Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ ୨୦୨୫: ନ୍ୟାସନାଲ ବୁକ୍ ଟ୍ରଷ୍ଟ ପାଲଟିଛି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର
ଆଜିର ଖବର

ମହାକୁମ୍ଭ ୨୦୨୫: ନ୍ୟାସନାଲ ବୁକ୍ ଟ୍ରଷ୍ଟ ପାଲଟିଛି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର

February 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରୟାଗରାଜର ତ୍ରିବେଣୀ ସଂଗମରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି। ଏହା ସହିତ ଏଠାରେ ସାହିତ୍ୟ, ସଂସ୍କୃତି ଓ ଜ୍ଞାନକୁ ନେଇ ଅନେକ ପ୍ରଦର୍ଶନୀ ଆୟୋଜିତ ହୋଇଛି।ଶ୍ରଦ୍ଧାଳୁଙ୍କ ଜ୍ଞାନ ଅର୍ଜନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତରଫରୁ ମହାକୁମ୍ଭରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଏହି ସବୁ ଆୟୋଜନ ଜରିଆରେ ଶ୍ରଦ୍ଧାଳୁମାନେ  କେବଳ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତା ସଂପର୍କରେ ଅବଗତ ହେବେ ତାହା ନୁହେଁ, ଆଧୁନିକ ଜ୍ଞାନକୌଶଳ ଜରିଆରେ ମଧ୍ୟ ଏମାନେ ଏହି ସବୁ ଯୋଜନା ସଂପର୍କରେ ଜାଣିପାରିବେ। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂସ୍ଥା ନ୍ୟାସନାଲ ବୁକ୍ ଟ୍ରଷ୍ଟ ତରଫରୁ ଏକ ଅଭିନବ ପଦକ୍ଷେପ ନିଆଯାଇ ମେଳାରେ ଏକ ରିଡିଂ ଲାଉଞ୍ଜ  କରାଯାଇଛି। ଏଠାରେ ଶ୍ରଦ୍ଧାଳୁମାନେ ମାଗଣାରେ ବହି ପଢ଼ି ପାରିବେ ଓ ଜ୍ଞାନର ଏହି ମହାସାଗରର ସାରସ୍ୱତ ଆନନ୍ଦ ନେଇପାରିବେ।

ପ୍ରୟାଗରାଜର ପରେଡ୍ ଗ୍ରାଉଣ୍ଡ ସେକ୍ଟର ୧ ରେ ଥିବା ନମାମି ଗଙ୍ଗେ ପାଭେଲିୟନରେ ଏନବିଟିର ଏହି ରିଡିଂ ଲାଉଞ୍ଜ କରାଯାଇଛି। ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହି ରିଡିଂ ଲାଉଞ୍ଜ ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ଲାଉଞ୍ଜରେ ୬୧୯ ଟି ବହି ଅଛି। ଭାରତୀୟ ଦର୍ଶନ, ଭାରତୀୟ ସଂସ୍କୃତି ଓ କୁମ୍ଭ ମେଳା ଉପରେ ଏହି ସବୁ ବହି ଲେଖା ଯାଇଛି। ଶ୍ରଦ୍ଧାଳୁଙ୍କ ଆଗ୍ରହକୁ ଦେଖି ଏଠାରେ ‘କୁମ୍ଭ କେ ମେଳେ  ମେଁ ମଙ୍ଗଳବାସୀ’, ‘ ଭାରତ ମେଁ କୁମ୍ଭ’ ଓ ‘ ଏ ଭିଜିଟ ଟୁ କୁମ୍ଭ’ ପରି ପୁସ୍ତକ ଉପଲବଧ କରାଯାଇଛି। ହିନ୍ଦୀ ଭାଷାକୁ ଛାଡ଼ି ଇଂରାଜୀ ଓ ଅନ୍ୟ ଭାଷାର ବହି ବି ଏଠାରେ ରହିଛି, ଯାହା ଦ୍ୱାରା ଅଣ-ହିନ୍ଦୀ ଶ୍ରଦ୍ଧାଳୁ ମଧ୍ୟ ଏହି ଲାଉଞ୍ଜରେ ବସି ପଢ଼ିପାରିବେ। ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ଭାବେ ପ୍ରଧାନମନ୍ତ୍ରୀ ଯୁବା ଯୋଜନା ଅଧୀନରେ ଯୁବ ଲେଖକମାନେ ଲେଖିଥିବା ବହି ଏଠାରେ ପ୍ରଦର୍ଶିତ କରାଯାଇଛି।

