Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାଜପୁର ମହୋତ୍ସବ ‘ଯଯାତୀ’ ଉଦଘାଟିତ: ଅନେକ ନୂତନ ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଯାଜପୁର ମହୋତ୍ସବ ‘ଯଯାତୀ’ ଉଦଘାଟିତ: ଅନେକ ନୂତନ ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

February 9, 2025No Comments6 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବରର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି -୨୦୨୫’ ର ଉଦଘାଟନ କରି ପ୍ରାୟ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାଜପୁର ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର।

ଯାଜପୁରରେ ଆଜି ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି।

ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ସମ୍ପଦ, ବିଦ୍ୟୁତ ପରିବହନ, ସଡକ, ସେତୁ, କେନାଲ ଆଦି ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ରହିଛି।

ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ବ୍ୟାସ ନଗରରେ ପ୍ରାୟ ୭୮ କୋଟି ଟଙ୍କାର ବ୍ୟାସ ନଗରଠାରେ ବ୍ୟାସ ସରୋବର ଓ ଟାଉନ ହଲ ଉଦଘାଟିତ ହୋଇଛି।

ଯାଜପୁରରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ରଖା ଯାଇଛି।

ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲାଯାଇଛି । ଆଜି ଏହାର ଉଦଘାଟନ ମଧ୍ୟ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହାର ନାମ ପରିବର୍ତ୍ତନ କରାଯାଇଛି । ଏହାକୁ ‘ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ’ ଭାବରେ ନାମିତ କରାଯାଇଛି । ଏହା ଦ୍ୱାରା ମହାରାଜା ଯଯାତି କେଶରୀଙ୍କ ଗୌରବମୟ କୀର୍ତ୍ତିକୁ ପ୍ରକୃତ ସମ୍ମାନ ଦିଆଯାଇପାରିବ ବୋଲି ସେ କହିଛନ୍ତି ।

ଏଥିରେ ପ୍ରଥମ ବର୍ଷ ପାଇଁ 50ଟି ସିଟ୍ ମିଳିଛି । ଆସନ୍ତା ଶିକ୍ଷା ବର୍ଷଠାରୁ ଏହି ମେଡିକାଲ କଲେଜର ସିଟ୍ ସଂଖ୍ୟା 100କୁ ବୃଦ୍ଧି କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିପାଇଁ ସବୁ ଆବଶ୍ୟକ ଭିତ୍ତିଭୂମିର ବିକାଶ ମଧ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୫୦୭ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରାଯାଇଥିବା ବେଳେ, ୪୧ କୋଟି ଟଙ୍କାର ୫୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ପାଇଁ ଅନେକ ନୂତନ ପ୍ରକଳ୍ପ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ ବିରଜାଙ୍କ ପ୍ରସିଦ୍ଧ ମନ୍ଦିରର ଉନ୍ନତିକରଣ କରାଯିବ । ଏଥିରେ ବଗଳାମୁଖୀ ମନ୍ଦିର, ଶିବ ମନ୍ଦିର ଓ ବ୍ରହ୍ମକୁଣ୍ଡର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କରାଯିବ । ଏଥିପାଇଁ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ । ପୂର୍ବରୁ ଅନୁମୋଦନ ହୋଇଥିବା ୧୨ କୋଟି ଟଙ୍କାର ପ୍ରକଳ୍ପ ପାଇଁ DPR ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ମା’ଙ୍କ ମନ୍ଦିର ପାଇଁ ଥିବା ଧର୍ମଶାଳାକୁ ଆହୁରି ଅଧିକ ଭକ୍ତଙ୍କ ରହିବା ପାଇଁ ଏହାର ସମ୍ପ୍ରସାରଣ କରାଯିବ । ଏଥିପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ନାଭିଗୟା ଠାରେ ଥିବା ବିରଜା ଅଗ୍ନେଶ୍ୱର ହାଟର ମଧ୍ୟ ଉନ୍ନତି କରଣ କରାଯିବ । ଏଥିପାଇଁ ଅଧିକ ଜମି ଅଧିଗ୍ରହଣ କରାଯିବ ଏବଂ ୨୧ କୋଟି ୪୩ ଲକ୍ଷ ବିନିଯୋଗରେ ଯାଜପୁର ବାସୀଙ୍କ ସୁବିଧା ପାଇଁ ଏକ ସୁନ୍ଦର ଆଧୁନିକ ହାଟର ନିର୍ମାଣ କରାଯିବ ।

