Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲ୍‌ ନିର୍ମାତା ଓ ପେସାଦାର ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରସିଦ୍ଧି ପାଇବାର ସୁବର୍ଣ୍ଣ ସୁଯୋଗ ଆଣିଛି ଓ୍ୱେଭ୍ସ
ଆଜିର ଖବର

ରିଲ୍‌ ନିର୍ମାତା ଓ ପେସାଦାର ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରସିଦ୍ଧି ପାଇବାର ସୁବର୍ଣ୍ଣ ସୁଯୋଗ ଆଣିଛି ଓ୍ୱେଭ୍ସ

February 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲେନ୍ସ ମାଧ୍ୟମରେ ଭାବନା ବ୍ୟକ୍ତ କରିବା ଏବଂ ପ୍ରତ୍ୟେକ ଫ୍ରେମରେ କାହାଣୀକୁ ପରିପ୍ରକାଶ କରିବାର ଦୃଷ୍ଟିକୋଣ ରହିଥିବା ପ୍ରତିଭାସମ୍ପନ୍ନ ତଥା ସୃଜନଶୀଳ ସ୍ରଷ୍ଟାମାନଙ୍କ ପାଇଁ ଓ୍ୱେଭ୍ସ ଆୱାର୍ଡ୍ସ ଅଫ୍‌ ଏକ୍ସଲେନ୍ସ ଏକ ଅପୂର୍ବ ସୁଯୋଗ ଆଣିଛି।

ବହୁ ପ୍ରତୀକ୍ଷିତ ଛାତ୍ରଛାତ୍ରୀ ଶୋ’ ରିଲ୍ ଏବଂ ପେସାଦାର ବିଜ୍ଞାପନ ଚଳଚ୍ଚିତ୍ର ପ୍ରତିଯୋଗିତା ଆନୁଷ୍ଠାନିକ ଭାବରେ ଆବେଦନ ପାଇଁ ଖୋଲା ରହିଛି ! ଫେବୃଆରୀ ୧୫ ତାରିଖ ସୁଦ୍ଧା ଏଥିରେ ନିଜର ପ୍ରସ୍ତୁତି ସହିତ ଆବେଦନ ଦାଖଲ କରିବା ପାଇଁ ଆହ୍ୱାନ କରାଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆନିମେସନକୁ ପ୍ରୋତ୍ସାହିତ କରୁଥିବା ୟୁନେସ୍କୋ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱସ୍ତରୀୟ ସ୍ୱେଚ୍ଛାସେବୀ ସଂସ୍ଥା ଆସିଫା ଇଣ୍ଡିଆ ସହଯୋଗରେ ‘କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ’ର ଅଂଶବିଶେଷ ଭାବେ ୱେଭସ୍ ଆୱାର୍ଡସ୍ ଅଫ୍ ଏକ୍ସଲେନ୍ସ ଆୟୋଜନ କରୁଛି। ଏହି ପୁରସ୍କାରଗୁଡ଼ିକ ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍ ଏବଂ ଏକ୍ସଟେଣ୍ଡେଡ ରିଅଲିଟି (ଏକ୍ସଆର)ରେ ଅସାଧାରଣ ସଫଳତାକୁ ସମ୍ମାନ କରିଥାଏ, ଯାହା ବିଶ୍ୱ ସ୍ତରରେ ଭାରତର ସୃଜନଶୀଳ ନେତୃତ୍ୱକୁ ସୁଦୃଢ଼ କରିଥାଏ।

ପ୍ରତିଯୋଗିତାର ଦୁଇଟି ବର୍ଗ ରହିଛି । ଗୋଟିଏ ହେଉଛି ଛାତ୍ରଛାତ୍ରୀ ଶୋ ରିଲ୍‌ (କୌଣସି ସମୟସୀମା ନାହିଁ) ଏବଂ ପେସାଦାର ବିଜ୍ଞାପନ ଚଳଚ୍ଚିତ୍ର (୬୦ ସେକେଣ୍ଡର ସୀମା)। ଏଥିପାଇଁ ଆବେଦନର ବିଷୟବସ୍ତୁ ଭାରତର ସାମାଜିକ-ସାଂସ୍କୃତିକ ପରିଦୃଶ୍ୟ ଏବଂ ଆଧୁନିକ ପ୍ରଯୁକ୍ତି ଉପରେ ଆଧାରିତ ହେବା ଆବଶ୍ୟକ । ଏଥିରେ ଅଂଶଗ୍ରହଣକାରୀମାନେ ଆଧୁନିକ ପରିଦୃଶ୍ୟରେ ପୁରାଣ ଏବଂ ଲୋକକଥା, ଦୀର୍ଘସ୍ଥାୟିତ୍ୱ ଓ ଜଳବାୟୁ ପରିବର୍ତ୍ତନ ସଚେତନତା, ୱେଲନେସ ଓ ଯୋଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ କାହାଣୀ ବର୍ଣ୍ଣନାର ଭବିଷ୍ୟତ, ଆନିମେସନ ଓ ଭିଏଫଏକ୍ସ ଜରିଆରେ ଭାରତର ଅକୁହା କାହାଣୀ, ସାମାଜିକ ପ୍ରଭାବ ପାଇଁ ଗେମିଂ, ଭର୍ଚୁଆଲ ପ୍ରଯୋଜନା ଓ ଏକ୍ସଆର ଇନୋଭେସନ, ଷ୍ଟପ୍‌ ମୋସନ୍‌ ଆନିମେସନ ବ୍ୟବହାର କରି ପରମ୍ପରା ଏବଂ ହନୁମାନ ଚାଳିଶା ଭଳି ପୌରାଣିକ କାହାଣୀର ଆନିମେସନ ପ୍ରସ୍ତୁତ କରିବା। ମହିଳା ସୁରକ୍ଷା ଏବଂ ବିଜ୍ଞାପନ ଦୁନିଆ ଓ ଏହାର ପରିବର୍ତ୍ତିତ ପରିଦୃଶ୍ୟ ଉପରେ କଣ୍ଟେଣ୍ଟ ପ୍ରସ୍ତୁତ କରିପାରିବେ।

