ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ଜନକ ଟିପ୍ପଣୀ ଦେଇଥିଲେ । ଏହାର ପ୍ରତିବାଦରେ ଆଜି ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ସଂସଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତି ଓଡ଼ିଆ ଅସ୍ମିତାର ପ୍ରତୀକ। ସେ ଚାରି କୋଟି ଓଡ଼ିଆଙ୍କ ମଉଡ଼ ମଣି ଶ୍ରୀ ଜଗନ୍ନାଥଙ୍କ ଭକ୍ତ । ତାଙ୍କ ଅପମାନ ଓଡ଼ିଆ ଜାତି ସହିବ ନାହିଁ । ରାଷ୍ଟ୍ରପତି ଦ୍ରୋପଦି ମୂର୍ମୁଙ୍କ ପଛରେ ସାଢେ଼ ଚାରି କୋଟି ଓଡ଼ିଆ ଛିଡା ହୋଇ ରହିଛନ୍ତି । ଏହା ସହିତ ସମ୍ବିତ ପାତ୍ର ସୋନିଆ ଗାନ୍ଧିଙ୍କ ବିରୋଧରେ ସଂସଦରେ ପ୍ରିଭିଲେଜ ମୋସନ ଆଣିବା ପାଇଁ ମଧ୍ୟ ମତ ରଖିଥିଲେ ଓ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବା ପାଇଁ କହି ଥିଲେ ।
Tags: ସମ୍ବିତ ପାତ୍ର, ସାଂସଦ ସମ୍ବିତ ପାତ୍ର