ଡିଲିଟ୍ ହେବ କି ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍’ର ସମସ୍ତ ଏପିସୋଡ୍?: ସମୟ ରାଇନାଙ୍କ ସମେତ ୩୦ ନାମରେ FIR

Published: Feb 11, 2025, 6:46 pm IST

ମୁମ୍ବାଇ: ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍ ବିବାଦ ପ୍ରସଙ୍ଗ ବନ୍ଦ ହେବା ପରି ମନେ ହେଉନାହିଁ। ମହାରାଷ୍ଟ୍ର ସାଇବର ପୋଲିସ ଏ ବାବଦରେ ଏଫଆଇଆର ପଞ୍ଜିକରଣ କରିଛି। ସମୟ ରାଇନା, ବଲରାଜ ଘାଇ ଏବଂ ଅନ୍ୟମାନଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ସୂତ୍ରରୁ ପ୍ରକାଶ ଯେ, ଏହି ଶୋ’ର ପ୍ରକାଶିତ ଅଂଶ ଦେଖିବା ପରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି।

ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍ ବିବାଦରେ ୩୦ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆଇଟିର ଧାରା ୬୭ ଏବଂ ସମ୍ପୃକ୍ତ ବିଏନଏସ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ପ୍ରଥମ ଏପିସୋଡରୁ ଏପିସୋଡ୍ ୬ ପର୍ଯ୍ୟନ୍ତ ଶୋ’ରେ ଜଡିତ ଥିବା ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ନୋଟିସ୍ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।

FIR ରେ ନାମିତ ସମସ୍ତ ବ୍ୟକ୍ତିଙ୍କୁ ସେମାନଙ୍କର ବିବୃତ୍ତି ରେକର୍ଡ କରିବାକୁ ଡକାଯିବ। ମହାରାଷ୍ଟ୍ର ସାଇବର ପୋଲିସ ୟୁଟ୍ୟୁବକୁ ଏକ ଚିଠି ଲେଖି ଏହି ସୋ’ର ସମସ୍ତ ଏପିସୋଡ ଡିଲିଟ କରିବାକୁ କହିଛି।

Related posts