Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଷ୍ଟା ବ୍ଲକ୍ ସମ୍ପାଦକଙ୍କ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ: ପ୍ରଥମ ଦିବସରେ ରକ୍ତଦାନ ଶିବିର
ଆଜିର ଖବର

ଓଷ୍ଟା ବ୍ଲକ୍ ସମ୍ପାଦକଙ୍କ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ: ପ୍ରଥମ ଦିବସରେ ରକ୍ତଦାନ ଶିବିର

February 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଦୂର କରିବା ପାଇଁ ଓଷ୍ଟାର ଦାବି

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଦୁଇଦିନିଆ ବ୍ଲକ୍ ସଂପାଦକ କର୍ମଶାଳା ଓଷ୍ଟା ପରିସରରେ କୈଳାସ ଚନ୍ଦ୍ର ମହାପାତ୍ର ସଭାଗୃହରେ ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ଓଷ୍ଟା ଏବଂ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ପ୍ରତି ଜିଲ୍ଲା ଏବଂ ବ୍ଲକ୍ ସ୍ତରରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

ପ୍ରକାଶଥାଉକି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତା\’ର ରାଜ୍ୟ କାର୍ଯ୍ୟାଳୟ ନୟାସଡ଼କ, କଟକଠାରେ ବ୍ଲକ୍ ସଂପାଦକ କର୍ମଶାଳା ଅବସରରେ ଆଲୋଚନା ଚକ୍ର ଏବଂ ଏକ ରକ୍ତଦାନ ଶିବିରର ଆୟୋଜନ କରିଅଛି। ଏହି ରକ୍ତଦାନ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ଡ. ପ୍ରଶାନ୍ତ କୁମାର ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରର ଉଦ୍‌ଘାଟନ କରିଥିଲେ। ଡ. ହୋତାଙ୍କ ଅଧ୍ୟକ୍ଷତାରେ ସାତ ଜଣିଆ ଡାକ୍ତରୀ ଦଳ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ଡ. ହୋତା ତାଙ୍କ ଅଭିଭାଷଣରେ ରକ୍ତଦାନ ଏକ ମହତ ଦାନ କହିବା ସହ ଓଷ୍ଟାର ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଓଷ୍ଟା ଭଳି ଏକ ବୃହତ୍ ସଂଗଠନ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଏହା ସୁଦୂର ପ୍ରସାରୀ ହୋଇପାରିଛି ବୋଲି କହିବା ସହ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମରେ ଚାଳିଶ ଜଣ ରକ୍ତଦାତା ଏକ ୟୁନିଟ୍ ଲେଖାଏଁ ରକ୍ତଦାନ କରିଥିଲେ। ଓଷ୍ଟାର ବୟୋଜ୍ୟେଷ୍ଠ ନେତୃତ୍ୱ ତଥା ପ୍ରାକ୍ତନ ସାଧାରଣ ସଂପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ଦାଶ ବିଶିଷ୍ଟଅତିଥି ଭାବେ ଯୋଗଦେଇ ବ୍ଲକ ସଂପାଦକ କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ ସଂଗ୍ରାମୀ ଅଭିଭାଷଣ ପ୍ରଦାନ କରିଥିଲେ। ସଂଗଠନର ସାଧାରଣ ସଂପାଦକ “ଆମେ ଓ ଆମ ସଂଗଠନ’ ସଂପର୍କରେ ସମ୍ୟକ୍ ଧାରଣା ପ୍ରଦାନ କରିବା ସହିତ ସମସ୍ତ ଅଂଶଗ୍ରହଣକାରୀ ଏବଂ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ନିଜର ଅଭିମତ ଉପସ୍ଥାପନ କରିଥିଲେ।

ଶୈକ୍ଷିକ କମିଟି ସଂପାଦକ ପ୍ରଣବ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସହ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା ରଖିଥିଲେ। ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ଆଲୋଚନାଚକ୍ରର ନିର୍ଯ୍ୟାସକୁ ତୃଣମୂଳ ସ୍ତରକୁ ନେବା ପାଇଁ ଉପସ୍ଥିତ ସମସ୍ତ ଜିଲ୍ଲା ସମ୍ପାଦକ ଏବଂ ବ୍ଲକ୍ ସଂପାଦକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି କର୍ମଶାଳାରେ ଓଷ୍ଟାର ସମସ୍ତ ପଦାଧିକାରୀ ସାମିଲ୍ ହେବା ସହିତ ଦୁଇଦିନିଆ କର୍ମଶାଳାକୁ ପରିଚାଳନା କରିଥିଲେ।

ଓଷ୍ଟା ରକ୍ତଦାନ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.