Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଜ ତୀର୍ଥଯାତ୍ରୀଙ୍କ ପାଇଁ ‘ହଜ୍ ସୁବିଧା ଆପ୍’ ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବା ସହାୟତା ବୃଦ୍ଧି କଲେ କେନ୍ଦ୍ର ସରକାର
ଆଜିର ଖବର

ହଜ ତୀର୍ଥଯାତ୍ରୀଙ୍କ ପାଇଁ ‘ହଜ୍ ସୁବିଧା ଆପ୍’ ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବା ସହାୟତା ବୃଦ୍ଧି କଲେ କେନ୍ଦ୍ର ସରକାର

February 6, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ତୀର୍ଥଯାତ୍ରାର ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ହଜ ଯାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା ‘ହଜ୍ ସୁବିଧା ଆପ୍’। ତୀର୍ଥଯାତ୍ରୀମାନେ ତାଲିମ ବିଷୟବସ୍ତୁ, ବାସସ୍ଥାନ ଏବଂ ବିମାନ ଚଳାଚଳ, ବ୍ୟାଗେଜ ସୂଚନା, ଏବଂ ଜରୁରୀକାଳୀନ ସୂଚନା (SOS), ଅଭିଯୋଗ ସମାଧାନ, ମତାମତ, ଭାଷା ଅନୁବାଦ ଏବଂ ତୀର୍ଥଯାତ୍ରା ସମ୍ପର୍କିତ ସୂଚନା ପାଇବା ପାଇଁ ଏହି ଆପ୍ ବ୍ୟବହାର କରିପାରିବେ।ସାଉଦି ଆରବରେ ହଜ୍ କାର୍ଯ୍ୟ ପରିଚାଳନା ପାଇଁ ନିୟୋଜିତ ସରକାରୀ ଅଧିକାରୀଙ୍କ ପାଇଁ ଏହି ଆପ୍ ଏକ ପ୍ରଶାସନିକ ଇଣ୍ଟରଫେସ୍ ମଧ୍ୟ ପ୍ରଦାନ କରେ।  ଯାହା ପ୍ରକୃତ ସମୟ ତଦାରଖ ଏବଂ ଜରୁରୀକାଳୀନ ସମୟରେ ସହାୟତା କରିଥାଏ ଏବଂ ଉତ୍ତମ ସମନ୍ୱୟ ଏବଂ ଦାୟିତ୍ୱ ସୁନିଶ୍ଚିତ କରିଥାଏ। ହଜ୍-୨୦୨୪ ସମୟରେ ଭାରତରୁ ମୋଟ ୧,୭୫,୦୨୫ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୭୮,୦୦୦ରୁ ଅଧିକ ଲୋକ ଆପରେ ପଞ୍ଜିକୃତ ହୋଇଥିଲେ ଏବଂ ଆପ ମାଧ୍ୟମରେ ୮,୫୦୦ ରୁ ଅଧିକ ଅଭିଯୋଗ ଏବଂ ୨୧୦୦ ରୁ ଅଧିକ SOS କଲ୍ ପରିଚାଳନା କରାଯାଇଥିଲା। ଏହା ବ୍ୟତୀତ, ଆପ୍ ମାଧ୍ୟମରେ ହାଜିଯାଇଥିବା ବ୍ୟାଗ ଚିହ୍ନଟ ପାଇଁ QR କୋଡ୍ ବ୍ୟବସ୍ଥା ପ୍ରଚଳନ କରଯାଇଥିଲା। ଫଳରେ ୨୦୨୪ ତୁଳନାରେ ହଜିଯାଇଥିବା ମାମଲା ବହୁ ପରିମାଣରେ ହ୍ରାସ ପାଇଛି।

୨୦୨୪ ମସିହାରେ ମୋଟ ୪୫୫୮ ଜଣ ମହିଳା ତୀର୍ଥଯାତ୍ରୀ ମେହରମ୍ (ପୁରୁଷ ବନ୍ଧୁ) ବିନା ତୀର୍ଥଯାତ୍ରା କରିଥିଲେ, ଯାହା ହଜ୍-୨୦୧୮ରେ ମେହରମ୍ ବିନା ମହିଳା ବର୍ଗ ପ୍ରଚଳନ ପରଠାରୁ ସର୍ବକାଳୀନ ସର୍ବାଧିକ। ବୟସ୍କ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ସମସ୍ତଙ୍କୁ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇଦେବା ପାଇଁ ଭାରତ ସରକାର ହଜ୍ ସମୟରେ ସାଉଦି ଆରବରେ ଅନେକ ଅସ୍ଥାୟୀ ସ୍ୱାସ୍ଥ୍ୟସେବା ସୁବିଧା ପ୍ରତିଷ୍ଠା କରିଛନ୍ତି।

