![fasttag](https://thesamikhsya.com/odia/wp-content/uploads/2025/02/fasttag.jpg)
ଭୁବନେଶ୍ବର: ବର୍ତ୍ତମାନ ଟୋଲଗେଟରେ କେବଳ ଟୋଲ ଆଦାୟ ନୁହେଁ, ଆପଣଙ୍କ ଗାଡିର ସମସ୍ତ ବିବରଣୀ ଠିକ ଅଛି କି ନାହିଁ ଯାଞ୍ଚ ହେଉଛି। ପୂର୍ବରୁ ପରମିଟ ଟିକସ ଆଦି ଯାଞ୍ଚ ହେଉଥିଲା। ହେଲେ ଚଳିତ ଫେବୃୟାରୀ 1 ତାରିଖରୁ ଗାଡିର ବୀମା ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେଉଛି। ଏ ନେଇ ରାଜ୍ୟରେ ଥିବା 22 ଟି ଟୋଲଗେଟରେ ଏହି ଯାଞ୍ଚ ପକ୍ରିୟା ଜାରୀ ରହିଛି।
ବର୍ତ୍ତମାନ ଓଡିଶାରେ ପ୍ରାୟ 15 ଶହଟି ଗାଡି ବିନା ବୀମାରେ ଚାଲୁଥିବାର ଜଣାପଡିଛି। ଇ ଡିଟେକସନ ମାଧ୍ୟମରେ ଏହି ବୀମା ଅଛି କି ନାହିଁ ତାହା ଜଣାପଡିଯାଉଛି। ଫଳରେ ଗାଡି ଚାଳକଙ୍କୁ ବର୍ତ୍ତମାନ ତାଗିଦ କରି ଛାଡି ଦିଆଯାଉଛି। ପରବର୍ତ୍ତି ସମୟରେ ଏହା ଉପରେ କଡାକଡି ଧରପଗଡ କରାଯିବ ବୋଲି ନିଷ୍ପତି କରାଯାଇଛି।
ସାଧାରଣତଃ ଗାଡିର ବୀମା ନ ଥିଲେ ଯଦି ଦୁର୍ଘଟଣା ହୁଏ ତେବେ କ୍ଷତିଗସ୍ତଙ୍କୁ କୌଣସି ସହାୟତା ରାଶି ମିଳିପାରେ ନାହିଁଷ ସେଥିପାଇଁ ପରିବହନ ବିଭାଗ ଏହା ଉପରେ କଡା ନଜର ଦେବା ଆରମ୍ଭ କରିଛି। ଏପରିକି ପରବର୍ତ୍ତି ସମୟରେ ଗାଡିର ପଲ୍ୟୁସନ ସାର୍ଟିଫିକେଟ ନ ଥିଲେ ତାହା ଏହି ଇ ଡିଟେକସନ ମାଧ୍ୟମରେ ଜଣାପଡିବ।