କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂ ସିଦ୍ଧୁ ଶେଷରେ ପଞ୍ଜାବ କ୍ୟାବିନେଟ୍ରୁ ଇସ୍ତଫା ପ୍ରଦାନ କରିଛନ୍ତି। ରବିବାର ନିଜର ଇସ୍ତଫାପତ୍ର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପଠାଇଛନ୍ତି ସିଦ୍ଧୁ। ଏହା ସହିତ ଇସ୍ତଫାପତ୍ରର ଏକ ଫଟୋ ନିଜର ଟ୍ବିଟ୍ଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି ସିଦ୍ଧୁ। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମରୁ ବିଜେପି ସାଂସଦ ରହିଥିବା ସିଦ୍ଧୁଙ୍କୁ ଟିକଟ ନ ମିଳିବାରୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସରେ ଯୋଗ ଦେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହିତ ସିଦ୍ଧୁଙ୍କ ମତଭେଦ ଘଟିଥିଲା। ପରିଶେଷରେ ରବିବାର ପଞ୍ଜାବ କ୍ୟାବିନେଟ୍ରୁ ଇସ୍ତଫା ପ୍ରଦାନ କରିଛନ୍ତି ନଭଜୋତ ସିଂ ସିଦ୍ଧୁ।
Tags: