Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ରେରା ଗଠନ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟର ଫ୍ଲାଟ କିଣିବିକା ହୋଇପାରିବ, ମିଳିଲା ଅନୁମତି
ଆଜିର ଖବର

ଏଣିକି ରେରା ଗଠନ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟର ଫ୍ଲାଟ କିଣିବିକା ହୋଇପାରିବ, ମିଳିଲା ଅନୁମତି

February 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏଣିକି ରେରା ପୂରର୍ବରୁ ଆପାର୍ଟମେଂଟ ଘରକୁ କିଣା ବିକା ଅନୁମତି । ଏ ନେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଂଟ ନିର୍ମାଣ ହୋଇଛି ସେହି ସବୁ ଆପାର୍ଟମେଂଟ ଗୁଡିକ ବର୍ତମାନ କ୍ରୟ ବିକ୍ରୟ ପାଇଁ କୌଣସି ପ୍ରତି ବନ୍ଧକ ନାହିଁ ।

ଗତ ୨୦୨୩ ମସିହା ଜୁନ ମାସରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ଆପାର୍ଚମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି । ଏ ନେଇ ବିଭାଗ ତରଫରୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ଅବଗତ କରାଯାଇ ସମସ୍ତ ପଞ୍ଜିକରଣ ଅଧିକରୀ ( ରେଜିଷ୍ଟାର ) ମାନଙ୍କୁ ଜଣାଇଦେବାକୁ କୁହାଯାଇଛି ।

ଏ ନେଇ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଦ୍ୱାରା ଦାଖଲ ଅପିଲ ଗୁଡିକୁ ଯଥାଶୀଘ୍ର ଫଏସଲା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ଯେ ବିଡିଏ ଏବଂ ବିଏମ୍‌ସି ଓଡିଶା ଡେଭଲେପମେଂଟ ଅଥରିଟି ୧୯୮୨ ଲାଗୁ ଓ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ସମୟରେ ଜାରି କରିଥିବା ଆଦେଶନାମା ବିରୁଦ୍ଧରେ ଜନସାଧାରଣ ଦାଏର କରିଥିବା ଅପିଲ ଗୁଡିକ ଦୀର୍ଘଦିନ ଧରି ପଡିରହି ଥିବାରୁ ଅସନ୍ତୋଷ ଦେଖା ଦେଇଛି ।

ସେହି ସବୁ ଅପିଲ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ଯଥାଶୀଘ୍ର ଫଏସଲା କରିବାକୁ ନିଷ୍ପତି ଗ୍ରହଣ କରାଯାଇ ବିଭାଗର ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ଅପିଲେଟ କର୍ତୃପକ୍ଷ ଭାବେ ଘୋଷଣା କରାଯାଇଛି । ପ୍ରାୟ ୭୦୦ ରୁ ଅଧିକ ଅପିଲ ପଡି ରହିଛି । ସେ ଗୁଡିକୁ ଯଥାଶୀଘ୍ର ଫଏସଲା କରିବା ନିମନ୍ତେ ସେମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଡାଃ ମହାପାତ୍ର ସୂଚନା ଦେଇଛନ୍ତି ।

କୃଷ୍ଣଚନ୍ଦ୍ର ମହାପାତ୍ର ଫ୍ଲାଟ କିଣାବିକା ରେରା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026
Latest News

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.