କଟକରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଇଂଲଣ୍ଡ, ଫେରିଲେ କୋହଲି, ବରୁଣ ଚକ୍ରବର୍ତ୍ତୀଙ୍କ ଡେବ୍ୟୁ

Published: Feb 9, 2025, 1:34 pm IST

ନୂଆଦିଲ୍ଲୀ: କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଦିନିକିଆ ପାଇଁ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ଜରିଆରେ ବରୁଣ ଚକ୍ରବର୍ତ୍ତୀ ନିଜର ODI ଡେବ୍ୟୁ କରିବେ। ଏଥି ସହିତ ବିରାଟ କୋହଲି ଭାରତର ଖେଳାଳି ଏକାଦଶକୁ ଫେରିଛନ୍ତି।

ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ମ୍ୟାଚ୍‌ରେ ଓପନିଂ କରିଥିବା ଯଶସ୍ଵୀ ଜୟସ୍ଵାଲ ଏକାଦଶରୁ ବାଦ ପଡିଥିବା ବେଳେ ବିରାଟ କୋହଲିଙ୍କୁ ତାଙ୍କ ସ୍ଥାନରେ ସାମିଲ କରାଯାଇଛି। କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି, ତାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ODI ଡେବ୍ୟୁ କରିଛନ୍ତି।

ସେହିଭଳି ଇଂଲଣ୍ଡ ତିନୋଟି ପରିବର୍ତ୍ତନ କରିଛି। ଇଂରାଜୀ ଦଳର ଖେଳାଳି ଏକାଦଶରେ ମାର୍କ ଉଡ, ଗସ୍ ଆଟକିନ୍ସନ୍ ଏବଂ ଜେମି ଓଭରଟନ୍ ସାମିଲ ହୋଇଛନ୍ତି।

ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ।

ଇଂଲଣ୍ଡ ଦଳ:

ଫିଲ୍ ସଲ୍ଟ (ୱିକେଟ୍ କିପର), ବେନ୍ ଡକେଟ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜେମି ଓଭରଟନ୍, ଗସ୍ ଆଟକିନ୍ସନ୍, ଆଦିଲ ରସିଦ, ମାର୍କ ଉଡ, ସାକିବ ମହମୁଦ।

Related posts