Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୧୯ ବିଶ୍ଵକପ କ୍ରିକେଟ ଫାଇନାଲ : ଇଂଲଣ୍ଡ ସମ୍ମୁଖରେ ୨୪୨ରନର ଲକ୍ଷ୍ୟ
ଆଜିର ଖବର

୨୦୧୯ ବିଶ୍ଵକପ କ୍ରିକେଟ ଫାଇନାଲ : ଇଂଲଣ୍ଡ ସମ୍ମୁଖରେ ୨୪୨ରନର ଲକ୍ଷ୍ୟ

July 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
eng vs nz
eng vs nz

ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି  ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେହି ଦଳ ହିଁ  ପ୍ରଥମ ଥର ପାଇଁ ବିଶ୍ଵ ଚମ୍ପିୟାନ ହେବାରେ ଗୌରବ ଲାଭ କରିବ।

ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାରେ ନିଷ୍ପତି ନେଇଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ଟି ମୂଲ୍ୟବାନ ୱିକେଟ ହରାଇ ସଂଗ୍ରହ କରିଛି ୨୪୧ ରନ। ତେଣୁ ଇଂଲଣ୍ଡ ପାଇଁ ୨୪୨ରନର ଲକ୍ଷ୍ୟ ପ୍ରଦାନ କରିଛି ୱିଲିଯମସନଙ୍କ ଦଳ। ଯଦିବା ଏହା ଏକ ଛୋଟ ଲକ୍ଷ୍ୟ ତଥାପି ଇଂଲଣ୍ଡ ଦଳ ଏହି ମ୍ୟାଚକୁ ଜିତିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇବ। କାରଣ ନ୍ୟୁଜିଲାଣ୍ଡ ଦଳର ବୋଲିଂ ବିଭାଗ ବହୁତ ଉଚ୍ଚକୋଟିର। ସେମିଫାଇନାଲ ମ୍ୟାଚରେ ଏହି ଦଳ ଶକ୍ତିଶାଳୀ ଭାରତକୁ ୨୨୧ରନରେ ସୀମିତ ରଖି ଭାରତ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ୧୮ ରନରେ ବିଜୟ ଲାଭ କରି ଫାଇନାଲକୁ ଉନ୍ନୀତ ହୋଇଥିଲା।

ଆଜିର ଏହି ଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ନିକୋଲ୍ସ ସର୍ବାଧିକ ୭୭ ବଲରେ ୫୫ ରନ ପାଳି ଖେଳିଥିଲେ। ସେହିପରି ଅଧିନାୟକ  ୱିଲିୟମସନ ୫୩ ବଲରେ ୩୦ରନ, ଗୁପ୍ଟିଲ ୧୮ ବଲରେ  ୧୯ ରନ, ରସ ଟେଲର ୩୧ ବଲରେ ୧୫ରନ, ଲାଥମ ୫୬ ବଲରେ ୪୭ ରନ, ନୀଶାମ ୨୫ବଲ ରେ ୧୯ରନର ପାଳି ଖେଳିଥିଲେ। ତେବେ ଇଂଲଣ୍ଡ ପକ୍ଷରୁ ୱୋକସ ୯ ଓଭରରେ ୩୭ ରନ ଦେଇ ତିନୋଟି ୱିକେଟ, ପ୍ଲଙ୍କେଟ ୧୦ ଓଭରରେ ୪୨ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.