Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି
ଆଜିର ଖବର

ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି

February 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଜିପି
ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା: ଡିଜିପି

ଭୁବନେଶ୍ଵର: ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଖୁରାନିଆ ଗଞ୍ଜେଇ ମାଫିଆ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଵତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଭିଯାନ ଗତବର୍ଷ ନଭେମ୍ବର ମାସ ୦୧ ତାରିଖରୁ ଆରମ୍ଭ ହୋଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୫୯୧ଟି ମାମଲା ରୁଜୁ କରାଯାଇ ପ୍ରାୟ ୨୫ ହଜାର ଏକରରୁ ଉର୍ଦ୍ଧ୍ଵ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୨୧୩ ଟି ମାମଲା ରୁଜୁ କରାଯାଇଥିବାବେଳେ ୮୨୬୯ ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ପୋଲିସ ପାଇଁ ବଡ଼ ସଫଳତା ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ୩୫୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫ ହଜାର ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଥିଲା। ସେହିପରି ୨୦୨୩ ମସିହାରେ ୪୨୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ ହଜାର ୫୪୧ ଏକର, ୨୦୨୨ ମସିହାରେ ୫୭୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୪ ହଜାର ୩୯୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା।

ରାଜ୍ୟର ୮ ଟି ଜିଲ୍ଲାରେ ଗଞ୍ଜେଇ ଚାଷ ବିରୁଦ୍ଧରେ ସ୍ପେଶାଲ ଡ୍ରାଇଭ ଚାଲିଛି। ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଳାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋଉତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି। ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରା ଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଏହା ସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଉଥିବା ବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଚେତାବନୀ ଦେଇଛନ୍ତି।

ଆଜିର ଏହି ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଆଇଜିପି (ଅପରେସନ) ଜୟନାରାୟଣ ପଙ୍କଜ, ଡିଆଇଜି (ଅପରେସନ) ଅଖିଳେଶ୍ବର ସିଂ, ଡିଆଇଜି (ଏସଆଇଡବ୍ଲୁ) ଡଃ କନୱର ବିଶାଲ ସିଂଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି, ଡିଆଇଜି ଏବଂ ଜିଲ୍ଲା ଏସପି ମାନେ ଉପସ୍ଥିତ ଥିଲେ।

ଗଞ୍ଜେଇ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Latest News

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.