Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପହଞ୍ଚ ଆଦିବାସୀ ଅଞ୍ଚଳ ପରିଦର୍ଶନ କଲେ ନୟାଗଡ଼ ଜିଲ୍ଲାପାଳ
ଆଜିର ଖବର

ଅପହଞ୍ଚ ଆଦିବାସୀ ଅଞ୍ଚଳ ପରିଦର୍ଶନ କଲେ ନୟାଗଡ଼ ଜିଲ୍ଲାପାଳ

February 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼: ନୟାଗଡ଼ ଜ଼ିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ବହୁଳ ଜାକେଡ଼ା ପଞ୍ଚାୟତର ତୁକୁଡ଼ା ଓ ବଡ଼ଜିର ଗ୍ରାମ ରହିଛି। ତୁକୁଡ଼ା ଗ୍ରାମରେ ୨୭ ପରିବାର ଏବଂ ବଡ଼ଜିର ଗ୍ରାମରେ ୧୮ପରିବାର ବସବାସ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଏହି ଦୁଇଗ୍ରାମକୁ ବିକାଶ ଛୁଇଁ ପାରିନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ନେଟ୍‌ୱର୍କ ଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟା ଏଠାରେ ମୁଣ୍ଡ ଟେକିଛି।

ଏବେ ଉଭୟ ଗାଁରେ ହଠାତ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପହଞ୍ଚିଥିଲେ। ଦୁର୍ଗମ ଅଞ୍ଚଳରେ ଜିଲ୍ଲାପାଳଙ୍କୁ ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଯେତିକି ଆନନ୍ଦିତ, ସେମାନଙ୍କର ଅଭିଯୋଗ ଜଣାଇବା ପାଇଁ ସେତିକି ମାତ୍ରାରେ ବ୍ୟାକୁଳ ରହିଥିଲେ। ରାସ୍ତା, ବିଦ୍ୟୁତ, ଭତ୍ତା, ପାନୀୟ ଜଳ, ପୋଖରୀ ଭଳି ଆହୁରି ଅନେକ ମୌଳିକ ସମସ୍ୟାର ସମାଧାନ ପାଇଁ ଲୋକମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଲୋକମାନଙ୍କଠାରୁ ଅଭିଯୋଗ ଶୁଣିବାପରେ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନୂଆଗାଁ ବିଡିଓ ଡ. ଅମୃତ କୁମାର ରାଉଳ, କନିଷ୍ଠ ଯନ୍ତ୍ରୀ ବିକାଶ ନେତ୍ରରଞ୍ଜନ ମିଶ୍ର, ପଞ୍ଚାନନ ବିଷୋୟୀ, ଦୀପକ ରଞ୍ଜନ ରାଉତ, ଜିପିଡିଓ ଲାଲ୍ ବାହାଦୂର ରଞ୍ଜିତ, ଡବ୍ଲୁଇଓ ଯଜ୍ଞେଶ୍ଵର ନାୟକ, ସିଡିପିଓ ଶୁଭ୍ରକେଶୀ ମଲ୍ଲିକ, ଏପିଓ ଅମରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଅକ୍ଷୟ ସୁନୀଲ ଅଗ୍ରୱାଲ ଆଦିବାସୀ ଅଞ୍ଚଳ ନୟାଗଡ ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.