Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଦିଆଯିବ ୪ କୋଟି
ଆଜିର ଖବର

ରାଣୀହାଟ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଦିଆଯିବ ୪ କୋଟି

February 11, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ଇତିହାସର ଅନନ୍ୟ ମୁକସାକ୍ଷୀ ରାଣୀହାଟ ଉଚ୍ଚ ବିଦ୍ୟାଳୟ ଆଜି ଠାରୁ ଶହେ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ଏବଂ ଏହି ଖ୍ୟାତି ସମ୍ପନ୍ନ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଦିଆ ଯିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି।

କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ଠାରେ ଆୟୋଜିତ ରାଣୀହାଟ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଐତିହ୍ୟ ବିଦ୍ୟାଳୟ ଭାବେ ମାନ୍ୟତା ଦୃଷ୍ଟିରୁ ଏହାର ଆନୁସଙ୍ଗିକ ବିକାଶ ପାଇଁ ୪ କୋଟି ଟଙ୍କା ଏହି ବିଦ୍ୟାଳୟକୁ ପ୍ରଦାନ କରାଯିବ ଏବଂ ଏହାର ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହୁରି ୨ କୋଟି ଟଙ୍କା ଅନୁଦାନ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ୨୦୩୬ରେ ଯେତେବେଳେ ସ୍ୱତନ୍ତ୍ର ଓଡିଶା ତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ରାଣୀହାଟ ଉଚ୍ଚ ବିଦ୍ୟାଳୟ ସେହି ୧୦୦ ବର୍ଷର ଅନ୍ୟତମ ସଫଳତାର କାହାଣୀ ବ୍ୟାଖ୍ୟା କରିବ। ଉତ୍କର୍ଷତା ର କେନ୍ଦ୍ରବିନ୍ଦୁ ପାଲଟିବା ସହିତ ଶିକ୍ଷାଭୂମିର ଅନନ୍ୟ ଦୃଷ୍ଟାନ୍ତ ହୋଇ ଆଗାମୀ ପୀଢ଼ିକୁ ଦିଗଦର୍ଶନ ଦେବ।

ଯେ କୌଣସି ଅନୁଷ୍ଠାନର ଯାତ୍ରାରେ ଏକଶହ ବର୍ଷ ସଫଳତାର ସହିତ ପୂର୍ଣ୍ଣ କରିବା ନିଶ୍ଚିତ ଭାବେ ଅଭିନନ୍ଦନୀୟ। ଶତାୟୁ ଅନୁଷ୍ଠାନ ରାଣୀହାଟ ଉଚ୍ଚବିଦ୍ୟାଳୟର ଇତିହାସ ଗୌରବମୟ ଓ ବଳିଷ୍ଠ। ଏହି ଶହେ ବର୍ଷ ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ସେମାନଙ୍କ ଅତୁଟ ସମର୍ପଣ ଏବଂ ପ୍ରତିବଦ୍ଧତା ପାଇଁ ଏହା ଏକ ସ୍କୁଲ ନୁହେଁ ବରଂ ଏହା କଟକ ସହରରର ଏକ ସ୍ଵତନ୍ତ୍ର ପରିଚୟ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେଯେ ରାଣୀହାଟ ଉଚ୍ଚ ବିଦ୍ୟାଳୟ କେବଳ ଏକ ସ୍କୁଲ ନୁହେଁ, ଏହା କଟକ ସହରରର ଏକ ସ୍ଵତନ୍ତ୍ର ପରିଚୟ। ଏହି ବିଦ୍ୟାଳୟରେ କଟକ ସହରର ଅନେକ ତୁଙ୍ଗ ବ୍ୟକ୍ତିତ୍ୱ ପାଠପଢି ନିଜ ନିଜ କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ବିଦ୍ୟାଳୟରେ ପୂର୍ବତନ ସାଂସଦ ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସମୀର ଦେ ଏବଂ ସ୍ୱର୍ଗତ ଦାମୋଦର ରାଉତଙ୍କ ପରି ଅନେକ ପ୍ରତିଭା ସମ୍ପନ୍ନ ସଫଳ ବ୍ୟକ୍ତିତ୍ୱ ନିଜର ଛାତ୍ର ଜୀବନ କଟେଇଛନ୍ତି । ଏହା ବ୍ୟତୀତ, ରାଣୀହାଟ ହାଇସ୍କୁଲର ପୂର୍ବତନ ଛାତ୍ରମାନଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପପତି, ଯେପରିକି ଇମ୍ଫାର ପ୍ରତିଷ୍ଠାତା ସ୍ୱର୍ଗତ ବଂଶୀଧର ପଣ୍ଡା, ରୁଚି ମସଲାର ପ୍ରତିଷ୍ଠାତା ଶ୍ରୀ ଶରତ କୁମାର ସାହୁ । ଏହି ସଫଳ ବ୍ୟକ୍ତିମାନଙ୍କ ଉତ୍କର୍ଷତା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିଛି ।

