କଂଗ୍ରେସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସରକାରଙ୍କୁ ଦାବିପତ୍ର

Published: Feb 9, 2025, 5:25 pm IST
କଂଗ୍ରେସ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକ ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଶରତ କୁମାର ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିକଟରେ ୧୦ ଦଫା ଦାବି ଉପସ୍ଥାପନ କରିଛନ୍ତି। ବିରୋଧରେ ବିଷୋଦଗାର କରିଛନ୍ତି ସୁକିନ୍ଦା ଅଞ୍ଚଳର କଂଗ୍ରେସ ନେତା।

କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଭିନ୍ନ କଳକାରଖାନା ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀଙ୍କୁ ଉପଯୁକ୍ତ ଥଇଥାନ, ବିସ୍ଥାପିତ ଓ ସ୍ଥାନୀୟ ବେକାରଙ୍କୁ କାରଖାନାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା, ଜଳବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଆନ୍ଦୋଳନକାରୀ ଆଦିବାସୀଙ୍କ ଉପରେ ଆକ୍ରମଣ ଓ ଜୁଲମ୍ ବନ୍ଦ କରିବା, ରାତିଅଧିଆ ଛଟେଇ ଧମକ ବନ୍ଦ କରିବା, କଳିଙ୍ଗନଗର ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ସମସ୍ୟା ଦୂରକରିବା ଓ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଉପଲବ୍ଧି କରି ଏକ ସୁପର ସ୍ପେସିଆଲିଟି ହସପିଟାଲ କାର୍ଯ୍ୟକ୍ଷମ କରିବା ଆଦି ଦାବି ଗୁଡିକ ଏଥିରେ ସ୍ଥାନ ପାଇଛି। ଅବିଳମ୍ବେ ଦାବି ପୂରଣ ନକଲେ କଂଗ୍ରେସ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିସ୍ଥାପିତ ଆଦିବାସୀ ନେତା, ବିସ୍ଥାପନ ବିରୋଧି ଆଦିବାସୀ ନେତ୍ରୀ, କଂଗ୍ରେସର ନେତୃବୃନ୍ଦ ସାମିଲ ହୋଇଥିଲେ।

Related posts