Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ: ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା
ଆଜିର ଖବର

ମହାକୁମ୍ଭ: ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା

February 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରୟାଗରାଜ: ୨୦୨୫ ମହାକୁମ୍ଭ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଦୃଶ୍ୟରେ ପରିଣତ ହୋଇଛି। ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ବିଧିରେ ଅଂଶଗ୍ରହଣ କରିଛନ୍ତି। ବସନ୍ତ ପଞ୍ଚମୀର ପବିତ୍ର ଦିନରେ ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କରିଛନ୍ତି। ବିଭିନ୍ନ ରାଜ୍ୟ, ସମ୍ପ୍ରଦାୟ ଏବଂ ଜାତିର ଲୋକମାନେ ଜୀବନରେ ଥରେ ମାତ୍ର ଆସୁଥିବା ଏହି ସୁଯୋଗକୁ ପାଳନ କରିଛନ୍ତି ଓ ମହାକୁମ୍ଭର ବାତାବରଣକୁ ଶ୍ରଦ୍ଧା, ଉତ୍ସାହ ଓ ଏକତାର ଭାବନାରେ ପରିପୂର୍ଣ୍ଣ କରିଛନ୍ତି।

ବସନ୍ତ ପଞ୍ଚମୀ ଋତୁ ପରିବର୍ତ୍ତନର ପ୍ରତୀକ ଏବଂ ହିନ୍ଦୁ ପୁରାଣରେ ଜ୍ଞାନର ଦେବୀ ସରସ୍ୱତୀଙ୍କ ଆଗମନକୁ ପାଳନ କରେ। ବସନ୍ତ ପଞ୍ଚମୀର ମହତ୍ତ୍ୱକୁ ସମ୍ମାନ ଜଣାଇ କଳ୍ପବାସୀମାନେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ଏହି ପବିତ୍ର ପର୍ବର ମହତ୍ତ୍ୱକୁ ସୂଚାଇଥିଲେ।

ପବିତ୍ର ସଂଗମସ୍ଥଳର ଦୃଶ୍ୟ ବେଶ ଅସାଧାରଣ ଥିଲା। ସଙ୍ଗମ କୂଳ ସମ୍ପୂର୍ଣ୍ଣ ଭାବରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭର୍ତ୍ତି ହୋଇଯାଇଥିଲା ଏବଂ ନଦୀର ପବିତ୍ର ବାଲି ଜନସମୁଦ୍ରରେ ବୁଡ଼ି ରହିଥିଲା। ଭାରତର ବିଭିନ୍ନ ରାଜ୍ୟ ଯଥା ଦିଲ୍ଲୀ, ହରିୟାଣା, ପଞ୍ଜାବ, ପଶ୍ଚିମବଙ୍ଗ, ଆସାମ, ବିହାର, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଶ୍ରଦ୍ଧାଳୁମାନେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସହ ମିଶି ମହାକୁମ୍ଭରେ ବିଶ୍ୱ ଏକତାର ବାର୍ତ୍ତା ଦେଇଥିଲେ। କୋଟି କୋଟି ଲୋକଙ୍କ ସାମୁହିତ ମନ୍ତ୍ରୋଚାରଣରେ ଗଙ୍ଗା, ଯମୁନା ଓ ସରସ୍ବତୀର ମିଳନସ୍ଥଳ ଭକ୍ତିଭାବନାରେ ଗୁଞ୍ଜରିତ ହେଉଥିଲା।

ଚଳିତ ବର୍ଷର ମହାକୁମ୍ଭର ଅନେକ ଅନନ୍ୟ ଦିଗ ମଧ୍ୟରେ ରହିଛି ଇଟାଲୀ, ଅଷ୍ଟ୍ରିଆ, କ୍ରୋଏସିଆ ଏବଂ ଇସ୍ରାଏଲ ଭଳି ଦେଶରୁ ଆସିଥିବା ବିଦେଶୀ ଶ୍ରଦ୍ଧାଳୁଙ୍କ ଉଲ୍ଲେଖନୀୟ ଅଂଶଗ୍ରହଣ। ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇ ଅନେକ ଆଶ୍ଚର୍ଯ୍ୟ ଓ ଆନନ୍ଦ ପ୍ରକାଶ କରିଛନ୍ତି। ଜଣେ ଇଟାଲୀୟ ଭକ୍ତ କହିଛନ୍ତି, “ମୁଁ କିଛି ମିନିଟ୍ ପୂର୍ବରୁ ଏକ ପବିତ୍ର ସ୍ନାନ କରିଥିଲି, ଏବଂ ଏପରି ଅନୁଭବ ଜୀବନରେ କେବଳ ଥରେ ମାତ୍ର ମିଳିଥାଏ। ଲୋକମାନେ ୧୪୪ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଏବଂ ଏହାର ସାକ୍ଷୀ ହୋଇ ମୁଁ ପ୍ରକୃତରେ ଧନ୍ୟ ଅନୁଭବ କରୁଛି।”

