ଅଧିକ ମଦ ବିକିଲେ ଏଣିକି ମିଳିବ ପୁରସ୍କାର, କେଉଁ ରାଜ୍ୟର କେଉଁ କମିଟ ଏପରି ନିୟମ କରିବା ପାଇଁ ସୁପାରିଶ କରିଛି ?

Published: Jul 13, 2019, 9:25 pm IST

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସରକାରୀ ମଦ ଦୋକାନୀ ଏଣିକି ଅଧିକ ମଦ ବିକିଲେ ସେମାନଙ୍କୁ ପୁରସ୍କାର କରାଯିବ। ଏପରି ଏକ ନିୟମ କରାଯାଉ ବୋଲି ବିଧାନସଭା ଅବକାରୀ ସ୍ଥାୟୀ କମିଟ ସୁପାରିଶ କରିଛି। ଆଉ ଏହା ଆଉ କେଉଁଠି ନୁହେଁ ଓଡିଶା ବିଧାନସଭାର ଅବକାରୀ ସ୍ଥାୟୀ ଗୃହ କମିଟ ଏପରି ସୁପାରିଶ କରିଛି। କମିଟ କହିଛି ଯେ, ସରକାର ସରକାରୀ ମଦ ଦୋକାନୀକୁ ମଦ ବିକ୍ରୀ କରିବା ପାଇଁ ଏକ ଧାର୍ଯ୍ୟ ଲକ୍ଷ୍ୟ ପୁରଣ କରିବାକୁ କୁହାଯାଇଛି। ହେଲେ ଯେଉଁ ମଦ ଦୋକାନୀ ଧର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ମଦ ବିକିବ ତାଙ୍କୁ ଅବକାରୀ ବିଭାଗ ପୁରସ୍କାର ଦେଉ ବୋଲି କମିଟ ସୁପାରିଶ କରିଛି। କମିଟର ରିପୋର୍ଟକୁ ଗୃହରେ ଉପସ୍ଥାପିତ ହେବା ପରେ ତାହା ପାଶ୍ ହେଲେ ସରକାର ଏହି ନିୟମ ଲାଗୁ କରିବେ। ତେବେ ବିରୋଧୀ କଂଗ୍ରେସ ଏହାକୁ ନେଇ ସମାଲୋଚନା କରିସାରିଲେଣି। କଂଗ୍ରେସ କହିଛି ଏହା ଏକ ଦୁର୍ଭାଗ୍ୟଜନକ କଥା। ଏପରି କରାଗଲେ ରାଜ୍ୟରେ ମଦୁଆ ସଂଖ୍ୟା ବୃଦ୍ଧି ଘଟିବ। ବର୍ତ୍ତମାନ ଏହି ସୁପାରିଶ ବିଧାନସଭାରେ ଗ୍ରହଣ କରାଯାଉଛି କି ନାହିଁ ତାହା ପରେ ଜଣାପଡିବ।

Related posts