ଆସିଫା ଇଣ୍ଡିଆ ଛାତ୍ରଛାତ୍ରୀ(୭୫ ପ୍ରତିଶତ), ପେସାଦାର (୨୫ ପ୍ରତିଶତ), ମହିଳା (୩୫ ପ୍ରତିଶତ) ଏବଂ ଉଦୀୟମାନ ସ୍ରଷ୍ଟାଙ୍କ (୫୦ ପ୍ରତିଶତ)ଙ୍କ ଠାରୁ ସମାପ୍ତ କାର୍ଯ୍ୟର ୧୨୩୮ଟି ଆବେଦନ ସହିତ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ମହିଳା ଏବଂ ଯୁବ ସ୍ରଷ୍ଟାଙ୍କ ଅଂଶଗ୍ରହଣ ଭାରତର ଏଭିଜିସି କ୍ଷେତ୍ରରେ ବିବିଧତା, ସମାବେଶୀତା ଏବଂ ନୂତନ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବାରେ ପ୍ରତିଯୋଗିତାର ଭୂମିକାକୁ ରେଖାଙ୍କିତ କରେ।

ପ୍ରତିଯୋଗିତାକୁ ୬୦ଟି ଦେଶରେ ପ୍ରସାରିତ କରାଯାଇଥିବା ବେଳେ ସ୍ପେନ, ବ୍ରିଟେନ, ଆମେରିକା, ଗ୍ରୀସ, ଇରାନ, ଫିଲିପାଇନ୍ସ, ଜର୍ମାନୀ, ଶ୍ରୀଲଙ୍କା, ଚୀନ ମେକ୍ସିକୋ ଭଳି ୧୩ଟିଦେଶରୁ ଏଥିପାଇଁ ଆବେଦନ ମିଳିଛି। ବିଶ୍ୱସ୍ତରୀୟ ଆନିମେସନ ଚଳଚ୍ଚିତ୍ର ସଂଘ ଆସିବା ୪୦ଟି ଦେଶରେ ପ୍ରତିଯୋଗିତାର ପ୍ରଚାର କରୁଛି । ସେହିପରି ଭାରତ ଏବଂ ବିଦେଶରୁ ୫୨ଟି ଶିକ୍ଷାନୁଷ୍ଠାନରୁ ମଧ୍ୟ ଆବେଦନ ମିଳିଛି। ଏନଆଇଡି, ଆଇଆଇଯି ଭଳି ପ୍ରତିଷ୍ଠିତ ଭାରତୀୟ ଶିକ୍ଷାନୁଷ୍ଠାନରେ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପ୍ରତିଯୋଗୀମାନେ ଆବେଦନ କରିଛନ୍ତି।

ବିଜେତାଙ୍କୁ ବିଶେଷଜ୍ଞମାନଙ୍କ ଦ୍ୱାରା ପୋର୍ଟଫୋଲିଓ ସମୀକ୍ଷା ପାଇଁ ବ୍ୟକ୍ତିଗତ ସମର୍ଥନ ମିଳିବ। ସେମାନଙ୍କୁ ମଧ୍ୟ ଆମେରିକା, ଗ୍ରୀସ୍ ଏବଂ ଭାରତର ବିଶ୍ୱସ୍ତରୀୟ ବିଚାରକ ମଣ୍ଡଳୀ ସହିତ ଭାବ ବିନିମୟ କରିବାର ସୁଯୋଗ ମିଳିବ। ସମ୍ଭାବ୍ୟ କ୍ୟାରିଅର ସୁଯୋଗ ପାଇଁ ସେମାନେ ଅନ୍ତର୍ଜାତୀୟ ଷ୍ଟୁଡିଓ, ନିର୍ମାତା ଏବଂ ସରକାରୀ ଅଧିକାରୀଙ୍କ ସମେତ ପ୍ରମୁଖ ଅଂଶୀଦାରମାନଙ୍କ ସହିତ ସିଧାସଳଖ ସମ୍ପୃକ୍ତି ଦ୍ୱାରା ନେଟୱର୍କିଂ ସୁଯୋଗ ମଧ୍ୟ ପାଇବେ। ଆନିମେସନ୍ ଷ୍ଟୁଡିଓ ଏବଂ ସ୍ୱାଧୀନ ବିକାଶକାରୀମାନେ ପାଣ୍ଠି, ଆଇପି ବିକାଶ ଏବଂ ବୃତ୍ତିଗତ ମାପନୀୟତା ଉପରେ ମାର୍ଗଦର୍ଶନ ପାଇବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ହର୍ମୁଜ୍ ଖୋଲିଲା ଇରାନ: ଧନ୍ୟବାଦ ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

April 17, 2026

ଲୁଣା ଜଙ୍ଗଲ ସଂରକ୍ଷଣ ଓ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ଅନ୍ୟତମ ସଫଳ ମଡେଲ୍ ପାଲଟିଛି ‘ଓଡ଼ିଶା’

April 17, 2026
Latest News

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.