୩୦ କୋଟି ଟଙ୍କା ବ୍ୟୟରେ ଯାଜପୁରରେ ଏକ ନୂଆ ବସ୍ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।

ଏହା ସହିତ ଯାଜପୁରରେ ଏକ ହଜାର ଆସନ ବିଶିଷ୍ଟ ଏକ ନୂଆ ଟାଉନ୍ ହଲ୍ ମଧ୍ୟ ନିର୍ମାଣ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ମହୋତ୍ସବକୁ ସେ ଅନେକ ବାର ଦର୍ଶକ ଭାବେ ଆସି ଦେଖିଛନ୍ତି, କିନ୍ତୁ ଏଥର କିଛି ନୂତନତ୍ଵ ଅନୁଭବ ହେଉଛି। ବାତାବରଣରେ ଏକ ଅପୂର୍ବ ଅଧ୍ୟାତ୍ମିକତା ଏବଂ ଐଶ୍ଵରୀୟ ଶକ୍ତିର ସଞ୍ଚରଣ ହୋଇଛି ବୋଲି ସେ କହିଥିଲେ।

ସେ କହିଥିଲେ ଯେ ବର୍ତ୍ତମାନ ମହାକୁମ୍ଭ ମେଳା ଚାଲିଛି ପ୍ରୟାଗ ରାଜରେ, ଏବଂ ଓଡିଶାରେ ଚାଲିଛି ସଂସ୍କୃତି ଓ କଳାର ମହାପର୍ବ, ଖଣ୍ଡଗିରି ମେଳା। ଏହି ପରିପ୍ରେକ୍ଷୀରେ ଆଜିର ଏହି ଯାଜପୁର ମହୋତ୍ସବର ଶୁଭାରମ୍ଭ ହେଉଛି, ଯାହା ସମସ୍ତଙ୍କ ମନରେ ଅଧ୍ୟାତ୍ମିକତାରେ ଭରିଦେଇଛି।

ସୋମବଂଶର ମହାନ ନରପତି ଯଯାତି କେଶରୀଙ୍କ ଦ୍ଵାରା ପ୍ରତିଷ୍ଠିତ ଯାଜପୁର ମାଟି ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣ କ୍ଷେତ୍ର ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରାଚୀନ ଓଡ଼ିଶାର ରାଜଧାନୀ ଯଯାତି ନଗର ଭାବେ ଖ୍ୟାତ ଥିଲା ଏଇ ସମୃଦ୍ଧ କଳା ସାହିତ୍ୟର ଭୂମି । ପୁରାତନ ଓ ନୂତନ ସଂସ୍କୃତିର ସମାହାର ହୋଇଛି ଏହି ଭୂଖଣ୍ଡରେ । ଏହି ପୁଣ୍ୟ ମାଟିରୁ ଦିନେ ଗୁଞ୍ଜରିତ ହୋଇଥିଲା ଗୌତମ ବୁଦ୍ଧଙ୍କ ଶାନ୍ତିର ସ୍ତୁତି ସଙ୍ଗୀତ । ସଂପ୍ରୀତି ଓ ମାନବିକତାର ଦୀକ୍ଷାରେ ଦୀକ୍ଷିତ ହୋଇଥିରେ ସମସ୍ତେ । ପ୍ରାଚୀନ ବୌଦ୍ଧ ସଭ୍ୟତାର ଅମର ଭୂମି ରତ୍ନଗିରି,ଲଳିତଗିରି ଓ ଉଦୟଗିରି ଏହାର ଜ୍ଜ୍ଵଳନ୍ତ ନିଦର୍ଶନ । ଲାଙ୍ଗୁଡି ଓ କାଏମା ରାଧାନଗରର ବିକଶିତ ବୌଦ୍ଧ ସଭ୍ୟତା ଆମ ସମୃଦ୍ଧ ସାଂସ୍କୃତିକ ବିଭବର ପ୍ରାମାଣିକ ତଥ୍ୟ ବୋଲି ସେ କହିଥିଲେ।

