ବ୍ଲକ୍ବଷ୍ଟର ଅର୍ଜୁନ୍ ରେଡ୍ଡୀ, ମହାନାଟୀ, ଗୀତା ଗୋବିନ୍ଦମ ଏବଂ ନୋଟାର ସଫଳତା ପରେ ବିଜୟ ଦେବରକୋଣ୍ଡାଙ୍କ ଡିଅର କମ୍ରେଡ୍ର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲରଟି 4ଟି ଦକ୍ଷିଣ ଭାରତୀୟ ଭାଷାରେ ରିଲିଜ୍ ହୋଇଛି । ଟ୍ରେଲରଟିକୁ ସମସ୍ତ ବର୍ଗର ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଫିଲ୍ମରେ ବିଜୟ ଜଣେ କଲେଜ୍ ଛାତ୍ର ଭୂମିକାରେ ନଜର ଆସିଥିବା ବେଳେ ରଶ୍ମିକା ମନ୍ଦାନା ଜଣେ କ୍ରିକେଟର ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମକୁ ବିଭିନ୍ନ କଳାକାର ପସନ୍ଦ କରିଥିବା ବେଳେ କନ୍ନଡ ଅଭିନେତା ୟଶ୍ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ପ୍ରଚାର କରିଛନ୍ତି । ଫିଲ୍ମର ଏକ ଡାଏଲଗ୍ କହିବା ସହିତ ବିଜୟଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି । ଗୀତା ଗୋବିନ୍ଦମ ପରେ ବିଜୟ ଏବଂ ରଶ୍ମିକାଙ୍କର ଏହା ଦ୍ବିତୀୟ ଫିଲ୍ମ ।