ତାଇଓ୍ବାନ ଏବଂ ହାଇତି ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ହାଇତି ଗସ୍ତରେ ଯାଇଛନ୍ତି ତାଇଓ୍ବାନ ରାଷ୍ଟ୍ରପତି। ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ୍ ନିଜର ୧୨ ଦିନିଆ ବିଦେଶ ଗସ୍ତରେ ବିଭିନ୍ନ କାରିବିଆନ୍ ରାଷ୍ଟ୍ର ଭ୍ରମଣ କରିବେ। ଗତବର୍ଷ ତାଇଓ୍ବାନର ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିଥିବା ଓ୍ବେନ୍ ୧୨ ଦିନ ମଧ୍ୟରେ ହାଇତି ସମେତ ସେଣ୍ଟ ଲୁସିଆ, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ଗସ୍ତ କରିବେ। ଏହି ରାଷ୍ଟ୍ର ଭ୍ରମଣ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଏବଂ ବ୍ୟବସାୟର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଓ୍ବେଙ୍ଗ ପ୍ରକାଶ କରିଛନ୍ତି। ଏହି ଅବସରରେ ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଏଜ୍ଙ୍କୁ ମଧ୍ୟ ଭେଟିଛନ୍ତି ସାଇ ଇଙ୍ଗ ଓ୍ବେନ୍।