ସେ ପୁଣି କହିଲେ ଯେ, ଯାଜପୁରବାସୀଙ୍କ ପାଇଁ ସବୁବେଳେ ବରଦାନ ସଦୃଶ ଅମୃତମୟୀ ପାପନାଶିନୀ ବୈତରିଣୀ ପ୍ରବାହିତ ହେଉଛି ଏବଂ ରାଜ୍ୟବାସୀଙ୍କୁ ଅଭୟବାଣୀ ଦେଉଛନ୍ତି ମା’ ବିରଜା। ଉଭୟଙ୍କ ଆଶୀର୍ବାଦରୁ କାହିଁ କେତେ କାଳରୁ ଏହି ଅଞ୍ଚଳ ହୃଷ୍ଟପୃଷ୍ଟ ହୋଇଛି ଏବଂ ଆଜି ରାଜ୍ୟର ସବୁଠାରୁ ବିକଶିତ ଅଞ୍ଚଳ ମଧ୍ୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି।

ଯାଜପୁରର ଗୌରବମୟ ଇତିହାସ, ଓ ସଂସ୍କୃତି ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ
ପୁଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ ଶ୍ରୀ ବରାହକ୍ଷେତ୍ର, ଦଶାଶ୍ଵମେଧ ଘାଟ, ନାଭିଗୟା, ବ୍ରହ୍ମକୁଣ୍ଡ, ଗୋକର୍ଣ୍ଣେଶ୍ୱର ମନ୍ଦିର ଆଦି ଅନେକ ପବିତ୍ର କ୍ଷେତ୍ର ଏ ମାଟିର ମହାର୍ଘ୍ୟ ଆଧ୍ୟାତ୍ମିକତାର ଗୋଟିଏ ଗୋଟିଏ ବଳିଷ୍ଠ ସ୍ଵାକ୍ଷର ।

ସ୍ୱାଧୀନତା ସଂଗ୍ରାମରେ ଯାଜପୁରର ବଳିଷ୍ଠ ଅବଦାନକୁ ସେ ସ୍ମରଣ କରିଥିଲେ।

ସେ ପୁଣି କହିଥିଲେ ଯେ, ଯାଜପୁର ଲୋକଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟମିତା ଯୋଗୁଁ ଶିଳ୍ପ ମାନଚିତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର । ରାଜ୍ୟର ଶିଳ୍ପ ବିକାଶର ଏନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର । ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏକ ଦୃଷ୍ଟାନ୍ତ ପାଲଟିଛି ।

ଦେଶ ତଥା ଦେଶ ବାହାରକୁ କଞ୍ଚାମାଲ ରପ୍ତାନି କ୍ଷେତ୍ରରେ ଯାଜପୁର ଅଞ୍ଚଳ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛି । ବିକାଶ ପାଇଁ ଯାଜପୁର ଜିଲ୍ଲାରେ ରହିଛି ଅପାର ସମ୍ଭାବନା । ଯାଜପୁର ସିନା ଥିଲା ପୁରାତନ ଉତ୍କଳର ପୁରୁଣା ରାଜଧାନୀ, କିନ୍ତୁ ଆଜି ସାରା ଦେଶରେ ଏହା ଇସ୍ପାତ ରାଜଧାନୀ ଭାବେ ଖ୍ୟାତି ଲାଭ କରିଛି।

ଆଗାମୀ ଦିନରେ ଏହା ରାଜ୍ୟର ଶିଳ୍ପ ରାଜଧାନୀ ଭାବେ ନିଜର ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୂର୍ବର ସବୁ ରେକର୍ଡ ଭାଙ୍ଗି ଏଥର ଓଡ଼ିଶା 17 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ପାଇଛି । 13 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ MoU ମଧ୍ୟ ସ୍ୱାକ୍ଷରିତ ହୋଇଛି। ଓଡିଶାରେ 13 ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ।