ବ୍ରିଟିଶ୍ ଅମଳରୁ ରହିଥିବା ୩ଟି ଖୋଲା ଛାତ ଘରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ, ଏବଂ ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ବାଞ୍ଛାନିଧି ଶତପଥୀଙ୍କ ପ୍ରଚେଷ୍ଟାରେ ଚାଲୁଥିବା ଏହି ବିଦ୍ୟାଳୟ ବର୍ତ୍ତମାନ ଓଡ଼ିଶାର ଏକ ବୃହତ୍ତ ବିଦ୍ୟାଳୟ ଭାବେ ପରିଗଣିତ ହେଉଛି । ଏହି ଶତବାର୍ଷିକୀ ପାଳନ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ସମାଜ ପାଇଁ ମଧ୍ୟ ଶୈକ୍ଷିକ ବିକାଶକୁ ଅଭିବୃଦ୍ଧି ତଥା ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକଳାପ ବର୍ଷସାରା ପାଳନ କରିବା ଯୋଜନା ପ୍ରକୃତରେ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଆମ ସରକାର ଆମ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍କୃଷ୍ଟ ଶୈକ୍ଷିକ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ, ଏବଂ ଆମେ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଭିତ୍ତିଭୂମିକୁ ନବୀକରଣ କରିବାକୁ ଯୋଜନା କରୁଛୁ ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ଶିକ୍ଷା ସୁବିଧା ମିଳିବା ସହିତ ଶିକ୍ଷାର ମଧ୍ୟ ମାନ ବୃଦ୍ଧି ହେବ ।

ଆମ ନୂଆ ସରକାର ଆସିବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଏବଂ ଯୋଜନା ଆରମ୍ଭ କରିଛନ୍ତି । ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବକୁ ପରିଲକ୍ଷିତ କରି ଗତ ସାତ ମାସ ଭିତରେ ରାଜ୍ୟରେ ପ୍ରାୟ ୧୯ହଜାର ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଏଥିରେ ଉଭୟ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରହିଛନ୍ତି । ବର୍ତ୍ତମାନ ରାଜ୍ୟରେ ଲାଗୁହୋଇଥିବା ନୂଆ ଶିକ୍ଷାନୀତି ଜରିଆରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସରକାରଙ୍କ ଦ୍ୱାରା ଆୟୋଜିତ ନୂତନ ଶିକ୍ଷାପଦ୍ଧତି ଉପରେ ଦିଆଯାଉଥିବା ବିଭିନ୍ନ ତାଲିମର ସୁଯୋଗ ନିଅନ୍ତୁ ଏବଂ ସେଗୁଡିକୁ ଶ୍ରେଣୀଗୃହରେ ପ୍ରୟୋଗ କରନ୍ତୁ । ଏହି ନୂତନ ଶିକ୍ଷାନୀତିରେ ପିଲାମାନଙ୍କୁ ଶିକ୍ଷାପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଅନେକ ଉପାଦାନ ରହିଛି ବୋଲି ସେ କହିଥିଲେ।