ଏନବିଟିର ମାର୍କେଟିଂ ଅଧିକାରୀ ଆଶିଷ ରାୟ କହିଛନ୍ତି,ଭାରତୀୟ ସଂସ୍କୃତି ସଂପର୍କରେ ଲେଖା ଯାଇଥିବା ବହିର ଅଧିକ ଚାହିଦା ରହିଛି କୁମ୍ଭମେଳାରେ। ଫଳରେ ଏହି ଲାଉଞ୍ଜରେ ସାଂସ୍କୃତିକ ସାହିତ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଶେଷ କରି ଗଙ୍ଗା ନଦୀ ଉପରେ ଲେଖାଯାଇଥିବା ବିଭିନ୍ନ ପୁସ୍ତକ ‘ଦି ଗଙ୍ଗା’, ‘ବେଦ କଳ୍ପତରୁ’ ଏବଂ ‘ପ୍ରାଚୀନ ତାମିଲ କିମ୍ୱଦନ୍ତୀ’ ପରି ପୁସ୍ତକକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରୁଛନ୍ତି। ଏହି ଲାଉଞ୍ଜର ଆଉ ଏକ ବିଶେଷତ୍ୱ ହେଲା-ଯଦି ଜଣେ ଶ୍ରଦ୍ଧାଳୁଙ୍କୁ କୌଣସି ବହି ପସନ୍ଦ ଲାଗିଲା ଓ ତାକୁ ସେ କିଣିବାକୁ ଚାହିଁଲେ, ସେହି ବହିରେ ୨୫ ପ୍ରତିଶତ ରିହାତି ମିଳିବ।

ମହାକୁମ୍ଭ ୨୦୨୫ ରେ ଏନବିଟି ମଧ୍ୟ ‘ଏନବିଟି ପୁସ୍ତକ ପରିକ୍ରମା’ (ମୋବାଇଲ ପୁସ୍ତକ ପ୍ରଦର୍ଶନୀ)ର ବ୍ୟବସ୍ଥା କରିଛି । ଏଥିରେ ରହିଛି ୧୧୫୦ଟି ବହି । ଗୋଟିଏ ମୋବାଇଲ୍ ପୁସ୍ତକ ପ୍ରଦର୍ଶନୀ କରାଯାଇଛି। କୁମ୍ଭ ମେଳାରେ ବୁଲିବା ସମୟରେ ଶ୍ରଦ୍ଧାଳୁମାନେ ଏହି ପୁସ୍ତକ ଦେଖିପାରିବେ ଓ ବହି କିଣିପାରିବେ । ଏହା ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଜାତୀୟ ଇ ଲାଇବ୍ରେରୀ ସଂପର୍କରେ ସୂଚନା ପ୍ରଦାନ କରାଯାଉଛି। ଲୋକେ କେମିତି ନ୍ୟାସନାଲ ଇ-ଲାଇବ୍ରେରୀ ଆପ୍ କୁ ନିଜ ନିଜ ମୋବାଇଲରେ ଲୋଡ୍ କରିପାରିବେ ଓ କ୍ୟୁଆର୍ କୋଡ୍ ସ୍କାନ କରି ହଜାର ହଜାର ବହି ପଢ଼ି ପାରିବେ ସେ ସଂପର୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଉଛି।

ମେଳାର ଏହି ଏନବିଟି ରିଡିଂ ଲାଉଞ୍ଜ କେବଳ ଯେ ଶ୍ରଦ୍ଧାଳୁଙ୍କ ଜ୍ଞାନ ବର୍ଦ୍ଧନ କରୁଛି ତାହା ନୁହେଁ, ଏହା ମଧ୍ୟ ସାହିତ୍ୟ, ସଂସ୍କୃତି ଓ ଡିଜିଟାଲ ଜ୍ଞାନର ଏକ ସ୍ରୋତ ସୃଷ୍ଟି କରିଛି। ଏହା ଦ୍ୱାରା ଶ୍ରଦ୍ଧାଳୁମାନେ ଧାର୍ମିକ, ଆଧ୍ୟାତ୍ମିକ, ସମସାମୟିକ ସାହିତ୍ୟର ନିକଟତର ହୋଇପାରିଛନ୍ତି। ଏହା ଦ୍ୱାରା ମହାକୁମ୍ଭ କେବଳ ଏକ ଆସ୍ଥାର କେନ୍ଦ୍ର ବିନ୍ଦୁ ପାଲଟି ନାହିଁ, ବରଂ ଏହା ପାଲଟିଛି ଜ୍ଞାନ, ସଂସ୍କୃତି ଓ ସାହିତ୍ୟର ଅପୂର୍ବ ସଂଗମ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମହାକୁମ୍ଭ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Latest News

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.