଅପ୍ ଦ୍ୱାର ଭଳି ଫୋଟୋ-ଅପ୍ ସଂସ୍ଥାପନ ପରିଦର୍ଶକମାନଙ୍କୁ ନବସୃଜର ଭବିଷ୍ୟତରେ ପାଦ ଦେବାକୁ ଉତ୍ସାହିତ କରୁଥିଲା।

ଏକ୍ସ୍‌ପିରିୟନ୍ସ୍ ଜୋନ୍ ସମସ୍ତ ବୟସର ପରିଦର୍ଶକଙ୍କୁ ଆକର୍ଷିତ କରିଥିଲା। ବିଶେଷକରି ଛାତ୍ରଛାତ୍ରୀମାନେ ଭିଆର୍ ସିମୁଲେସନ୍‌ରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ରୋମାଞ୍ଚ୍‌କର ଉପାୟରେ ଉଦ୍ୟୋଗୀ ଯାତ୍ରା ବିଷୟରେ ଶିଖିଥିଲେ। ଏହି ଜୋନ୍ କେବଳ ଜନସାଧାରଣଙ୍କ ଆଗ୍ରହ ନୁହେଁ ବରଂ ଯୁବଗୋଷ୍ଠୀଙ୍କ ମନରେ ମଧ୍ୟରେ ଆଗ୍ରହ ସୃଷ୍ଟି କରିଛି, ଯାହା ଭବିଷ୍ୟତ ଗଠନରେ ନବସୃଜନର ଗୁରତ୍ୱକୁ ଆହୁରି ଦୃଢ କରିଛି।

କମଲଜିତ ଦାସ, ଓଏଏସ୍, ଯୁଗ୍ମ ସଚିବ, ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ (ସିଏଓ) ଏକ୍ସ୍‌ପିରିୟନ୍ସ୍ ଜୋନ୍ ବିଷୟରେ କହିଥିଲେ, “ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ପ୍ରଦର୍ଶନୀ ଷ୍ଟଲ୍ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ଏକ୍ସ୍‌ପିରିୟନ୍ସ୍ ଜୋନ୍ ଆମର ରାଜ୍ୟର ନବସୃଜନର ଭାବନାକୁ ପ୍ରତିଫଳିତ କରୁଛି। ଛାତ୍ର ଏବଂ ଯୁବପିଢିଙ୍କୁ ଅଭିନବ ଚିନ୍ତାଧାରା ସହ ଜଡିତ ଦେଖିବା ବେଶ୍ ପ୍ରେରଣାଦାୟକ। ଏହି ଯୋଗଦାନ କେବଳ ଆମର ଷ୍ଟାର୍ଟଅପ୍ ସମ୍ଭାବନା କୁ ଗୁରତ୍ୱ ଦିଏ ନାହିଁ ବରଂ ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ର ଅଂଶ ହେବାକୁ ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ମଧ୍ୟ ଉତ୍ସାହିତ କରେ।”

ପ୍ରଦର୍ଶନୀ ହଲ୍‌ରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ଅଧୀନରେ ୭୦ରୁ ଅଧିକ ଷ୍ଟାର୍ଟଅପ୍ ଷ୍ଟଲ୍ ସ୍ଥାନିତ ହୋଇଥିଲା, ଯେଉଁଠାରେ ଉଦୀୟମାନ ଉଦ୍ୟୋଗୀଙ୍କ ଅଭିନବ ଉତ୍ପାଦ ଏବଂ ସେବାଗୁଡିକୁ ପ୍ରଦର୍ଶିତ ହୋଇଛି। ଟେକ୍ନୋଲୋଜି ସମାଧାନଠାରୁ ସ୍ଥାୟୀ ନବସୃଜନ ପର୍ଯ୍ୟନ୍ତ, ଷ୍ଟଲ୍‌ଗୁଡିକ ଓଡ଼ିଶାର ବର୍ଦ୍ଧିତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ କୁ ପ୍ରତିଫଳିତ କରିଥିଲା, ଯାହା ଉଦ୍ୟୋଗୀତାକୁ ପ୍ରୋର୍ସାହିତ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସୁଦୃଢ କରିଥିଲା।

Startup Odisha
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

September 10, 2025

ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025
Latest News

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

September 10, 2025

ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.