ମହାକୁମ୍ଭର ସବୁଠାରୁ ବଡ଼ ଆକର୍ଷଣ ହେଉଛି ନାଗା ସାଧୁଙ୍କ ଉପସ୍ଥିତି, ଯେଉଁମାନେ ଅମୃତସ୍ନାନ ସମୟରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରରେ ଥିଲେ । ଆହୁରି ମଧ୍ୟ ବସନ୍ତ ପଞ୍ଚମୀ ଅମୃତ ସ୍ନାନକୁ ଯିବାପୂର୍ବରୁ ନାଗାସାଧୁମାନଙ୍କ ଶୋଭାଯାତ୍ରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କେତେକ ନାଗାସାଧୁ ଘୋଡ଼ାରେ ଆସୁଥିବାବେଳେ ଆଉ କେତେକ ଖାଲିପାଦରେ ଚାଲି ଚାଲି ଆସୁଥିଲେ। ସେମାନେ ଶରୀରରେ ବିଭୂତି ବୋଳିହୋଇ ଓ ନିଜର ଅନ୍ୟ ଆଭୂଷଣ ଓ ତ୍ରିଶୂଳ ଧରି ଅତ୍ୟନ୍ତ ଶୃଙ୍ଖଳାର ସହ ଆସୁଥିଲେ। ସେମାନଙ୍କ ଉଗ୍ର ସ୍ବଭାବ ସତ୍ତ୍ବେ ସେମାନେ ନିଜର ଅଖାଡ଼ା ମୁଖ୍ୟଙ୍କ ନିର୍ଦ୍ଦେଶକୁ ପାଳନ କରି ଶୃଙ୍ଖଳାର ସହ ଆସୁଥିଲେ।

ଏହା ଭାରତର ସନାତନ ସଂସ୍କୃତିର ସମାନତା ଏବଂ ସୌହାର୍ଦ୍ଦ୍ୟର ମୂଲ୍ୟବୋଧର ପ୍ରକୃତ ପ୍ରତୀକ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ସଙ୍ଗମସ୍ଥଳର ପବିତ୍ର ସ୍ଥାନ ସମସ୍ତଙ୍କୁ ସ୍ୱାଗତ କରିଥିଲା- ସେମାନଙ୍କ ଭାଷା, ଅଞ୍ଚଳ କିମ୍ବା ପୃଷ୍ଠଭୂମି ନିର୍ବିଶେଷରେ। ସମସ୍ତ ସାମାଜିକ ଓ ଅର୍ଥନୈତିକ ପ୍ରତିବନ୍ଧକକୁ ଭାଙ୍ଗି ଭକ୍ତମାନେ ଏକାଠି ଭୋଜନ କରିବା ପାଇଁ ସ୍ଥାପିତ ଅନେକ ଖାଦ୍ୟ ରୋଷେଇ ଘର (ଅନ୍ନକ୍ଷେତ୍ର)ରେ ମଧ୍ୟ ଏହି ଏକତା ଭାବନା ପ୍ରତିଫଳିତ ହୋଇଥିଲା।

ମହାକୁମ୍ଭ କେବଳ ଏକ ପର୍ବ ନୁହେଁ; ଏହା ଭାରତର ଆଧ୍ୟାତ୍ମିକ ପରମ୍ପରା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡିଥିବା ଏକ ଅଖଣ୍ଡ ସୂତ୍ର। ସଙ୍ଗମ କୂଳରେ ଶୈବ, ଶାକ୍ତ, ବୈଷ୍ଣବ, ଉଦାସୀ, ନାଥ, କବୀର ପନ୍ଥୀ, ରାଇଦାସ ଆଦି ବିଭିନ୍ନ ଚିନ୍ତାଧାରାର ସନ୍ନ୍ୟାସୀମାନେ ଏକାଠି ହୋଇ ଭକ୍ତିର ସହ ନିଜର ଅନନ୍ୟ ରୀତିନୀତି ସମ୍ପନ୍ନ କରିଥିଲେ। ମହାକୁମ୍ଭର ବାର୍ତ୍ତା ସନ୍ନ୍ୟାସୀମାନଙ୍କ ଦ୍ୱାରା ଦିଆଯାଇଥିବା ସ୍ପଷ୍ଟ ଥିଲା: ଆଧ୍ୟାତ୍ମିକତା ଜାତି, ଧର୍ମ ଏବଂ ଭୂଗୋଳର ସମସ୍ତ ସୀମା ଅତିକ୍ରମ କରିଥାଏ।

ମହାକୁମ୍ଭ ୨୦୨୫ କେବଳ ଏକ ଧାର୍ମିକ ସମାବେଶରେ ସୀମିତ ହୋଇ ରହିନାହିଁ, ଏହା ମଣିଷର ଏକତା, ପ୍ରକୃତି ଏବଂ ଦିବ୍ୟତାର ଏକ ଜୀବନ୍ତ ଉତ୍ସବରେ ପରିଣତ ହୋଇଛି. ଯାହାକୁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଅନୁଭବ କରୁଛନ୍ତି। ଏପର୍ଯ୍ୟନ୍ତ ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇ ସାରିଥିବା ବେଳେ ଆଗାମୀ ଦିନରେ ଆହୁରି ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଆଶା କରାଯାଉଛି।

ତ୍ରିବେଣୀ ସଙ୍ଗମ ବସନ୍ତ ପଞ୍ଚମୀ ମହାକୁମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Latest News

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.