ଯାଜପୁର ଭଳି ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଏହାର ପ୍ରଭାବ ଖୁବ୍ ଅଧିକ ରହିବ ବୋଲି ମତ ଦେଇ ସେ କହିଲେ ଯେ କେବଳ ଯାଜପୁର ଜିଲ୍ଲାରେ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ ନିବେଶକ ମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ 23ଟି ପ୍ରକଳ୍ପ କରାଯିବ । ଓଡିଶାର ଶିଳ୍ପାୟନର ଯାତ୍ରାରେ ଯାଜପୁର ହେବ ଅଗ୍ରଣୀ ନାୟକ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଡଙ୍କାରି ପାହାଡ ତଳେ ଏକ କ୍ରୁଡ୍ ଅଏଲ୍ ଷ୍ଟୋରେଜ୍ ଫାସିଲିଟି ନିର୍ମାଣ କରାଯିବ । ଏହାକୁ ରାଜ୍ୟ ସରକାରଙ୍କ High Level Clearance Authority ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିଅମ୍ ରିଜର୍ଭ ଲିମିଟେଡ୍ ପକ୍ଷରୁ ଏହାକୁ ୮,୭୪୩ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ । ଏହାଦ୍ୱାରା ପ୍ରାୟ ୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦଗ୍ଧ ଅଭିମନ୍ୟୁ ସାମନ୍ତସିଂହାର ଓ ତାଙ୍କ ରଚିତ “ବିଦଗ୍ଧ ଚିନ୍ତାମଣି” ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ବୋଲି ମତ ଦେଇ ଯାଜପୁର ମାଟିର ସାରସ୍ଵତ ସାଧକ ମାନଙ୍କୁ ସମ୍ମାନ ଜଣାଇ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜନୀତିରେ ପରିବାରବାଦ ର ସମାଲୋଚନା କରି କହିଥିଲେ ଯେ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ପରିବାର ବାଦ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଏବଂ ସହାୟତାରେ ରାଜ୍ୟରେ ବିକାଶର ଧାରା ପୁନର୍ବାର ପ୍ରବାହିତ ହେବାକୁ ଆରମ୍ଭ ହେଲାଣି। ଏହି ଧାରା ଯାଜପୁର ଜିଲ୍ଲାକୁ ମଧ୍ୟ ପ୍ଳାବିତ କରୁଛି।

ସେ କହିଥିଲେ ଯେ ଓଡିଆ ଅସ୍ମିତା, ଭାଷା, ସାହିତ୍ୟ, ସସ୍କୃତି ଓ ପରମ୍ପରାକୁ ପାଥେୟ କରି ନୂତନ ଓଡିଶା ନିର୍ମାଣ କରିବାର ଯେଉଁ ମହାଯଜ୍ଞ ଆରମ୍ଭ ହୋଇଛି, ସେଥିପାଇଁ ଆପଣ ସମସ୍ତଙ୍କ ଅକୁଣ୍ଠ ସମର୍ଥନ ଆବଶ୍ୟକ।

ଯାଜପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯାଜପୁରର ସର୍ବାଙ୍ଗୀନ ବିକାଶ କରିବା ପାଇଁ ସରକାର କାମ ଜାରି ରଖିଛନ୍ତି।

ଯାଜପୁର ବାସୀ ଆଗାମୀ ଦିନରେ ଶିଳ୍ପାୟନର ନୂତନ ଶିଖର ଦେଖିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେବ। ଏଥିପାଇଁ ସେ ଯାଜପୁର ବାସୀଙ୍କ ସହଯୋଗ କାମନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ,ସମବାୟ ମନ୍ତ୍ରୀ, ପ୍ରଦୀପ ବଳ ସାମନ୍ତ, ସାଂସଦ, ଯାଜପୁର,ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତକ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ, କୋରେଇ, ଶ୍ରୀଆକାଶଦାସ ନାୟକ, ବିଧାୟକ, ବଡଚଣା, ଅମର ନାୟକ, ବିଧାୟିକା, ଯାଜପୁର, ସୁଜାତା ସାହୁ, ବିଧାୟକ, ଧର୍ମଶାଳା, ହିଂମାଶୁ ଶେଖର ସାହୁ, ବିଧାୟକ, ବରି, ବିଶ୍ୱ ରଞ୍ଜନ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟମନ୍ତ୍ରୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

ମୋହନ ଚରଣ ମାଝୀ ଯଯାତି -୨୦୨୫ ଯାଜପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Latest News

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.