Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»40 ବର୍ଷ ଧରି ଇଂଲଣ୍ଡ ବିପକ୍ଷରେ ODI ସିରିଜ୍ ହାରି ନାହିଁ ଭାରତ: ଜାଣନ୍ତୁ ଘରୋଇ ମାଟିରେ ରେକର୍ଡ
ଆଜିର ଖବର

40 ବର୍ଷ ଧରି ଇଂଲଣ୍ଡ ବିପକ୍ଷରେ ODI ସିରିଜ୍ ହାରି ନାହିଁ ଭାରତ: ଜାଣନ୍ତୁ ଘରୋଇ ମାଟିରେ ରେକର୍ଡ

February 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଆଜିଠାରୁ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ୍ ଅପରାହ୍ନ 1:30 ରୁ ଆରମ୍ଭ ହେବ। ଟସ୍ ଅପରାହ୍ନ 1 ଟାରେ ହେବ। ତେବେ ଏହି ସିରିଜ୍ ପୂର୍ବରୁ ଆସନ୍ତୁ ଜାଣିବା ଯେତେବେଳେ ଇଂଲଣ୍ଡ ଶେଷ ଥର ପାଇଁ ଭାରତୀୟ ମାଟିରେ ODI ସିରିଜ୍ ଜିତିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଇଂଲଣ୍ଡ ପ୍ରାୟ 40 ବର୍ଷ ପୂର୍ବେ ଭାରତୀୟ ମାଟିରେ ଶେଷ ODI ସିରିଜ୍ ଜିତିଥିଲା। ବର୍ତ୍ତମାନ ଗତ 4 ଦଶନ୍ଧି ଧରି ଚାଲିଥିବା ରେକର୍ଡକୁ ବଜାୟ ରଖିବା ପାଇଁ ଟିମ୍ ଇଣ୍ଡିଆ ପାଖରେ ଦାୟିତ୍ଵ ରହିବ। 1984-85 ମସିହାରେ ଇଂଲଣ୍ଡ ଭାରତ ବିପକ୍ଷରେ ଶେଷ ODI ସିରିଜ୍ ଜିତିଥିଲା। ଏହି ସିରିଜରେ ମୋଟ 5 ଟି ODI ଖେଳାଯାଇଥିଲା, ଯେଉଁଥିରେ ଇଂଲଣ୍ଡ 4-1ରେ ଜିତିଥିଲା।

ଭାରତ ବନାମ ଇଂଲଣ୍ଡ ODI ହେଡ୍ ଟୁ ହେଡ୍:

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୋଟ 107 ଟି ODI ଖେଳାଯାଇଛି। ଏହି ମ୍ୟାଚଗୁଡିକରେ ଟିମ୍ ଇଣ୍ଡିଆ 58 ଟି ମ୍ୟାଚ ଜିତିଥିବାବେଳେ ଇଂଲଣ୍ଡ 44 ଟି ମ୍ୟାଚ ଜିତିଥିଲା। ଉଭୟଙ୍କ ମଧ୍ୟରେ 3 ଟି ମ୍ୟାଚ୍ ଅସଂପୂର୍ଣ୍ଣ ଥିଲା ଏବଂ 2 ଟି ODI ଏକ ଟାଇରେ ଶେଷ ହୋଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୋଟ 20 ଟି ODI ସିରିଜ୍ ଖେଳାଯାଇଛି। ଟିମ୍ ଇଣ୍ଡିଆ 20 ଟି ସିରିଜ୍ ମଧ୍ୟରୁ 11 ଟି ଜିତିଥିବାବେଳେ ଇଂଲଣ୍ଡ 7 ଟି ସିରିଜ୍ ଜିତିଛି। ଯେତେବେଳେ କି 2 ଟି ସିରିଜ୍ ଡ୍ରରେ ଶେଷ ହୋଇଛି।

ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ODI ସିରିଜ୍ ଚାମ୍ପିଅନ୍ସ ଟ୍ରଫି 2025 ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଫର୍ମାଟର ଶେଷ ସିରିଜ୍ ହେବ। ଏହି ସିରିଜ୍ 6 ଫେବୃଆରୀରୁ ଆରମ୍ଭ ହେବ। ତେବେ ସିରିଜର ଦ୍ୱିତୀୟ ମ୍ୟାଚ୍ 9 ଫେବୃଆରୀରେ ଏବଂ ତୃତୀୟଟି 12 ଫେବୃଆରୀରେ ଖେଳାଯିବ।

ODI ସିରିଜ୍ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ଵୀ ଜୟସ୍ଵାଲ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ଅର୍ଶଦୀପ ସିଂ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ।

ODI ସିରିଜ୍ ପାଇଁ ଇଂଲଣ୍ଡ ଦଳ:

ଜୋସ୍ ବଟଲର୍ (ଅଧିନାୟକ), ଜୋଫ୍ରା ଆର୍ଚର, ଗୁସ୍ ଏଟକିନ୍ସନ୍, ଯାକବ ବେଥେଲ୍, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସ, ବେନ୍ ଡକେଟ୍, ଜେମି ଓଭରଟନ୍,ଜେମି ସ୍ମିଥ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଆଦିଲ୍ ରସିଦ୍, ଜୋ ରୁଟ୍, ସାକିବ୍ ମହମୁଦ, ଫିଲ୍ ସଲ୍ଟ, ମାର୍କ ଉଡ।

BJP Ads
IND VS ENG
Share. Facebook Twitter LinkedIn Email WhatsApp Copy Link

Related Posts

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025

ପ୍ରାଚୀନ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ: ଓଡ଼ିଶାରେ ରହିଛି ଏହି ଗଛ

November 3, 2025

ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାନ୍ତ୍ରିକ ତ୍ରୁଟି: ମଙ୍ଗୋଲିଆରେ କଲା ଅବତରଣ

November 3, 2025
BJP Ads
Latest News

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025

ପ୍ରାଚୀନ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ: ଓଡ଼ିଶାରେ ରହିଛି ଏହି ଗଛ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.