Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସମସ୍ତେ ଆଶ୍ଚର୍ଯ୍ୟ: ବୁମରାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ଏହି ଖେଳାଳି
ଆଜିର ଖବର

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସମସ୍ତେ ଆଶ୍ଚର୍ଯ୍ୟ: ବୁମରାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ଏହି ଖେଳାଳି

February 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି- ୨୦୨୫ ପୂର୍ବରୁ ଟିମ୍ ଇଣ୍ଡିଆ କିଛି ବଡ ପରିବର୍ତ୍ତନ କରିଛି। ଆହତ କାରଣରୁ ଜସପ୍ରୀତ ବୁମ୍ରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ବୁମରାଙ୍କ ସହିତ ଯଶସ୍ଵୀ ଜୟସ୍ଵାଲଙ୍କୁ ମଧ୍ୟ ବାଦ ଦିଆଯାଇଛି। ଯଶଶ୍ଵୀଙ୍କ ସ୍ଥାନରେ ସ୍ପିନ୍ ବୋଲର ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦିଆଯାଇଛି। ଯଶସ୍ଵୀଙ୍କ ସହ ମହମ୍ମଦ ସିରାଜ ଏବଂ ଶିବମ୍ ଦୁବେ ମଧ୍ୟ ଦଳ ସହ ଯିବେ ନାହିଁ। କିନ୍ତୁ ଆବଶ୍ୟକ ସମୟରେ ସେମାନଙ୍କୁ ଡକାଯାଇପାରେ।

ବାସ୍ତବରେ ବିସିସିଆଇ ମଙ୍ଗଳବାର ରାତିରେ ସୂଚନା ଦେଇଛି ଯେ, ବୁମ୍ରାଙ୍କ ସ୍ଥାନରେ ହର୍ଷିତ ରାଣା ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ଏଥି ସହିତ ଯଶସ୍ଵୀ ଜୟସ୍ଵାଲ ମଧ୍ୟ ବର୍ତ୍ତମାନ ଟିମ୍ ଇଣ୍ଡିଆ ସହ ଯାଇପାରିବେ ନାହିଁ। ତାଙ୍କ ସ୍ଥାନରେ ବରୁଣଙ୍କୁ ସୁଯୋଗ ଦିଆଯାଇଛି। ଆବଶ୍ୟକ ହେଲେ ଯଶସ୍ଵୀ, ଦ୍ରୁତ ବୋଲର ସିରାଜ ଏବଂ ଅଲରାଉଣ୍ଡର ଶିବମ ଦୁବେଙ୍କୁ ଦୁବାଇ ପଠାଯାଇପାରିବ। କିନ୍ତୁ ଏହି ତିନି ଖେଳାଳି ମୁଖ୍ୟ ଦଳର ଅଂଶ ନୁହଁନ୍ତି।

ସ୍ପିନର ବରୁଣ ଚକ୍ରବର୍ତ୍ତୀ ଖୁବ୍ କମ୍ ସମୟ ମଧ୍ୟରେ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ତାଙ୍କ ପ୍ରଦର୍ଶନ ସହିତ ସେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ଦଳ ପରିଚାଳକକୁ ପ୍ରଭାବିତ କରିଛନ୍ତି। ବରୁଣ ଏପର୍ଯ୍ୟନ୍ତ ଭାରତ ପାଇଁ ୧୮ ଟି -୨୦ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୩୩ ୱିକେଟ୍ ନେଇଛନ୍ତି। ସେ ଗୋଟିଏ ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଏଥିରେ ଗୋଟିଏ ୱିକେଟ୍ ମଧ୍ୟ ନେଇଛନ୍ତି। ଘରୋଇ କ୍ରିକେଟରେ ମଧ୍ୟ ବରୁଣଙ୍କର ଭଲ ରେକର୍ଡ ରହିଛି।

ଟିମ୍ ଇଣ୍ଡିଆର ମ୍ୟାଚ୍ କେବେ ଏବଂ କାହା ସହିତ ହେବ?:

ଚାମ୍ପିଅନ୍ସ ଟ୍ରଫି-୨୦୨୫ ର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୯ ତାରିଖରେ କରାଚିରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ହେବ। ଏହି ମ୍ୟାଚ୍ ଫେବୃଆରୀ ୨୦ ତାରିଖରେ ଦୁବାଇରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଫେବୃଆରୀ ୨୩ ତାରିଖରେ ଖେଳାଯିବ। ଭାରତର ଶେଷ ଗ୍ରୁପ୍ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ରହିଛି। ମାର୍ଚ୍ଚ ୨ ତାରିଖରେ ଏହା ଅନୁଷ୍ଠିତ ହେବ।

Champions Trophy 2025 team india
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.