ଭାରତ ସରକାର ହଜ୍ ଯାତ୍ରୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ସହାୟତା ସାଉଦି ଆରବରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଭାରତୀୟ ହଜ୍ ମିଶନ ମାଧ୍ୟମରେ ସାଉଦି ଆଇନ ଅନୁଯାୟୀ ଯୋଗାଇ ଦେଇଥିଲେ। ବିଶେଷକରି ବୟସ୍କ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଡାକ୍ତର ଏବଂ ପାରାମେଡିକ୍ସଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ତୀର୍ଥଯାତ୍ରୀ ରହୁଥିବା ଘର ଗୁଡ଼ିକୁ ପ୍ରତିଦିନ ପରିଦର୍ଶନ କରୁଥିଲେ। ନିୟମିତ ସ୍ୱାସ୍ଥ୍ୟ ତଦାରଖ କରିବା ସହ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଉଥିଲେ। ସମସ୍ତ ତୀର୍ଥଯାତ୍ରୀଙ୍କ, ବିଶେଷକରି ବୃଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟସେବାର ଆବଶ୍ୟକତା ପୂରଣ କରିବା ପାଇଁ, ମକ୍କାରେ ଚାରୋଟି ଏବଂ ମଦିନାରେ ଗୋଟିଏ ଚିକିତ୍ସା କେନ୍ଦ୍ର, ୧୭ଟି ଔଷଧାଳୟ ଦିନ ରାତି ୨୪ ଘଣ୍ଟା କାର୍ଯ୍ୟକ୍ଷମ ଥିଲା। ସମସ୍ତ ଭାରତୀୟ ତୀର୍ଥଯାତ୍ରୀଙ୍କୁ ମାଗଣା ପରାମର୍ଶ, ଔଷଧ ଏବଂ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ଜରୁରୀକାଳୀନ ପରିସ୍ଥିତିରେ ବିଶେଷକରି ବୃଦ୍ଧାବୃଦ୍ଧମାନଙ୍କ ପାଇଁ ମକ୍କା, ମଦିନା ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକରେ ୨୪ଟି ଆମ୍ବୁଲାନ୍ସର ଏକ ଫ୍ଲିଟ ନିୟୋଜିତ କରାଯାଇଥିଲା। ଆମ୍ବୁଲାନ୍ସ ସେବାକୁ ସହଜ କରିବା ଏବଂ ଚିକିତ୍ସା ସେବା ସମ୍ପର୍କିତ ପ୍ରଶ୍ନ, ପରାମର୍ଶ ଏବଂ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ନମ୍ବର ଯୋଗାଇ ଦିଆଯାଇଥିଲା। ବୟସ୍କ ତୀର୍ଥଯାତ୍ରୀମାନଙ୍କୁ ତୁରନ୍ତ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାପାଇଁ ବଡ଼ ସମାବେଶ ହେଉଥିବା ସ୍ଥାନରେ ଡାକ୍ତରୀ କର୍ମଚାରୀ ଏବଂ ଆମ୍ବୁଲାନ୍ସ ମୁତୟନ କରାଯାଇଥିଲା। ଉନ୍ନତ ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର ଅସୁସ୍ଥ ବୃଦ୍ଧ ତୀର୍ଥଯାତ୍ରୀମାନଙ୍କୁ ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ରୋଗୀଙ୍କ ସୁବିଧା ଓ ସହାୟତା ସୁନିଶ୍ଚିତ କରିବା ପାଇଁ ସାଉଦି ହସ୍ପିଟାଲଗୁଡ଼ିକରେ ଭାରତୀୟ ଅନୁବାଦକମାନଙ୍କୁ ନିୟୋଜିତ କରାଯାଇଥିଲା। ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ବୟସ୍କ ତୀର୍ଥଯାତ୍ରୀମାନେ ଯେପରି ORS ଏବଂ ନିୟମିତ ଜଳୀୟ ଅଂଶ ଯାଞ୍ଚ ସୁବିଧା ପାଇପାରିବେ ସେ ନେଇ ବ୍ୟବସ୍ଥା କରଯାଇଥିଲା। ଗରମରୁ ରକ୍ଷା ପାଇବା ପାଇଁ ତୀର୍ଥଯାତ୍ରୀମାନଙ୍କୁ, ବିଶେଷକରି ବୟସ୍କମାନଙ୍କୁ ସଚେତନତ କରାଯାଉଥିଲା। ଯେପରିକି ଅଧିକ ସୂର୍ଯ୍ୟ କିରଣରୁ ଦୂରେଇ ରହିବା, ଢିଲା ପୋଷାକ ପିନ୍ଧିବା ଏବଂ ଛତା ବ୍ୟବହାର କରିବା ବିଷୟରେ ସଚେତନ କରାଇଥିଲା। ଏହା ବ୍ୟତୀତ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବୟସ୍କ ତୀର୍ଥଯାତ୍ରୀ ଯେପରି ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।

ହଜ ତୀର୍ଥଯାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳିରେ 6 ଲକ୍ଷ କୋଟିର ବିକ୍ରୟ ରେକର୍ଡ, ସ୍ୱଦେଶୀ ଉତ୍ପାଦ ବାଛିଲେ 87% ଗ୍ରାହକ

October 21, 2025

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଭାରତୀୟ କମ୍ପାନୀଗୁଡ଼ିକର ବଢିବ ସଙ୍କଟ: ମୁଡିଜ୍ ର ଚେତାବନୀ

October 21, 2025

ଏସିଆ କପ୍ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିସିସିଆଇ ପ୍ରସ୍ତୁତ

October 21, 2025

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025
Latest News

ଦୀପାବଳିରେ 6 ଲକ୍ଷ କୋଟିର ବିକ୍ରୟ ରେକର୍ଡ, ସ୍ୱଦେଶୀ ଉତ୍ପାଦ ବାଛିଲେ 87% ଗ୍ରାହକ

October 21, 2025

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଭାରତୀୟ କମ୍ପାନୀଗୁଡ଼ିକର ବଢିବ ସଙ୍କଟ: ମୁଡିଜ୍ ର ଚେତାବନୀ

October 21, 2025

ଏସିଆ କପ୍ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିସିସିଆଇ ପ୍ରସ୍ତୁତ

October 21, 2025

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025

ଜନ ସୂରାଜ ପ୍ରାର୍ଥୀଙ୍କୁ ଉଠେଇନେଲା କି ବିଜେପି?: ସାଂଘାତିକ ଅଭିଯୋଗ ଆଣିଲେ ପ୍ରଶାନ୍ତ କିଶୋର

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.