କେନ୍ଦୁଝର ଆନନ୍ଦପୁରରେ ଏକ ଅଘଟଣ ଘଟିଛି। ମଧୁବନ ଗାଁରେ ସ୍ଥାନୀୟ ପୋଖରୀରେ ବୁଡ଼ି ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସୋସୋ ଥାନା ମଧୁବନ ଗାଁରେ ଥିବା ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଦୁଇଭଉଣୀ ଯାଉଥିଲେ। କୈାଣସିକାରଣ ବଶତଃ ଦୁଇଭଉଣୀଙ୍କ ଗୋଡ଼ ଖସି ଯିବାରୁ ବୁଡ଼ିଯାଇଥିଲେ। ପରିବାରଲୋକେ ଖବର ପାଇବା ପରେ ପୋଖରୀରୁ ଦୁଇଭଉଣୀଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ନେଇ ଯାଉଥିଲେ। ଦୁର୍ଭାଗ୍ୟବଶତଃ ପରିବାରଲୋକେ ଦୁଇ ଝିଅଙ୍କୁ ନେଉଥିବା ଅଟୋଟି ମଧ୍ୟ ଅଧାବାଟରେ ଓଲଟି ପଡ଼ିଥିଲା। ଫଳରେ ସେହି ଅଟୋରେ ଥିବା ଦୁଇଝିଅ ଓ ମାଁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଆନନ୍ଦପୁର ମେଡ଼ିକାଲରେ ପହଂଚିବା ପରେ ଡାକ୍ତର ଦୁଇ ଝିଅଙ୍କୁ ମୃତ ଘୋଷଣା କରିଥିଲେ।