୪୮୦ ପାକିସ୍ତାନୀଙ୍କୁ ଭାରତରେ ମିଳିଲା ମୋକ୍ଷ!: ଗଙ୍ଗାରେ ବିସର୍ଜନ କଲେ ଅସ୍ଥି

Published: Feb 7, 2025, 11:12 am IST

ନୂଆଦିଲ୍ଲୀ: ମହାକୁମ୍ଭ ବିଷୟରେ ଜାଣିବା ପରେ ପାକିସ୍ତାନର ସନାତନ ଲୋକମାନେ ପ୍ରୟାଗରାଜ ଆସିଛନ୍ତି। ସିନ୍ଧ ପ୍ରଦେଶର ୬୮ ହିନ୍ଦୁ ଶର୍ଦ୍ଧଲୁଙ୍କ ଏକ ଦଳ ଗୁରୁବାର ଦିନ ଏଠାରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଥିଲେ।

ସୂଚନା ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ପାକିସ୍ତାନରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ଗୁରୁବାର ଦିନ ପବିତ୍ର ସଙ୍ଗମରେ ସ୍ନାନ କରି ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ଶ୍ରଦ୍ଧାଳୁମାନଙ୍କ ସହିତ ଆସିଥିବା ମହନ୍ତ ରାମନାଥ ଜୀ କହିଥିଲେ ଯେ, ଏହା ପୂର୍ବରୁ ସେମାନେ ସମସ୍ତେ ହରିଦ୍ୱାର ଯାଇଥିଲେ ଯେଉଁଠାରେ ସେମାନେ ପ୍ରାୟ ୪୮୦ ପୂର୍ବପୁରୁଷଙ୍କ ଅସ୍ଥି ବିସର୍ଜନ କରିଥିଲେ। ଏହା ପରେ ସେମାନେ ମହାକୁମ୍ଭକୁ ଆସି ସଙ୍ଗମରେ ସ୍ନାନ ଆସିଥିଲେ ଏବଂ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।

ଏହାପୂର୍ବରୁ, ସେକ୍ଟର ୯ ରେ ଅବସ୍ଥିତ ଶ୍ରୀ ଗୁରୁକୁର୍ନି ଶିବିରରେ ସିନ୍ଧ ପ୍ରଦେଶରୁ ଆସିଥିବା ଗୋବିନ୍ଦ ରାମ ମାଖିଜା କହିଥିଲେ ଯେ, ଗତ ଦୁଇ-ତିନି ମାସ ମଧ୍ୟରେ ଆମେ ମହାକୁମ୍ଭ ବିଷୟରେ ଶୁଣିବା ଦିନଠାରୁ ଆମର ଏଠାକୁ ଆସିବାକୁ ବହୁତ ଇଚ୍ଛା ଥିଲା। ଆମେ ନିଜକୁ ଅଟକାଇ ପାରିନଥିଲୁ।

ସେ କହିଥିଲେ ଯେ, ‘ଗତ ବର୍ଷ ଏପ୍ରିଲରେ ୨୫୦ ଲୋକ ପାକିସ୍ଥାନରୁ ପ୍ରୟାଗଜକୁ ଆସି ଗଙ୍ଗାରେ ବୁଡ଼ ପକାଇଥିଲେ। ଏଥର ସିନ୍ଧର ୬ ଟି ଜିଲ୍ଲାରୁ ୬୮ ଜଣ ଲୋକ ଆସିଛନ୍ତି, ଯେଉଁଥିରୁ ପ୍ରାୟ ୫୦ ଜଣ ଲୋକ ପ୍ରଥମ ଥର ପାଇଁ ମହାକୁମ୍ଭକୁ ଆସିଛନ୍ତି।

ଗୋବିଙ୍ଗ ରାମ ମାଖିଜା କହିଛନ୍ତି ଯେ, ‘ଏଠାରେ ଆନନ୍ଦ ଆସୁଛି, ମୁଁ ବହୁତ ଖୁସି … ଏଠାରେ ଅନୁଭୂତି ବର୍ଣ୍ଣନା କରିବାକୁ ମୋର କୌଣସି ଶବ୍ଦ ନାହିଁ। ଏଠାକୁ ଆସିବା, ସନାତନ ଧର୍ମରେ ଜନ୍ମ ହୋଇଥିବାରୁ ଆମେ ଗର୍ବିତ ଅନୁଭବ କରୁ।

Related posts