Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଘ ପୂର୍ଣ୍ଣିମାର ଚତୁର୍ଥ ଅମୃତ ସ୍ନାନ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ କୋଟି କୋଟି ଭକ୍ତ
ଆଜିର ଖବର

ମାଘ ପୂର୍ଣ୍ଣିମାର ଚତୁର୍ଥ ଅମୃତ ସ୍ନାନ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ କୋଟି କୋଟି ଭକ୍ତ

February 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରୟାଗରାଜ: ବୁଧବାର ମାଘ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଅମୃତ ସ୍ନାନ ଅବସରରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ କୋଟି କୋଟି ଭକ୍ତ ବୁଡ ପକାଇଛନ୍ତି। ଭାରତୀୟଙ୍କ ସମେତ ଲକ୍ଷ ଲକ୍ଷ ବିଦେଶୀ ଭକ୍ତ ବି ଅମୃତ ସ୍ନାନ କରିଥିବା ସୂଚନା ମିଳିଛି। ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଉତ୍ତର ପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ ମାଘ ପୂର୍ଣ୍ଣିମାରେ ପ୍ରାୟ ୧.୯୦ କୋଟି ଭକ୍ତ ବୁଡ଼ ପକାଇଛନ୍ତି।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ଦିନ ସଙ୍ଗମରେ ବୁଡ ପକାଇଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ରାତିରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ୧୧ ଫେବୃୟାରୀ ସନ୍ଧ୍ୟା ୬ଟା ୫୫ରୁ ୧୨ ଫେବୃୟାରୀ ସନ୍ଧ୍ୟା ୭ଟା ୨୨ ପର୍ଯ୍ୟନ୍ତ ମାଘ ପୂର୍ଣ୍ଣିମାର ପବିତ୍ର ସ୍ନାନ ଅବସର ରହିଥିଲା।

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ମହାକୁମ୍ଭ ମେଳା ପ୍ରଶାସନ ପକ୍ଷରୁ ମେଳା ପଡିଆରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପବିତ୍ର ସ୍ନାନ ପରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଯିବା ପାଇଁ ବିଭିନ୍ନ ଘାଟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅଧିକ ସମୟ ବ୍ୟତୀତ ନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ତେବେ ଏପରି ବନ୍ଦୋବସ୍ତ ପାଇଁ ମାଘ ପୂର୍ଣ୍ଣିମା ସ୍ନାନ ସହଜ ଓ ସୁଖଦ ହୋଇପାରିଥିଲା।

ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକୀୟ ବିସ୍ତୃତ ପରାମର୍ଶ ସହ ମଙ୍ଗଳବାର ରାତିଠାରୁ ମେଳା ପଡିଆରେ ଭାରିଏବଲ ମେସେଜିଂ ଡିସପ୍ଲେଜ (ଭିଏମଡିଟି)ର ବି ବନ୍ଦୋବସ୍ତ ହୋଇଥିଲା।

ମାଘ ପୂର୍ଣ୍ଣିିମାର ବ୍ରାହ୍ମ ମୂହୁର୍ତ୍ତରେ ତ୍ରିବେଣୀରେ ସ୍ନାନ କରି କଳ୍ପବାସୀମାନେ ନିଜ ନିଜ କ୍ୟାମ୍ପକୁ ଫେରିଥିଲେ। ଯଥାବିଧି ପୂଜାର୍ଚ୍ଚନା କରି ପ୍ରାୟ ୧୦ ଲକ୍ଷ କଳ୍ପବାସୀମାନେ ମହାକୁମ୍ଭକୁ ବିଦାୟ ଜଣାଇ ଗୃହାଭିମୁଖୀ ହୋଇଥିଲେ। କଳ୍ପବାସୀମାନଙ୍କ ନିରାପଦ ଓ ସୁରକ୍ଷିତ ପ୍ରତ୍ୟାବର୍ତନ ପାଇଁ ମହାକୁମ୍ଭ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ମାଘ ମେଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ ସଂସ୍ଥା, ନାଉରିଆ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମିଳିତ ପ୍ରଚେଷ୍ଟାରେ ମହାକୁମ୍ଭ ୨୦୨୫ ସଫଳତାର ଶିଖରକୁ ଛୁଇଁପାରିଛି ବୋଲି ସୂଚନା ଦିଆଯାଇଛି।

ଅମୃତ ସ୍ନାନ ତ୍ରିବେଣୀ ସଙ୍ଗମ ମାଘ ପୂର୍ଣ୍ଣିମା ହିନ୍ଦୁ କ୍ୟାଲେଣ୍ଡର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026
Latest News

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.