Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ନ୍ୟାସନାଲ ଡିଫେନ୍ସ କଲେଜରେ ପ୍ରଶିକ୍ଷଣ ନେଉଥିବା ଅଧିକାରୀ
ଆଜିର ଖବର

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ନ୍ୟାସନାଲ ଡିଫେନ୍ସ କଲେଜରେ ପ୍ରଶିକ୍ଷଣ ନେଉଥିବା ଅଧିକାରୀ

February 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
defence
ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ନ୍ୟାସନାଲ ଡିଫେନ୍ସ କଲେଜରେ ପ୍ରଶିକ୍ଷଣ ନେଉଥିବା ଅଧିକାରୀ

ଭୁବନେଶ୍ୱର: ନ୍ୟାସନାଲ ଡିଫେନ୍ସ କଲେଜ,ନୂଆଦିଲ୍ଲୀରୁ ଭାରତକୁ ବୁଝିବା ଶିକ୍ଷା ପରିଭ୍ରମଣ (ଅଣ୍ଡରଷ୍ଟାଣ୍ଡିଙ୍ଗ ଇଣ୍ଡିଆ ଷ୍ଟଡି ଟୁର) ରେ ଆସିଥିବା ୧୭ ଜଣ ପ୍ରତିନିଧି ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ ।

ଭାରତ ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ରମାନଙ୍କରୁ ଆସିଥିବା ସାମରିକ ଓ ବେସାମରିକ ସେବାରେ ଯଥାକ୍ରମେ  ବ୍ରିଗେଡିୟର ତଥା  ଯୁଗ୍ମ ଶାସନ ସଚିବ ପାହ୍ୟାରେ ଥିବା ଏହି ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଫେବୃୟାରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଗସ୍ତରେ ଆସିଥିବା ଏହି ଅଧିକାରୀମାନେ ରାଜ୍ୟର  ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣ ସଂପର୍କରେ ନିକଟରୁ ଜାଣିବାର ଆଭିମୁଖ୍ୟ ରହିଛି ।

ନ୍ୟାସନାଲ ଡିଫେନ୍ସ କଲେଜରେ ଜାତୀୟ ନିରାପତ୍ତା ଏବଂ ରଣନୀତିକ ଶିକ୍ଷା ପାଠ୍ୟକ୍ରମ ବିଷୟରେ ଏକ ବର୍ଷିଆ ପ୍ରଶିକ୍ଷଣ ନେଉଥିବା  ଏହି ଅଧିକାରୀମାନେ ପ୍ରତି ଦଳରେ ପାଖାପାଖି ୧୮ଜଣ ସାମିଲ ହୋଇ ୮ଟି ଦଳରେ ବିଭିନ୍ନ ରାଜ୍ୟ ପରିଭ୍ରମଣ କରୁଛନ୍ତି। ଓଡ଼ିଶାକୁ ପରିଭ୍ରମଣରେ ଆସିଥିବା ଅଧିକାରୀମାନଙ୍କର  ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ତଥା ରାଜ୍ୟର ବିକାଶ ସଂପର୍କରେ ନିକଟରୁ ଜାଣିପାରବା ଆଭିମୁଖ୍ୟ ରହିଛି।

ସେଥିପାଇଁ ସେମାନେ ରାଜ୍ୟର କେତେକ ଜିଲ୍ଲା, ବ୍ଳକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିନିଧିମାନେ ରାଜ୍ୟ  ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ, ଆଇନ ଶୃଙ୍ଖଳା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା,ଶକ୍ତି ବିଭାଗର କାର୍ଯ୍ୟ ସହିତ  ବିଭିନ୍ନ ସ୍ୱଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିବେ। ଆସିଥିବା ପ୍ରତିନିଧି ଦଳ ପୁରୀ, କୋଣାର୍କ ଆଦି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ରାଜ୍ୟର ସାଂପ୍ରତିକ ସ୍ଥିତି, ଶାସନ ପରିଚାଳନାର ଜନସାଧାରଣଙ୍କ ସକରାତ୍ମକ ଆଭିମୁଖ୍ୟ ଏବଂ  ଜନସାଧାରଣଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉଥିବା କହିଥିଲେ । ଓଡ଼ିଶାର ଶିଳ୍ପନୀତି, ପୁଞ୍ଜିନିବେଶର ଧାରା, ନିଯୁକ୍ତି ସୁଯୋଗ ପ୍ରୟାସ, ସ୍ୱାସ୍ଥ୍ୟ, ଶିକ୍ଷା, ପୋଷାକ ଓ ବୟନ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଥିବା କଥା କହିଥିଲେ ।

ସେହିପରି ଓଡ଼ିଶାର ପର୍ଯ୍ୟଟନ ଏବଂ  ସଂସ୍କୃତି ସଂପର୍କରେ ଆଲୋକପାତ କରିବା ସହ ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଆଇଟିଆର) ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି, ଅର୍ଥନୈତିକ ବିକାଶ ଏବଂ ବିପର୍ଯ୍ୟୟ ପରିଚାଳନା ମଡେଲ ଆଦିସଂପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ  । ରାଜ୍ୟ ଗୃହ(ସ୍ୱରାଷ୍ଚ୍ର) ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଆର୍.କେ.ଶର୍ମା ଉପସ୍ଥିତ ଥିଲେ ।

defence
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025
Latest News

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.