Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିମା ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ମହିମା ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

February 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱକୁ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ପ୍ରଗତିର ପଥ ଦେଖାଉଛି ମହିମା ଧର୍ମ। ଏ ଧର୍ମର ସନ୍ଥ ଭୀମ ଭୋଇଙ୍କ ରଚନା ବିଶ୍ୱକୁ ଅନୁପ୍ରାଣିତ କରିଛି। ଶାନ୍ତି, ପ୍ରଗତି ସହିତ ଜଗତକଲ୍ୟାଣ ପାଇଁ ଭୀମ ଭୋଇଙ୍କ କାଳଜୟୀ ବାର୍ତ୍ତା ବେଶ୍ ମହତ୍ତ୍ଵ ରଖେ ବୋଲି ଢେ଼ଙ୍କାନାଳ ଯୋରନ୍ଦା ମହିମା ପୀଠ ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ, ଏହି ପବିତ୍ର ପୀଠକୁ ଆସି ମୁଁ ନିଜକୁ ଧନ୍ୟ ମନେକରୁଛି। ମହିମା ପୀଠର ବିକାଶ ପାଇଁ ମହିମା ସାଧୁ, ମହିମା ଧର୍ମାବଲମ୍ବୀ, ଅଞ୍ଚଳବାସୀ ଦାବୀ କରିଆସୁଥିଲେ। ପୀଠର ବିକାଶ ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ। ତାସହିତ ଭିତରର ଅନେକ ଅଂଶକୁ ମଧ୍ୟ ଭଙ୍ଗା ଯାଇଛି। ତେଣୁ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେବା ସହ ଏହାକୁ ଏକ ବିଶ୍ୱସ୍ତରୀୟ  କ୍ଷେତ୍ରରେ ପରିଣତ କରାଯିବ। ଏଥିପାଇଁ ଏକ ନୂଆ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହିମା ପୀଠର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରକାଶ କରି ସେ କହିଥିଲେ ଯେ ନୂଆ ରିପୋର୍ଟ ଅନୁଯାୟୀ ଅର୍ଥ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଯୋରନ୍ଦା ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ  ଦାବୀ ରହିଛି। ବ୍ଲକ, ଏନଏସି ଗଠନ,  ସ୍ଥାନୀୟ ଫାଣ୍ଡିକୁ ଥାନାରେ  ପରିଣତ କରିବା, ପାନୀୟ ଜଳର ସୁବିଧା, ବାଇପାସ୍ ରାସ୍ତା ନିର୍ମାଣ ଆଦି ବିଭିନ୍ନ ପ୍ରସ୍ତାବ ଉପରେ ଫୋକସ୍ କରାଯିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଯୋରନ୍ଦାରୁ ପୁରୀକୁ ଗୋଟିଏ ମାତ୍ର ବସ୍ ଚାଲୁଛି। ଆଗାମୀ ଦିନରେ ଆହୁରି ଅଧିକ ବସ୍ ଚଳାଚଳ କରିବାର ବ୍ୟବସ୍ଥା କରାଯିବ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କ ନିକଟରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସରକାର ଯାହା କଥା ଦେଇଥିଲେ ତାହା ପୂରଣ କରୁଛନ୍ତି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଚାଷୀଙ୍କ ଉନ୍ନତି ପାଇଁ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରାଯାଇଛି । ଓଡିଆ ଅସ୍ମିତାକୁ ପ୍ରାଥମିକତା ଦିଆଯାଇ ଏହାର ସୁରକ୍ଷା ଓ ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।  ଅସ୍ମିତାର ସୁରକ୍ଷା ପ୍ରଗତିଶୀଳ ରାଜ୍ୟ ଗଠନ କରେ । ଏଣୁ ଆମ ସରକାର ସେହି ଦିଗରେ କାର୍ଯ୍ୟ କରୁଛନ୍ତି । ଏହିକ୍ରମରେ ସମସ୍ତ ମଠ ମନ୍ଦିରର ଉନ୍ନତି କରାଯିବ ବୋଲି ସେ କହିଥିଲେ । ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ମହିମା ପୀଠରେ ପହଞ୍ଚି ଥିଲେ। ପ୍ରଥମେ ଧୂନି ମନ୍ଦିରରେ ଅଲେଖ ସ୍ଵାମୀଙ୍କ ଆଶୀର୍ବାଦ ନେଇଥିଲେ। ପରେ ଭଜନ ମଣ୍ଡପରେ ପହଞ୍ଚି ମହିମା ସାଧୁଙ୍କ ସହ ଆଲୋଚନା କରିଥିଲେ। ବକଳ ଧାରୀ ମହିମା ସମାଜର ସାଧୁମାନଙ୍କ ସହ ମୁଖ୍ୟମନ୍ତ୍ରୀ ପୀଠର ଉନ୍ନତିକରଣ ସଂପର୍କରେ ଆଲୋଚନା କରିଥିଲେ। ସାଧୁମାନଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରସାଦ ସେବନ କରିଥିଲେ। ପ୍ରସାଦ ସେବନ ପରେ ଶୂନ୍ୟ ମନ୍ଦିରକୁ ଯାଇ ସେଠାରେ ଝାଡ଼ ଦୀପ ପ୍ରଜ୍ବଳନ ଦେଖିବା ସହ ମହିମା ସାଧୁ ସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ଶୂନ୍ୟ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଅଲେଖ ପରଂବ୍ରହ୍ମଙ୍କ ଆଶୀର୍ବାଦ ନେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ବକଳଧାରୀ ମହିମା ସମାଜର ବାବା ନିତ୍ୟାନନ୍ଦ ଦାସ, କୌପିନ ଧାରୀ ମହିମା ସମାଜର ବାବା ରଘୁନାଥ ଦାସ, ବାବା ସୁଶାନ୍ତ ଦାସ, ବାବା ଅନାମ ଦାସ, ବାବା ଅବିନାଶ ଦାସ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।

ଢେଙ୍କାନାଳ
Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026
Latest News

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.