![](https://thesamikhsya.com/odia/wp-content/uploads/2025/02/delet-136.jpg)
ନୂଆଦିଲ୍ଲୀ: ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ 142 ରନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପ୍ରଥମେ ଖେଳି 356 ରନ୍ ସ୍କୋର କରିଥିଲା, ଜବାବରେ ସମଗ୍ର ଇଂଲଣ୍ଡ ଦଳ 214 ରନ୍ ସ୍କୋରରେ ଅଟକି ଯାଇଥିଲା। ଭାରତୀୟ ଦଳର ବିଜୟର ସବୁଠାରୁ ବଡ ହିରୋ ହେଉଛନ୍ତି ଶୁବମାନ ଗିଲ, ଯିଏ 112 ରନର ଏକ ଶତକୀୟ ଇନିଂସ ଖେଳିଥିଲେ।