Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ କର୍ମଚାରୀ ମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର
ଆଜିର ଖବର

ରେଳ କର୍ମଚାରୀ ମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା ପୁରସ୍କର- 2024 ମହୋତ୍ସବ ପାଳନ କରି ଏହାର କର୍ମଚାରୀଙ୍କ ଅତୁଳନୀୟ ସେବା ତଥା ଉତ୍ସର୍ଗୀକୃତତାକୁ ସମ୍ମାନିତ କରିଛି। ଏହି କାର୍ଯ୍ୟକ୍ରମରେ ମୋଟ 49 ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇ ସ୍ୱୀକୃତି ଦିଆଯିବା ସହିତ ବିଭିନ୍ନ ରେଳ ମଣ୍ଡଳ ଏବଂ ରେଳ ୟୁନିଟ ଗୁଡିକର କାର୍ଯ୍ୟ ଦକ୍ଷତା ପାଇଁ ବିଭିନ୍ନ ଦକ୍ଷତା ସିଲ୍ଡ ପ୍ରଦାନ କରାଯାଇଅଛି।

ବିଶିଷ୍ଟ ରେଳ ସେବା ପୁରସ୍କାର 2024 ସମାରୋହର ମୁଖ୍ୟ ଆକର୍ଷଣ:

49 ରେଳ କର୍ମଚାରୀଙ୍କୁ ସ୍ୱୀକୃତି ପ୍ରଦାନ : କାର୍ଯ୍ୟ କ୍ଷେତ୍ରରେ ନିରନ୍ତର ନିଷ୍ଠା ଏବଂ ପରିଶ୍ରମର ସ୍ୱୀକୃତି ପାଇଁ 49 ଜଣ ରେଳ କର୍ମଚାରୀଙ୍କୁ ସମ୍ମାନଜନକ ବିଶିଷ୍ଟ ରେଳ ସେବା ପୁରସ୍କର -2024 କରାଯାଇଅଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ବିଶେଷ ପୁରସ୍କାର ରେଳପଥର ଲକ୍ଷ୍ୟ ପୂରଣ କରିବାରେ ସେମାନଙ୍କର ନିରନ୍ତର ଉଦ୍ୟମକୁ ସ୍ୱୀକାର କରିଛି।

ସମ୍ବଲପୁର ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍ଡ ପୁରସ୍କାର : ଏକ ମହତ୍ୱପୂର୍ଣ୍ଣ ସଫଳତାରେ, ସମ୍ବଲପୁର ରେଳ ମଣ୍ଡଳକୁ ଉଚ୍ଚମାନର କାର୍ଯ୍ୟ ଏବଂ ସେବା ବଜାୟ ରଖିବାରେ ଏହାର ଆଦର୍ଶ ପ୍ରଦର୍ଶନକୁ ସ୍ୱୀକୃତି ଦିଆଯାଇ ସାମଗ୍ରିକ ଦକ୍ଷତା ସିଲ୍ଡ ଦ୍ୱାରା ସମ୍ମାନିତ କରାଯାଇଅଛି।

ଶ୍ରେଷ୍ଠ କ୍ଲିନ୍ (ସଫାଈ) ଷ୍ଟେସନ୍ ସିଲ୍ଡସ୍: ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଧୀନରେ ଥିବା ପୁରୀ ଏବଂ ହରିଦାସପୁର ଷ୍ଟେସନକୁ ସେମାନଙ୍କର ଉଲ୍ଲେଖନୀୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ମାନ୍ୟତା ଦିଆଯାଇ ପୁରୀ ଷ୍ଟେସନକୁ ବଡ଼ ଷ୍ଟେସନ୍ ସ୍ୱଚ୍ଛତା ସିଲ୍ଡ ଏବଂ ହରିଦାସପୁର ଷ୍ଟେସନକୁ ଛୋଟ ଷ୍ଟେସନ ସ୍ୱଚ୍ଛତା ସିଲ୍ଡ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଅଛି।

ଏହି ଉତ୍ସବରେ ରେଳବାଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରେଳ କର୍ମଚାରୀଙ୍କୁ ସେମାନଙ୍କର ଅତୁଳନୀୟ ପ୍ରତିବଦ୍ଧତା ଏବଂ ସେମାନଙ୍କ ଦାୟିତ୍ୱ ପୂରଣ କରିବାରେ ଅତୁଳନୀୟ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଶ୍ରୀ ଫୁଙ୍କୱାଲ ଗୁରୁତ୍ୱାରୋପ କରିଥିଲେ ଏବଂ କାର୍ଯ୍ୟକ୍ଷମତା ହାସଲ କରିବାରେ ନିରନ୍ତର ଉତ୍ସର୍ଗୀକୃତ ରହିବାକୁ କର୍ମଚାରୀ ମାନଙ୍କୁ ଉପଦେଶ ଦେଇଥିଲେ।

ବିଶିଷ୍ଟ ରେଳ ସେବା ପୁରସ୍କାର 2024 ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି କବିତା ଫୁଙ୍କୱାଲ, ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ସମସ୍ତ ବିଭାଗୀୟ ପ୍ରମୁଖ ଓ ବରିଷ୍ଠ ଅଧିକାରୀ ଓ ସମସ୍ତ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ଯୋଗ ଦେଇଥିଲେ। ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ବି.କେ.ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପୁରସ୍କାରର ମହତ୍ତ୍ୱ ଉପରେ ଆଲୋକପାତ କରିଥିବାବେଳେ ଉପ ମହାପ୍ରବନ୍ଧକ କେ.କେ.ଖାଡ଼ଙ୍ଗା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ।

ବିଶିଷ୍ଟ ରେଳ ସେବା ପୁରସ୍କର -2024 ସମାରୋହରେ ପୂର୍ବତଟ ରେଳପଥର ଲୁକ୍କାୟିତ ପ୍ରତିଭା ମାନଙ୍କର କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତତାର ଆନ୍ତରିକ ସ୍ୱୀକୃତି ଏବଂ ରେଳ ବ୍ୟବସ୍ଥାର ସୁଗମ ତଥା ଦକ୍ଷ କାର୍ଯ୍ୟକୁ ସୁନିଶ୍ଚିତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇଥିଲା।

ପୂର୍ବତଟ ରେଳପଥ ରେଳ କର୍ମଚାରୀ ରେଳ ସେବା ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026
Latest News

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026

ମନ୍ତ୍ରୀଙ୍କ ସହାୟକଙ୍କ ମୃତ୍ୟୁ: ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.