କର୍ଣ୍ଣାଟକ ରାଜନୀତିରେ ଆଉ ଏକ ନୂତନ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବରୁ ୧୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ସହିତ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାଚସ୍ପତି ୫ ଜଣ ବିଧାୟକଙ୍କ ଇସ୍ତଫା ଅଗ୍ରାହ୍ୟ କରିବାରୁ ଏହି ୫ ଜଣ ବିଧାୟକ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କେ ସୁଧାକର, ରୋଶନ ବେଗ, ଏମ୍ଟିବି ନଟରାଜ, ମୁନିରତ୍ନ ନାଇଡୁ ଏବଂ ଆନନ୍ଦ ସିଂ ବାଚସ୍ପତିଙ୍କ ବିପକ୍ଷରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ୫ ଜଣଙ୍କ ସହିତ ବାଚସ୍ପତିଙ୍କ ବିପକ୍ଷରେ ଅଭିଯୋଗକାରୀ ବିଧାୟକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। କୋର୍ଟଙ୍କ ହସ୍ତକ୍ଷେପ ପରେ ମଙ୍ଗଳବାର ସୁଦ୍ଧା ସମସ୍ତ ବିଧାୟକଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦିଆ ଯାଇଥିବା ଜଣା ପଡିଛି। କଂଗ୍ରେସ ନେତା ତଥା ଡି କେ ଶିବକୁମାର ବିଦ୍ରୋହୀ ବିଧାୟକଙ୍କୁ ମନାଇବାର ଦାୟିତ୍ବ ନେଇଛନ୍ତି।