ସେ କହିଥିଲେ ଯେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବ । ଏହି ବିଦ୍ୟାଳୟ ଗୁଡିକରେ ପ୍ରାଥମିକ ଶିକ୍ଷା ସ୍ତରରେ ପିଲାମାନଙ୍କ ମୂଳଦୁଆକୁ ସୁଦୃଢ କରାଯିବ । ଏଗୁଡିକ ଉଚ୍ଚ ବିଦ୍ୟାଳୟ ପାଇଁ ଫିଡର ସ୍କୁଲ ଭାବେ କାମ କରିବ । ଏଠାରୁ ଉଚ୍ଚ ବିଦ୍ୟାଳୟକୁ ପିଲାମାନେ ଆସିବେ। ଏଥି ସହିତ ରାଜ୍ୟରେ ପିଏମ୍ ଶ୍ରୀ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଯୋଜନାରେ ରାଜ୍ୟର ୮୦୦ ସ୍କୁଲକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗତ କାଲି ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ପ୍ରସ୍ତୁତି କିଭଳି କରିବ ଏବଂ ପରୀକ୍ଷା ସମୟରେ ଚାପଗ୍ରସ୍ତ ନହେବା ପାଇଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ବହୁତ ସୁନ୍ଦର ସୁନ୍ଦର ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତୁମ ମାନଙ୍କୁ ପରୀକ୍ଷା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରେରଣାଦାୟୀ ଟିପ୍ସ ଦେଲେ। ମୋର ତୁମ ମାନଙ୍କୁ ପରାମର୍ଶ ଶିକ୍ଷକ ମାନେ ତୁମକୁ ଯେପରି ଭାବେ ପଢାଇଛନ୍ତି, ତାକୁ ସର୍ବୋତ୍ତମ ମଡେଲ ଭାବେ ନେଇ ପ୍ରସ୍ତୁତି କର। ପରୀକ୍ଷା ପାଇଁ ଆଦୌ ଭୟଭୀତ ହୁଅ ନାହିଁ, ବୋଲି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ତଥା ରାଜ୍ୟ ପୂର୍ତ୍ତ ବିଭାଗ, ଅବକାରୀ ତଥା ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେଯେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ପୁରାତନ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ସେମାନଙ୍କ ଅତୁଟ ସମର୍ପଣ ଏବଂ ପ୍ରତିବଦ୍ଧତା ପାଇଁ ଆଜି ଓଡ଼ିଶାର ଏହି ଅନ୍ୟତମ ପୁରାତନ ବିଦ୍ୟାଳୟ ୧୦୦ ବର୍ଷ ପାଳନ କରିବାକୁ ଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ୍ରପ୍‌ ଆଉଟ ହାର କମାଇବା ପାଇଁ ଆମ ସରକାର ଶହୀଦ୍ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିଛନ୍ତି ଏହାର ସୁବିଧା ଦ୍ୱାରା ରାଜ୍ୟରେ ଡ୍ରପ ଆଉଟ ସଂଖ୍ୟା କମିବ ଏବଂ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି। ଏହାର ଉପାଦେୟତା ସମସ୍ତ ଛାତ୍ର ଛାତ୍ରୀ ପାଇବା ଦରକାର ଏବଂ ରାଣୀହାଟ ଉଚ୍ଚ ବିଦ୍ୟାଳୟ ଏକ ଖ୍ୟାତି ସମ୍ପନ୍ନ ବିଦ୍ୟାଳୟ ଭାବେ ଏମିତି ଓଡ଼ିଶାର ଗୌରବକୁ ବୃଦ୍ଧି କରୁଥାଉ।

ଉକ୍ତ କାର୍ଯ୍ୟକ୍ରମରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, କଟକ-ବାରବାଟୀ ବିଧାୟିକା ଇଂ ସୋଫିଆ ଫିର୍ଦୋଷ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ସମେତ କଟକ ଜିଲ୍ଲପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ଡ. ଜଷ୍ଟିସ୍ ଦୁର୍ଗାପ୍ରସନ୍ନ ଚୌଧୁରୀ, ଶତବାର୍ଷିକୀ କମିଟିର ଉପସଭାପତି ବ୍ରଜ କିଶୋର ନନ୍ଦ ଓ ପ୍ରଧାନ ଶିକ୍ଷୟିତ୍ରୀ ପଲ୍ଲବୀ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025
Latest News

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.