Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଧୁନିକୀକରଣ ବୈଷୟିକ ଶିକ୍ଷା ଓ ତାଲିମ: ଦେଶ ବିଦେଶର ଶିଳ୍ପ ସଂସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବପିଢ଼ି
ଆଜିର ଖବର

ଆଧୁନିକୀକରଣ ବୈଷୟିକ ଶିକ୍ଷା ଓ ତାଲିମ: ଦେଶ ବିଦେଶର ଶିଳ୍ପ ସଂସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବପିଢ଼ି

February 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାରିପଦା: ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏଥିପାଇଁ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଆଇଟିଆଇ ଏବଂ ପଲିଟେକନିକ୍ କଲେଜର ଆଧୁନିକୀକରଣ ଓ ଭିତ୍ତିଭୂମି ସଦୃଢ଼ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଓମ୍ବାଡସି ପାଣ୍ଠି ସହାୟତାରେ ବାରିପଦାସ୍ଥିତ ବୈଷୟିକ ତାଲିମ ଅନୁଷ୍ଠାନ (ଟିଟିଆଇ) ନୂଆ ରୂପ ପାଇବା ଫଳରେ ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରକୁ ନୂଆ ଉଡ଼ାଣ ଦେଇ ପାରୁଛନ୍ତି।

ଓଡ଼ିଶାର ଏକ ପ୍ରମୁଖ ଆଦିବାସୀ ବହୁଳ ଜିଲ୍ଲା ହେଉଛି ମୟୂରଭଞ୍ଜ। ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବା ଲକ୍ଷ୍ୟରେ ୧୯୫୭ରେ ବାରିପଦାର ତକତପୁରଠାରେ ଟିଟିଆଇ ସ୍ଥାପନ କରାଯାଇଥିଲା। ଓଡ଼ିଶାର ଏହି ପୁରାତନ ଶିକ୍ଷା ଓ ତାଲିମ ଅନୁଷ୍ଠାନରେ ବର୍ତ୍ତମାନ ୧୬ଟି ଟ୍ରେଡରେ ପାଠ୍ୟକ୍ରମ ରହିଛି। ଫଳରେ ମୟୂରଭଞ୍ଜ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରକୁ ଆସି ତାଲିମ ନେବା ପାଇଁ ଆଗ୍ରହ ଦେଖାଉଛନ୍ତି।

ଆସନ୍ତାକାଲିର ଶିଳ୍ପ ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଟିଟିଆଇ ପରିସରରେ ଓମ୍ବାଡସି ସହାୟତାରେ ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଠାରେ ଏମଆଇଜି ଓ ଟିଆଇଜି ଭଳି ୱେଲ୍ଡିଂ ଉପକରଣ ସହିତ ରୋବୋଟିକ୍ ଏବଂ ଭର୍ଚୁଆଲ ୱେଲ୍ଡିଂ ସିମୁଲେଟର୍ସ ଆଦି ରହିଛି। ଛାତ୍ରଛାତ୍ରୀମାନେ ନିଜ ହାତରେ ଏହି ଅତ୍ୟାଧୁନିକ ୱେଲ୍ଡିଂ ଉପକରଣ ବ୍ୟବହାର କରିବା ଫଳରେ ସେମାନଙ୍କ ଦକ୍ଷତା ଆଉ ଏକ ନୂଆ ଉଚ୍ଚତାକୁ ଯାଇ ପାରିବ।

ସେହିପରି ଟିଟିଆଇ ପରିସରରେ ଅତ୍ୟାଧୁନିକ ସିଏନସି ମିଲିଂ ଏବଂ ଟର୍ଣ୍ଣିଂ ଲ୍ୟାବ୍ ସ୍ଥାପନ କରାଯାଇଛି। ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ ବ୍ୟବହୃତ ମେସିନ ଏଠାରେ ଥିବାରୁ ଛାତ୍ରଛାତ୍ରୀମାନେ ହ୍ୟାଣ୍ଡ୍ସ-ଅନ୍-ପ୍ରାକ୍ଟିସର ସୁବିଧା ପାଇପାରୁଛନ୍ତି।

‘‘ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତାକୁ ଶାଣିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓମ୍ବାଡସି ସହାୟତାରେ ଟିଟିଆଇରେ ଯେଉଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ତା’ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେଉଛନ୍ତି। ରୋବୋଟିକ୍ ଓ ଭର୍ଚୁଆଲ ୱେଲ୍ଡିଂ ସିମୁଲେଟର୍ସ ସହିତ ସିଏନସି ଲ୍ୟାବ୍ ହେବା ଫଳରେ ଛାତ୍ରଛାତ୍ରୀମାନେ ଶିଳ୍ପ ଉପଯୋଗୀ ତାଲିମ ପାଇପାରୁଛନ୍ତି। ଏହା ସେମାନଙ୍କ କ୍ୟାରିୟରକୁ ଆଗକୁ ନେବାରେ ସହାୟକ ହେଉଛି,’’ କହିଛନ୍ତି ଟିଟିଆଇର ଅଧ୍ୟକ୍ଷ କନ୍ଦନ ମାଝୀ।

ଏହି ଅତ୍ୟାଧୁନିକ ଲାବୋରେଟୋରିରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦକ୍ଷ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ‘ଟ୍ରେନିଂ ଅଫ୍ ଟ୍ରେନର’ କାର୍ଯ୍ୟକ୍ରମ ଜରିଆରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯାଉଛି। ସେହିପରି ଏହି ଲ୍ୟାବରେ ସ୍ୱଳ୍ପକାଳୀନ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ବିଭିନ୍ନ ବ୍ୟାଚରେ ତାଲିମ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଉଛନ୍ତି।

ବର୍ତ୍ତମାନ ସାରା ବିଶ୍ୱରେ ଅକ୍ଷୟ ଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଓମ୍ବାଡସି ସହାୟତାରେ ଟିଟିଆଇରେ ୫୦ କିଲୋୱାଟ୍ ବିଶିଷ୍ଟ ‘ରୁଫ୍ ଟପ୍ ଅନ୍ ଗ୍ରୀଡ୍ ସୋଲାର’ ବ୍ୟବସ୍ଥା କରାଯାଇଛି। ଶକ୍ତି ସଞ୍ଚୟ ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ଓମ୍ବାଡସି ସହାୟତାରେ ଟିଟିଆଇ ପରିସରରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ହେବା ଫଳରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରୁ ଦକ୍ଷ ଯୁବ ମାନବ ସମ୍ବଳ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି। ଏଠାରୁ ତାଲିମ ନେଇ ଯୁବପିଢ଼ି ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଛନ୍ତି। ଫଳରେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ।

ଓମ୍ବାଡସି ଟିଟିଆଇ ତକତପୁର ବୈଷୟିକ ଶିକ୍ଷା ଓ ତାଲିମ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.